ଯୋଗୀଙ୍କ ନାଁ ଶୁଣି ଥରିଲେଣି ଓଡ଼ିଶା ଗୁଣ୍ଡା । ଯୁବପିଢ଼ି ଚାହିଁ ରହିଛନ୍ତି ଟିକେ ଝଲକ ପାଇଁ।

ଓଡ଼ିଶାକୁ ଆସିବେ ସମସ୍ତଙ୍କ ହିରୋ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କୁ ଦେଖିଲେ ଭୟରେ ଥରନ୍ତି ଗୁଣ୍ଡା ମାନେ । ଓଡ଼ିଶାର ଏହି ସ୍ଥାନରେ କରିବେ ପ୍ରଚାର । ପୂରା ଓଡ଼ିଶା ଅପେକ୍ଷା କରିଥିଲା ସବୁ ଆସୁଛନ୍ତି ହେଲେ ହିରୋ ଯୋଗୀ କେବେ ଆସିବେ । ଯୁବପିଢି ଯୋଗୀଙ୍କ ତାହା ଦେଖୁଥିଲେ ଓଡ଼ିଶାରେ । ନିଜ ଜୀବନର ହିରୋଙ୍କୁ ଦେଖିବା ପାଇଁ ଚାହିଁ ରହିଥିଲେ ଆଉ ଏବେ ସେହି ଆଶା ପୂରଣ ହେବାକୁ ଯାଉଛି । ହଁ ଆଜ୍ଞା ମୋଦୀଙ୍କ ପରେ ପୂରା ଭାରତରେ ଯଦି କାହାର ଚର୍ଚ୍ଚା ଅଧିକ ରହିଥାଏ ତେବେ ସେ ହେଉଛନ୍ତି ଉତ୍ତରପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗେରୁଆ ଧୋତି ସାଙ୍ଗକୁ ଗେରୁଆ କୁର୍ତ୍ତା ।

ସାଧାରଣ ଜୀବନୀ ସହ ସ୍ମିତ ହଁସ । ଆଉ ତାଙ୍କ ହଁସରେ ରହିଥାଏ ବିରୋଧୀଙ୍କୁ ଟଳ ମଳ କରିବା ଭଳିଆ ଶକ୍ତି । ଦୋଷୀ ମାନଙ୍କ ପ୍ରତି କଠୋର ଆଚରଣ ତାଙ୍କୁ କରାଇଛି ଚର୍ଚ୍ଚିତ । ଆଉ ସେହି ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବାକୁ ଯାଉଛନ୍ତି । ଓଡ଼ିଶାରେ କରିବେ ପ୍ରଚାର ଆଉ ଥରିବେ ଗୁଣ୍ଡାମାନେ । ଅଟଳ ବିହାରୀ ବାଜପେୟୀଙ୍କ କଥାରେ ଯେମିତି ବିରୋଧୀଙ୍କ ପାଇଁ ଝଟକା ଥିଲା ।

ଠିକ୍ ସେମିତି ଶାନ୍ତ ସରଳ ବେଶରେ ଯୋଗୀଙ୍କ ହଁସ ଆଉ ପ୍ରତିଟି ଶବ୍ଦରେ ରହିଥାଏ ମାଫିଆ, ଦୋଷୀ, ମନ୍ଦବୁଦ୍ଧି ମାନଙ୍କ ପାଇଁ ସଚେତନ ହୋଇଯିବାର ବାର୍ତ୍ତା । ତେବେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ଭୋଟ ମତଦାନ ପୂର୍ବରୁ ଯୋଗୀଙ୍କୁ ଓଡ଼ିଶାରେ ପ୍ରଚାର କରିବା ପାଇଁ ବିଜେପି କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ଦେଶରେ ବୁଲଡୋଜର୍ ବାବା ଭାବେ ପରିଚିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୩ ତାରିଖରେ ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ ।

ଓଡ଼ିଶାରେ ଯୋଗୀଙ୍କ କ୍ରେଜ୍ ବଢ଼ୁଥିବା ଦେଖି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ବିଜେପି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଯୋଗୀ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଲୀର କୁଳିଆ ମାର୍କେଟ ପଡ଼ିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ବିଜେପି ଉପସଭାପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *