“ବିଜେପି ଓଡ଼ିଆ ଅସ୍ମିତା କଥା କହୁଛି, ହେଲେ ସଂକଳ୍ପ ପତ୍ରରେ କେବଳ ମୋଦିଙ୍କ ଗ୍ୟାରେଣ୍ଟି ରହୁଛି” : ରବି ଦାସ ।

ବନ୍ଧୁଗଣ ପାଖଉଛି ନିର୍ବାଚନ । ସରଗରମ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ବାସ୍ ଆଉ ଗୋଟାଏ ଦିନ ପରେ ଭୋଟ ଦେବେ ଓଡ଼ିଶାବାସୀ । ଆଉ ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା । ତେବେ ବନ୍ଧୁଗଣ ଦିନକୁ ଦିନ ବଢୁଛି ବିଜେଡ଼ି ବିଜେପି କଳି । ଆଉ ଏହାରି ମଧ୍ୟରେ ରାଜ୍ୟ ବିଜେପିରେ ଦେଖିବାକୁ ମିଳିଥିଲା ଏକ ଅପୂର୍ବ ଦୃଶ୍ୟ । ତାହା ହେଲା ଯେ, ପ୍ରଥମ ଥର ପାଇଁ ଦଳର ପାଞ୍ଚ ଜଣ ତୁଙ୍ଗ ନେତା ଏକାଠି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଉ ତାହା ହେଉଛି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ପାଣ୍ଡିଆନଙ୍କୁ ଟାର୍ଗେଟ କରି ସାରିଥିଲେ । ସେଥିରେ ମଧ୍ୟ ସନ୍ତୁଷ୍ଠ ନ ହୋଇ ପାଞ୍ଚ ମହାରଥୀ ଏକାଠି ସାମ୍ବାଦିକ ସମ୍ମିଳନୀ କରି ପୁଣି ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି । ଏହି ସମ୍ପର୍କରେ ନିକଟରେ ଏକ ସାକ୍ଷାତକାର ସମୟରେ ଗଣ ମାଧ୍ୟମ ସାମ୍ନାରେ ବାଇଟ୍ ଦେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, ମିଳିତ ସାମ୍ବାଦିକ ସମ୍ମିଳନୀ କଲେ ସେ ଭାବୁଛନ୍ତି ଭଲ ହେବ କିଛି କଥା ନାହିଁ କିନ୍ତୁ ସେ ଏଠି ଗୋଟାଏ କଥା ପଚାରିବାକୁ ଚାହାନ୍ତି ଯେ ଓଡ଼ିଶା ନିର୍ବାଚନ ଟାକୁ ତାଙ୍କର ମୌଳିକ ହେଉଛି ଓଡିଆ ଅସ୍ମିତା ଉପରେ ।

ଗୋଟାଏ ଜାତୀୟ ଦଳ ଯେତେବେଳେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଛି ସେତେବେଳେ ଆପଣ ଦେଖିବେ ଓଡ଼ିଶା ବିଧାନସଭା ପାଇଁ, ରାଜ୍ୟ ପାଇଁ ବିଜେପିର ଯେଉଁ ସଂକଳ୍ପ ପତ୍ର ସେଇଟାକୁ ଓଡ଼ିଶା ବିଜେପିର ସଂକଳ୍ପ ପତ୍ର ଭାବରେ ପ୍ରକାଶ ପାଇନି । ପ୍ରକାଶ ପାଇଛି ଓଡିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି । ଯଦି ଏଇ ଯେଉଁ ନେତା ମାନେ ଆଜି ଯେଉଁ ସାମ୍ବାଦିକ ସମ୍ମିଳନୀ କଲେ, ଏମାନଙ୍କ ଚେହେରା ଫୋଟ ଦେଇକି ଏଇ ସଂକଳ୍ପ ପତ୍ର ଓଡ଼ିଶା ବିଜେପିର ଓଡ଼ିଶା ପାଇଁ ସଂକଳ୍ପ ପତ୍ର ପ୍ରକାଶ କରିଥାନ୍ତେ ତାହେଲେ ଗ୍ରହଣୀୟ ହୋଇଥାନ୍ତା କିନ୍ତୁ ଅଣ ଓଡ଼ିଆ ଲୋକ ଓଡିଆ ଅସ୍ମିତା କଥା ଉଠାଉଛନ୍ତି ।

ଆପଣ ଓଡିଆ ଅସ୍ମିତା କଥା ଉଠାଇବେ କିନ୍ତୁ ୟା ପାଇଁ ମୋଦୀ ଗ୍ୟାରେଣ୍ଟି ଦେବେ ଏହାର ଅର୍ଥ କଣ ବୋଲି କହିଥିଲେ ରବି ଦାସ । ରବି ଦାସ ଆହୁରି ମଧ୍ୟ କହିଥିଲେ ଯେ ଆଜି ଯେଉଁ ମିଳିତ ସାମ୍ବାଦିକ ସମ୍ମିଳନୀ କଲେ ସେଥିପାଇଁ ସେ ଖୁସି । ଗୋଟାଏ ଦଳ ମିଳିତ ଭାବରେ ସେମାନେ ଯେଉଁଗୁଡା ତାଙ୍କର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ସେଥିରେ ଓଡ଼ିଆ ଅସ୍ମିତା କଥା ମଧ୍ୟ ଅଛି । ଏମାନେ ମିଳିତ ଭାବରେ ନକହି ଏଇଟା ମୋଦୀ ଗ୍ୟାରେଣ୍ଟି ଜରିଆରେ କାହିଁକି ଆସିଲା ବୋଲି ରବି ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *