ସାମ୍ନାକୁ ଆସିଲା କିଏ ପ୍ରଥମେ ପିଟିଥିଲା… କେଉଁ କାରଣ ପାଇଁ ପ୍ରଦୀପଙ୍କୁ ପିଟିଲେ ଶିବ ଶଙ୍କର ଜଣା ପଡିଲା ସତ ।

ଭୋଟିଂ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ I ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ I ଏବେ ସାମ୍ନାକୁ ଆସିଲା କିଏ ପ୍ରଥମେ ପିଟିଥିଲା । ଆଉ କେଉଁ କାରଣ ପାଇଁ ପ୍ରଦୀପଙ୍କୁ ପିଟିଲେ ଶିବ ଶଙ୍କର ଜଣା ପଡିଲା । ଏବେ ଶିବ ଶଙ୍କର ଜେଲ୍ ରେ ଆଉ ପ୍ରଦୀପ ମେଡିକାଲରେ । କାଲି ସନ୍ଧ୍ୟା ସମୟରେ ଶିବ ଶଙ୍କର ଓରଫ୍ ପିଣ୍ଟୁ ଦାସ ପ୍ରଦୀପ ପାଣିଗ୍ରାହୀଙ୍କ ଛାତିକୁ ମାଡ଼ ମାରି ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଆଉ ଏହି ଘଟଣା ପରେ ସେପଟେ ଶିବ ଶଙ୍କରଙ୍କୁ ପୋଲିସ୍ ଗିରଫ କରିଛି । ଆଉ ଏପଟେ ପ୍ରଦୀପ ପାଣିଗ୍ରାହୀଙ୍କ ମେଡିକାଲ୍ ରେ ଚାଲିଛି ଚିକିତ୍ସା ।

ତେବେ ଖବର ମୁତାବକ ବ୍ରହ୍ମପୁର ସ୍ୱାଧୀନ ପ୍ରାଥୀ ଶିବସଙ୍କର ଦାସ ଗିରଫ ହେଲେ । ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଗିରଫ କଲା ପୋଲିସ । କୋର୍ଟରେ ଜାମିନ ନାମଞ୍ଜୁର ପରେ ଶିବଶଙ୍କରଙ୍କୁ ଜେଲ୍‌ ପଠାଗଲା ।

ଗତକାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଓରଫ ପିଣ୍ଟୁ । ଆକ୍ରମଣ ପରେ ପିଣ୍ଟୁଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ । ଆକ୍ରମଣରେ ଆହତ ପ୍ରଦୀପ ପାଣିଗ୍ରାହୀ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗୋସାଇଁ ନୂଆଗାଁ ଥାନା ନିକଟସ୍ଥ ବୁଥ୍ ନଂ ୧୩୨ ସମ୍ମୁଖରେ ଇଭିଏମ୍‌ ସିଲ୍‌କୁ ନେଇ ଥାନା ଅଧିକାରୀଙ୍କ ସମେତ କିଛି ପୁଲିସ ଅଧିକାରୀଙ୍କ ସହ ସାଂସଦ ପ୍ରାର୍ଥୀ ପ୍ରଦୀପ ଆଲୋଚନା କରୁଥିଲେ ।

ଏହି ସମୟରେ ପିଣ୍ଟୁ ଘଟଣା ସ୍ଥଳକୁ ଆସି ଅତର୍କିତ ଭାବେ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ପ୍ରଦୀପ ଥାନାରେ ଅଭିଯୋଗ କରିଥିଲେ । ପିଣ୍ଟୁଙ୍କ ଆକ୍ରମଣରେ ପ୍ରଦୀପ ତଳେ ପଡ଼ିଯିବା ସହ ଆହତ ହୋଇଥିଲେ । ଏହି ଘଟଣା ପରେ ଗୋସାଇଁ ନୂଆଗାଁ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଶିବ ଶଙ୍କରଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *