ବିଡା ବିଡା ନୋଟରେ ତିଆରି ହୋଇଛି ଖଟ…୫ ଶହ ଟଙ୍କିଆ ବିଡ଼ାର ଗଦିରେ ଶୋଉଥିଲେ ଜୋତା ବେପାରୀ।

ବିଡା ବିଡା ୫ ଶହ ଟଙ୍କିଆ ନୋଟରେ ତିଆରି ହୋଇଛି ଖଟ। ୫ ଶହ ଟଙ୍କିଆ ବିଡ଼ାର ଗଦିରେ ଶୋଉଥିଲେ ଜୋତା ବେପାରୀ। କୋଟି କୋଟି ଟଙ୍କାର କଳା ଧନକୁ ଖଟ ଗଦିରେ ଚାପି ଦେଇଥିଲେ। ବିଡା ବିଡା ୫ ଶହ ଟଙ୍କିଆ ନୋଟ। ଦେଖିଲେ ଆଖି ଖସି ହୋଇଯିବ। ବ୍ୟାଙ୍କରେ ନରଖି ଘରେ ଖଟ ତଳେ ରଖି ଶୋଉଥିଲେ। ପୁରା ଖଟ କେବଳ ୫ ଶହ ଟଙ୍କିଆ ନୋଟରେ ଫୁଲ ହୋଇଯାଇଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା ଥାକ ମାରି ରଖିଥିଲେ ୫ ଶହ ଟଙ୍କିଆ ନୋଟ ଆଉ ତାଉପରେ ଗଦି ଓ ଚାଦରକୁ ବିଛାଇ ଥିଲେ। କିଛି ବି ଜଣା ପଡୁନଥିଲା ଏହା ତୁଳା ଗଦି ନାଁ ୫ ଶହ ଟଙ୍କିଆ ବିଡାର ନୋଟ ଗଦି।

ହେଲେ କିଛି ସୂତ୍ରରୁ ଜଣା ପଡିଲା ଆଉ ମାଡି ବସିଲେ ଆୟକର ବିଭାଗ। ପ୍ରାୟ ପାଖାପାଖି ୧୦୦କୋଟି ଟଙ୍କା ହେବ। ପୋଲିସ ରେଡ କରିଲା।ହଁ ଆଜ୍ଞା ନିର୍ବାଚନ ଥିବାରୁ ଏବେ ପୁରା ଦେଶରେ ସକ୍ରିୟ ହୋଇଛନ୍ତି ଆୟୋକର ବିଭାଗ। ବଡ଼ ବଡ଼ ହସ୍ତୀଙ୍କ ଘରେ ରେଡ଼ କରିବାକୁ ଲାଗୁଛନ୍ତି ଆଉ କୋଟି କୋଟି ଟଙ୍କା ଜବତ କରୁଛି ଆୟୋକର ବିଭାଗ। ୟୁପି ଆଗ୍ରାର ୩ ଜଣ ଜୋତା ବେପାରୀଙ୍କ ଘର ରେଡ଼ କରି ପୁଳା ପୁଳା ନଗଦ ଟଙ୍କା ଜବତ କରାଯାଇଛି।

କୁହାଯାଉଛି ଯେ ଟିକସ କାରବାର ଏବଂ ଆୟର୍ବହିର୍ଭୁତ ସମ୍ପର୍କରେ ସୂଚନା ମିଳିବା ପରେ ଚଢ଼ାଉ ହୋଇଥିଲା। ଆୟକର ବିଭାଗ ଟଙ୍କା ଜବତ କରିବା ପରେ ଏବେ ଫାଇଲ ଏବଂ ଇଲକ୍ଟ୍ରୋନିକ ଡିଭାଇସ ଯାଞ୍ଚ କରୁଛି। ବୋହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଲାଗିଛି ଆୟୋକର ବିଭାଗ ଅଧିକାରୀଙ୍କ ହାତରେ। ଏଥିରେ ବଡ଼ ବଡ଼ ନେତା ମଧ୍ୟ ସମ୍ପୃକ୍ତ ଥିବା ଜଣା ପଡ଼ିଛି। ଟିକେ ଏଇ ଫୋଟ ସବୁକୁ ଦେଖନ୍ତୁ କେମିତି ଖଟ ବିଡା ବିଡା ୫ଶହ ଟଙ୍କା ନୋଟରେ ଭର୍ତି ହୋଇଛି।

ଅଧିକାରୀମାନେ ଯେତେ ଖୋଜୁଥିଲେ ସେତେ ବାହାରୁଥିଲା ବିଡା ବିଡା ନୋଟ। ଏତେ ଟଙ୍କା ବାହାରୁଥିଲା ଯେ ଅଧିକାରୀମାନେ ଗଣି ପାରୁନଥିଲେ। ୩ ରୁ ୪ଟି ମେସିନ କେବଳ ଟଙ୍କା ଗଣିବା ପାଇଁ ମଗା ଯାଇଥିଲା। ପେଟିରେ ଭର୍ତି ହୋଇଥିଲା ପୁଳା ପୁଳା ଟଙ୍କା। ଘଣ୍ଟା ଘଣ୍ଟା ରେଡ଼ କରିବା ପରେ ପାଖାପାଖି ୧୦୦ କୋଟି ଟଙ୍କା ଜବତ କରିଛି ଆୟୋକର ବିଭାଗ।ଜବତ ହୋଇଥିବା ବିଡା ବିଡା ନୋଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଧିକାରୀମାନେ। ଖଟ ଗଦି ତଳେ ଲୁଚାଇ ରଖିଥିଲେ ବିଡା ବିଡା ନୋଟ। ଟଙ୍କା ଉପରେ ଶୋଉଥିଲେ ଜୋତା ବେପାରୀ।

ମିଳିଥିବା ସୂଚନା ମୁତାବିକ ସୁବାସ ବଜାରରେ ଥିବା BK ଜୋତା ଓ ଧାକରାନ ଛକରେ ଥିବା ହିମାଂଶୁ ଜୋତାରେ ଗତ ୫ ଘଣ୍ଟା ଧରି ଚଢ଼ାଉ ଜାରି କରିଥିଲା। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦୦ କୋଟି ଟଙ୍କା ନଗଦ ଜବତ ହୋଇଛି। ଏହା ସହିତ ଆଇଟିଟିମ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି। ଜୋତା ବ୍ୟବସାୟୀ ମାନେ ଟିକସ ଠକେଇ କରୁଥିବା ନେଇ ବିଭାଗକୁ ସୂଚନା ମିଳିଥିଲା। ଏହା ପରେ ଅପରାହ୍ନ ୩ ଟାରେ ଆୟୋକର ବିଭାଗର ଅଧିକାରୀମାନେ ୩ ବ୍ୟବସାୟିଙ୍କ ସ୍ୱରୁମରେ ପହଁଚି ସର୍ଚ୍ଚ ଅପ୍ରେସନ ଆରମ୍ଭ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top