ଘଣ୍ଟ ହୁଳୁହୁଳିରେ ପଡ଼ିଲା ହାତଗଣ୍ଠି । ପ୍ରେମିକା ମଥାରେ ସିନ୍ଦୂର ଭରି ଜୀବନସାଥୀ କଲା ପ୍ରେମିକ… ।

ବିବାହକୁ ନେଇ ସମସ୍ତେ ଖୁସି ଥାଆନ୍ତି । ଖୁବ୍ ଉତ୍ସାହ ଓ ଆଡମ୍ବରରେ ବିବାହ ମଧ୍ୟ କରିଥାଆନ୍ତି । କିନ୍ତୁ ନିକଟରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ନା ଥିଲା ବାଜାବାଣ, ନା ଥିଲା ରୋଷଣୀ । ନା ଥିଲା ବେଦୀ କିମ୍ବା ବିବାହ ମଣ୍ଡପ । ଦୂରଦୂର ପର୍ଯ୍ୟନ୍ତ କେଉଁଠି କୁଆଡେ ଦିଶୁନଥିଲେ ବରଯାତ୍ରୀ । ତଥାପି ସେଇଠି ବିବାହ ଚାଲିଥିଲା, ପଣ୍ଡିତଙ୍କ ପବିତ୍ର ବେଦମନ୍ତ୍ର ଉଚ୍ଚାରଣ ସହିତ ମିଶୁଥିଲା ମନ ସହିତ ମନଟିଏ । ହୃଦୟ ସହ ଯୋଡ଼ି ହେଉଥିଲା ହୃଦୟ ତନ୍ତ୍ରୀ ଆଉ ପ୍ରେମୀ ଯୁଗଳ ହେଉଥିଲେ ସାତ ଜନ୍ମର ସାଥୀ । ମନ୍ଦିର ରହିଲା ସାକ୍ଷୀ ଆଉ ମନ୍ଦିରର ଠାକୁର ରହିଲେ ସାକ୍ଷୀ । ହଁ ଆଜ୍ଞା ବନ୍ଧୁଗଣ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଛାଡ଼ି ରହି ପାରିଲେନି ।

ଆଉ ସେଥିପାଇଁ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଘର ଛାଡ଼ି ଚାଲି ଆସିଲେ ଦୁହେଁ । ଆଉ ଗୋଟିଏ ମନ୍ଦିରରେ ଏବେ ଚାଲିଛି ଯୁବକ ଯୁବତୀ ଦୁହିଙ୍କର ବାହାଘର । ପ୍ରେମୀ ଯୁଗଳଙ୍କ ବାହାଘର ପାଇଁ ପରିବାର ଲୋକେ ରାଜି ନହେବାରୁ ଦୁଇ ପ୍ରେମୀ ଯୁଗଳ ଏଭଳି କିଛି ନିଷ୍ପତି ନେଇ ମନ୍ଦିରକୁ ଚାଲି ଆସିଥିଲେ ଆଉ ସମ୍ପୂର୍ଣ ନିଡ଼ାମ୍ବର ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ।

ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା ଓ ଫୁଲମାଳ ଦେଇ ସ୍ତ୍ରୀ ରୂପରେ ଗ୍ରହଣ କରିଛନ୍ତି । ତେବେ ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୂର୍ ପଞ୍ଚାୟତ ଟେକରତୋଳା ଗାଁରେ । ଏହି ଗାଁର ଜଣେ ଯୁବକ ନିଜ ଗାଁ ପାଖ ଜଣେ ଝିଅଙ୍କୁ ଭଲ ପାଉଥିଲେ । ଏହାପରେ ବିବାହ ପ୍ରସ୍ତାବ ପଡ଼ିବାରୁ ଝିଅଘର ଲୋକେ ରାଜି ହୋଇନଥିଲେ । ଦୁହେଁ ଦୁହିଁଙ୍କୁ ଛାଡ଼ି ଅଲଗା ରହି ପାରିବେନି ବୋଲି ଘର ଛାଡ଼ି ଫେରାର ହୋଇଯାଇ ନିକଟସ୍ଥ ରାମଚନ୍ଦ୍ରପୁର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ତିନି ଠାକୁରଙ୍କୁ ସାକ୍ଷୀ ରଖି ବିବାହ କରିଛନ୍ତି । ତେବେ ଝିଅଘର ଲୋକ ଏନେଇ ପୋଲିସ୍ ନିକଟରେ ଅଭିଯୋଗ କରିଥିବା ବେଳେ ସେଇ ଆଧାରରେ ପୋଲିସ୍ ଦୁହିଁଙ୍କୁ ଉଠାଇ ନେଇଥିଲା ।

ସେଠାରେ ଦୁହେଁ ଦୁହିଁଙ୍କ ସହମତିରେ ବିବାହ କରିଥିବା ନେଇ ପୋଲିସ୍ ନିକଟରେ ପ୍ରକାଶ କରିଥିଲେ । ପୋଲିସ୍ ଉଭୟ ପକ୍ଷରୁ ସମସ୍ତ ତଥ୍ୟ ଓ ସୂଚନା ସଂଗ୍ରହ କରିବା ପରେ ଦୁହେଁ ସାବାଳକ ହୋଇ ଥିବାରୁ ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ବୁଝାମଣା କରି ଥାନାରୁ ଛାଡ଼ିଥିବା ଜଣାପଡ଼ିଛି । ଶେଷରେ ଦୁହିଁଙ୍କ ପ୍ରେମକୁ ମିଳିଛି ସାମାଜିକ ସ୍ଵୀକୃତି ।

Leave a Reply

Your email address will not be published. Required fields are marked *