ନିଶା ଖାଇ ଥାନା ରେ ଘଣ୍ଟାଏ ଉତ୍ପାତ କଲେ JE ମ୍ୟାଡାମ

ପୁରା ନିଶାରେ ମାତାଲ୍ ଜେଇ ମ୍ୟାଡ଼ାମ୍। ନିଶା ଖାଇ ଥାନାରେ ଉତ୍ପାତ କଲେ। ଥାନାରେ ଏକ ଘଣ୍ଟା ଧରି ଥାନା ଅଧିକାରୀଙ୍କୁ ନାକେଦମ୍ କଲେ ଜେଇ ମ୍ୟାଡ଼ାମ୍। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିଶା ଶକ୍ତ ଅବସ୍ଥାରେ ଥାନାରେ ଗରମ ଦେଖାଉଛନ୍ତି ମହିଳା କନିଷ୍ଠଯନ୍ତ୍ରୀ ସୋନାଲି। ହଁ ଦର୍ଶକ ବନ୍ଧୁ ନିଶାରେ ମାତାଲ୍ ହୋଇ ପଡ଼ିଛନ୍ତି ଜେଇ ମ୍ୟାଡ଼ାମ୍। ଗାଡ଼ିକୁ ଚଳାଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ମନ ଶାନ୍ତି ହେଲାନି ଯେ ଏହାପରେ ମ୍ୟାଡ଼ାମଙ୍କ ରାଗ ଟିକେ ଦେଖୁ ନାହାଁନ୍ତି।

ପୋଲିସ୍ ଥାନାକୁ ଆଣିଥିବାରୁ ଘଣ୍ଟାଏ ଉତ୍ପାତ କଲେ ଥାନା ଭିତରେ। ନିଶା କରିଛନ୍ତି ମ୍ୟାଡ଼ାମ ଆଉ ପଚାରିଲେ କହୁଛନ୍ତି ମୁଁ ଫୁଙ୍କିଲି କଣ ବାହାରିଲା,ବାହାରିଲା କି। ହଁ ଦର୍ଶକ ବନ୍ଧୁ ଆପଣ ଦେଖୁଥିଲେ ଏହି ମ୍ୟାଡ଼ାମଙ୍କୁ ଏ ହେଉଛନ୍ତି ଜେଇ ମ୍ୟାଡ଼ାମ। ଆଉ ତାଙ୍କର କାରନାମା ତ ଥାନା ଭିତରେ ହିଁ ଆପଣ ଦେଖି ପାରୁଥିବେ।ମ୍ୟାଡ଼ାମ ଜଣଙ୍କ ଏତେ ନିଶାରେ ଅଛନ୍ତି ଯେ ଭୁଲି ଯାଇଛନ୍ତି କେଉଁ ସ୍ଥାନରେ ଦୁର୍ଘଟଣା ଘଟାଇ ଥିଲେ। ଆଉ ଥାନାକୁ ଆସିଲା ପରେ ଟିକେ ଶୁଣୁ ନାହାଁନ୍ତି କଣ କହୁଛନ୍ତି ଜେଇ ମ୍ୟାଡ଼ାମ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚାଉଳିଆ ଥାନାରେ । ଜେଇ ମ୍ୟାଡ଼ାମ ଜଣଙ୍କ ଚେୟାରରେ ବସିଛନ୍ତି। ସେ ପୁଣି ଥାନା ଭିତରେ।ହଁ ଆଜ୍ଞା ଗତକାଲି ରାତିରେ ମୋ ବସରେ ଏହି ଯୁବକ ଜଣକ ଆସି କଟକରେ ଓହ୍ଲାଇ ଥିଲେ। ଆଉ ବାବାଙ୍କ ସହିତ ଯାଉଥିବା ସମୟରେ ତାଙ୍କ ବାଇକକୁ ନାଉଗାଁ ବ୍ଲକର କନିଷ୍ଠଯନ୍ତ୍ରୀ ସୋନାଲି ମଲ୍ଲିକ ନିଶାଶକ୍ତ ଅବସ୍ଥାରେ ଚାଉଳିଆଗଞ୍ଜର ଦୁର୍ଗାଘର ସମ୍ମୁଖରେ ବାଇକ୍ ଆରୋହୀ ରଜନୀ କାନ୍ତକୁ ଧକ୍କା ଦେଇଥିଲେ। ଏହାପରେ ବାଇକ୍ ଆରୋହୀ ଜଣକ ପ୍ରତିବାଦ କରିବାରୁ ସେଠାରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ମହିଳା କନିଷ୍ଠଯନ୍ତ୍ରୀ ସୋନାଲି। ଏହି ଯୁବକ ଜଣକ କହୁଛନ୍ତି ତାଙ୍କୁ ଦେଖିଲେ ଲାଗୁନି ଯେ ସେ ସରକାରୀ ଚାକିରୀ କରୁଛନ୍ତି ବୋଲି।

ସମ୍ମାନ ଦେବା ବଦଳରେ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ ଜେଇ ମ୍ୟାଡ଼ାମ। ଏହାପରେ ଚାଉଳିଆଗଞ୍ଜର ଥାନା ପୋଲିସ ତାଙ୍କୁ ଯେତେବେଳେ ଥାନାକୁ ଆଣିଥିଲେ ସେତେବେଳେ ସୋନାଲିଙ୍କ ଉତ୍ପାତ ପୁରା ଚରମ ସୀମାରେ ପହଞ୍ଚିଥିଲା। ଥାନାରେ ଥିବା ପୋଲିସ କର୍ମଚାରୀ ଓ ଥାନା ଅଧିକାରୀଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଠେଲା ପେଲା ମଧ୍ୟ କରିଥିଲେ। ପାଖାପାଖି ଏକ ଘଣ୍ଟା ଧରି ତାଙ୍କ ଉତ୍ପାତ ଲାଗି ରହିଥିଲା ଥାନା ମଧ୍ୟରେ। ଦୁର୍ଘଟଣାରେ ଶିକାର ହୋଇଥିବା ଯୁବକଙ୍କ ଅଭିଯୋଗ ଆଧାରରେ ସୋନାଲିଙ୍କ ବିରୁଦ୍ଧରେ ପୋଲିସ୍ ଏକ ମାମଲା ରୁଜୁ କରିବା ସହିତ ତାଙ୍କୁ ମେଡ଼ିକାଲ ପରୀକ୍ଷା ପାଇଁ ପଠାଇ ଥିବା କହିଛନ୍ତି ଚାଉଳିଆଗଞ୍ଜ ଥାନା ଅଧିକାରୀ।

Leave a Reply

Your email address will not be published. Required fields are marked *