ଓଡ଼ିଶାରେ ଏଥର କିଏ ଗଢ଼ିବ ସରକାର ? କଣ କହୁଛନ୍ତି ପଲିଟିକାଲ ଏକ୍ସପର୍ଟ ବିଶ୍ୱରଂଜନ ।

ଚଳିତ ନିର୍ବାଚନ ପାଇଁ କମ୍ପୁଛି ଓଡ଼ିଶାର ରାଜନୀତି ମଇଦାନ । ଓଡ଼ିଶାରେ ଆସନ କବଜା କରିବା ପାଇଁ ରାଜ୍ୟକୁ ପ୍ରତିଦିନ କେନ୍ଦ୍ରରୁ ଓଡିଶାକୁ ଛୁଟୁଛି ନେତାଙ୍କ ସୁଅ । ଓଡିଶାରୁ ବହୁମତ ପାଇବାକୁ ପ୍ରାୟ ପ୍ରତ୍ୟେକ ଦଳ ଘନଘନ ଓଡ଼ିଶା ଗସ୍ତ ରାଜ୍ୟବାସୀଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଓଡିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ ତୋ ସରି ଯାଇଛି । ଏବେ ବେଶ୍ ସରଗରମ ରାଜ୍ୟ ରାଜନୀତି ଓ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ଆଉ ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା ।

ତେବେ ବନ୍ଧୁଗଣ ଦିନକୁ ଦିନ ବଢୁଛି ବିଜେଡ଼ି ବିଜେପି କଳି । ସମସ୍ତଙ୍କ ମନରେ ଏବେ ଗୋଟାଏ ପ୍ରଶ୍ନ ଓଡିଶା ନିର୍ବାଚନରେ ଏଥର କିଏ ଜିତିବ ଓ ସରକାର ଗଢ଼ିବ ବିଜେପି ନା ବିଜେଡ଼ି । ଆଉ ଏହାରି ମଧ୍ୟରେ ନିକଟରେ ଏକ ସାକ୍ଷାତକାର ସମୟରେ ଜଣେ ବିଶିଷ୍ଟ ପଲିଟିକାଲ ଏକ୍ସପର୍ଟ ବିଶ୍ୱରଂଜନ ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଆମେ ୨୪ ବର୍ଷ ହେଲା ଯେଉଁ ନିର୍ବାଚନ ଦେଖି ଆସିଛୁ ଏହି ୨୦୨୪ ବର୍ଷ ନିର୍ବାଚନ ଟା କିନ୍ତୁ ଭିନ୍ନ ଧରଣର ।

କାରଣ ଏତେ ପ୍ରତିଦ୍ୱନ୍ଦିତା ମୂଳକ ନିର୍ବାଚନ ପୂର୍ବରୁ କେବେ ହୋଇ ନଥିଲା । ଆଉ ଦ୍ଵିତୀୟ କଥା ଏଇ ନିର୍ବାଚନରେ କେଉଁ ଦଳ, କେଉଁ ପ୍ରାର୍ଥୀ କିଏ ଓ କାହାକୁ ଦେବ ଲୋକେ ଭ୍ରମରେ ପଡ଼ିଯିବେ । କାହିଁକି ନା ପ୍ରଥମଥର ପାଇଁ ଯିଏ ଦୀର୍ଘ ବର୍ଷ ଧରିକି ବିଜେପିରେ ଥିଲା ବିଜେଡ଼ି ନେତାଙ୍କୁ ଗାଳି ଦେଉଥିଲା ସେ ବିଜେପିରେ ଟିକେଟ ନପାଇବା ପରେ ସେ ଯାଇକି ତା ପରଦିନ ସେ ବିଜେଡ଼ି ନେତାଙ୍କ ପ୍ରଶଂସା କରୁଛି । ଯିଏ ବିଜେଡ଼ିରେ ଥିଲା ସେ ଟିକେଟ ପାଇଲାନି ବୋଲି ଯାଇ ବିଜେପିରେ ମିଶି ଯାଉଛି । ତା ଅର୍ଥ କୌଣସି ଦଳର କିଛି ନୀତି ଆଦର୍ଶ ନାହିଁ ଏବଂ ନିର୍ଦ୍ଦିଷ୍ଟ ଧାରା ଭି ନାହିଁ ।

ତେବେ ମନେକର ଯଦି ଲୋକେ ବିଜେପି ଦଳକୁ ଦେବାକୁ ମନସ୍ଥ କଲେ ତାହେଲେ କାହାକୁ ଦେବେ ସେ ତ କାଲି ବିଜେଡ଼ିରେ ଥିଲା । ତେଣୁ କୁହାଯିବ ଏଇ ନିର୍ବାଚନଟା ଟିକେ ନୂଆ ପ୍ରକାରର ଏଭଳି ଆଗରୁ ଦେଖା ଯାଇନଥିଲା । ଏବଂ ଏହି ନିର୍ବାଚନର ଯେଉଁ ନୀତି ନିୟମ, ଧାରା, ଆଦର୍ଶ ୟେ ସବୁର ହେଉଛି ବିସ୍ମୟ ଜନକ ତଥା ବ୍ୟଥା ଦାୟକ ବ୍ୟତିକ୍ରମ । ତେଣୁ ଯୋଜନା ବହୁତ୍ ହେଇଛି ଆଉ ବହୁତ୍ ଭଲ ଯୋଜନା ହେଇଛି ବିଜେଡ଼ିର ଏସଏଚଜି ଗ୍ରୁପ କରି ମହିଳାଙ୍କୁ ଏକତ୍ରିତ କରିବା ଯୋଜନା ବେଶ୍ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *