ଭୁବନେଶ୍ବରରେ ଭୋଟ୍ ହିଂସା । ସ୍ଵାମୀ ଆଗରେ ସ୍ତ୍ରୀକୁ ଦେଲେ ଧମକ । କହିଲେ ଭୋଟ ଚାଲିଥିବ ତୋ ସ୍ୱାମୀକୁ…. ।

ପ୍ରଥମେ ଗଞ୍ଜାମ ଆଉ ଏବେ ଭୁବନେଶ୍ଵରରେ ଭୋଟ ହିଂସା I କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ I ସ୍ୱାମୀ ଆଗରେ ସ୍ତ୍ରୀକୁ ଦେଲେ ଧମକ ! ଭୋଟ ଚାଲିଥିବା ବେଳେ ସ୍ୱାମୀର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବାକୁ ଧମକ । ଭୁବନେଶ୍ବରରେ ସ୍ତ୍ରୀକୁ ଟଣା ଓଟରା କଲେ ସ୍ବାମୀଙ୍କୁ ମାରିଲେ । ତେବେ ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରି ପୋଲିସ ସୁରକ୍ଷା ମାଗିଛନ୍ତି ଏହି ଦମ୍ପତି I ତେବେ କଣ ଥିଲା ସମ୍ପୂର୍ଣ୍ଣ ଘଟଣା ଆସନ୍ତୁ ଜାଣିବା । ହଁ ଆଜ୍ଞା ବନ୍ଧୁଗଣ ରକ୍ତମୂଖା ହେଲାଣି ରାଜ୍ଯ ରାଜନୀତି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ହତ୍ୟା ଠାରୁ ଆରମ୍ଭ କରି ଗଣ୍ଡଗୋଳ ।

କିଏ କାହାକୁ ମାରଣାସ୍ତ୍ରରେ ଆକ୍ରମଣ କଲାଣି ତ ପୁଣି କିଏ କାହାକୁ ଠେଙ୍ଗାରେ ପିଟି ପିଟି ଛୋଟା କରି ଦେଲାଣି । ଆଉ ଏବେ ଗଞ୍ଜାମ ରାଜନୈତିକ ହିଂସା ପରେ ରାଜଧାନୀ ଭୁବନେଶ୍ଵରରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । କମିସର୍ନେଟ ପୋଲିସକୁ ଦୂର୍ବୁର୍ତ୍ତ ମାନେ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ଦିନରେ ମୁଣ୍ଡରୁ ଗଣ୍ଡି ଉଡ଼ାଇବା ପାଇଁ ଦେଇଛନ୍ତି ଖୋଲା ଧମକ । କେହି କିଛି କରି ପାରିବେ ନାହିଁ ବୋଲି କହିଛନ୍ତି ଦୁର୍ବୃତ୍ତ ମାନେ ।

ପୀଡ଼ିତା ଜଣକଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଦୁର୍ବୃତ୍ତ ମାନେ । ଏଥିସହିତ ତାଙ୍କ ବସ୍ତ୍ରକୁ ଚିରି ପକାଇଛନ୍ତି । ଆଉ ଧମକ ଦେଇଛନ୍ତି କି ତୋ ସ୍ଵାମୀକୁ ଦିନରେ ହତ୍ୟା କରିବୁ । ଆମର କେହି କିଛି କରି ପାରିବେ ନାହିଁ । ଯିଏ ଆସିବ ତାର ମଧ୍ୟ ତୋ ସ୍ଵାମୀ ଭଳି ଅବସ୍ଥା ହେବ । ଆମ ଉପରେ ବଡ଼ ନେତା ମାନଙ୍କର ହାତ ରହିଛି । ତେବେ ଅଭିଯୋଗ ମୁତାବିକ ଏକାମ୍ର ମଧ୍ୟମରେ ବିଧାୟକ ପ୍ରାର୍ଥୀ ରହିଛନ୍ତି ଜଗା ପ୍ରଧାନ । ତାଙ୍କର ପୋଷ୍ଟର ଅଭିଯୋଗକାରିଣୀ ଅର୍ଚ୍ଚିତା ଦାସଙ୍କ ଘର ଆଗରେ ଲାଗିଥିଲା ।

ତେବେ ଉକ୍ତ ପୋଷ୍ଟରକୁ କିଛି ଦୁବୁର୍ତ୍ତ ଆସି ଚିରିବାକୁ ଲାଗିଥିଲେ । ଯାହାକୁ ଅଟକାଇ ଥିଲେ ଅର୍ଚ୍ଚିତାଙ୍କ ସ୍ଵାମୀ । ହେଲେ ଦୁର୍ବୁର୍ତ୍ତ ମାନେ ତାଙ୍କୁ ମାଡ ମାରିବା ସହ ଅର୍ଚ୍ଚିତାଙ୍କୁ ଠେଲା ପେଲା କରିଥିଲେ । ଆଉ ଗାଳି ଗୁଲଜ କରିବା ସହିତ ହତ୍ୟା କରିବା ପାଇଁ ଦେଇଥିଲେ ଧମକ । ତେବେ ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅର୍ଚ୍ଚିତା ଆଉ ତାଙ୍କ ସ୍ଵାମୀ । ତେବେ ଅଭିଯୁକ୍ତ ମାନଙ୍କ ନାମ ହେଉଛି ଚେନା ରେଡ୍ଡୀ, ନାରାୟଣ ରେଡ୍ଡୀ, ମଧୁ ରେଡ୍ଡୀ ଏବଂ ଲିଙ୍ଗା ।

Leave a Reply

Your email address will not be published. Required fields are marked *