କେମିତି ହେଲା ବର୍ଷା ଗୁଲୁଆ ଙ୍କ ପ୍ରେମ , ଖୋଲିକି କହିଲେ ବର୍ଷା
ମୋର ଅନେକ କିଛି ବାକି ଅଛି। କହିବେ ହେଇ ଦିଅ ଦେଇ ଦେଉଛି କହି ଦେଇ ନାହାଁନ୍ତି। ସେ ସେହିଥିରୁ ବୋଧେ ଇନ୍ସପାଇୟାର୍ ହେଇ ଏଇଟା କଲେ କି କଣ। ସେଇଟା ମୁଁ ଜାଣି ପାରୁନି। କିନ୍ତୁ ଭାଈ ଯେତିକି ବାକି ନେଇଛନ୍ତି ହିସାବ କଲେ କୋଟି କୋଟି ଟଙ୍କା ହେବ। ମୁଁ ମାଗିଲେ କହିବେ ଭୁଲି ଯା। ପ୍ରଳୁ ସମସ୍ତେ ମୋ ପାଖରୁ ବାକି ନେଇଛନ୍ତି ଦିଦି ଦଶ ଟଙ୍କା ଦିଅ,କୋଡ଼ିଏ ଟଙ୍କା ଦିଅ,ପଚାଶ ଟଙ୍କା ଦିଅ ଏମିତି। ମୁଁ ଥରେ କିଛି ପଇସା କୋଡ଼ିଏ ହଜାର ପାଖାପାଖି ଟଙ୍କା ସଞ୍ଚୟ କରି ରଖିଥିଲି ଦରକାର ସମୟରେ ଲାଗିବ।
ମୁଁ ଲୁଚେଇକି ରଖିଥିଲି କୋଡ଼ିଏ ହଜାର ଟଙ୍କା। ହେଲେ ଇଏ କଢ଼ିଲା ବେଳକୁ ପଚାଶ ହଜାର ଟଙ୍କା। ନା ତମ ପର୍ସରୁ ମାରିକି ରଖିଛି। ମୁଁ ଏତିକି ଜାଣିଛି,ମୋତେ ଯେତିକି ୟାଙ୍କର ଭଉଣୀମାନେ କହିଛନ୍ତି ସ୍ଵାମୀ ପ୍ୟାକେଟରୁ ଯେଉଁ ପଇସାଟା ପାଇଲୁ ସେଇଟା ସ୍ତ୍ରୀର। ସେଇଟା ଭୁଲିଯିବା ଦରକାର ଯେ ଏଇଟା ମୋ ପ୍ୟାକେଟରୁ ମିଳିଛି। ମୁଁ ୟାଙ୍କୁ ଭଲରେ ଡାକେ ସେ ଶୁଣନ୍ତିନି। ୟାଙ୍କର ଆଦତ୍ ହିଁ ହେଇ ଯାଇଛି। ମୁଁ ଜୋରରେ ଡାକିଲେ ଶୁଣିବେ। ମୁଁ କଣ କରିବି।
ଏଇଟା ସବୁ ଫ୍ୟାମିଲିରେ ହୁଏ ସବୁ ସ୍ତ୍ରୀମାନେ ଭଲରେ କୁହନ୍ତି କୁହାଯାଏ ‘ଘୁଷୁରିକୁ ପାଚିଲା କଦଳୀ ପସନ୍ଦ ନୁହେଁ’। ୟାଙ୍କୁ ଯେତେ ପ୍ୟାରସେ କହିବ ସେ ଜମା ଶୁଣିବେନି। ଯେତେବେଳକୁ ରାଗିକି କହିବ ସେ ସେତେବେଳକୁ କହିବେ ହଁ କଣ ହେଲା କାହିଁକି ଚିଲାଉଛ। ସେଇ କଥା କଣ ଭଲରେ କହିଲେ ହବନି। ସବୁବେଳେ ଚିଲାଉଛ। ସେ କିନ୍ତୁ ସତରେ ବୁଝି ପାରନ୍ତିନି ଯେ ୟା ପୂର୍ବରୁ ମୁଁ ଦଶଥର ଭଲରେ ଡାକିଥିବି ।
ବାହାଘରଟା ଆମେ ପ୍ରାଇଭେସି ଏଇଥିପାଇଁ ରଖିଲୁ ଯେ ତଳେ କମେଣ୍ଟ୍ କରୁଛନ୍ତି ସୋସିଆଲ ମିଡ଼ିଆରେ। ଆମେ ଚାହୁଁନୁ କି ଆମ ଲାଇଫଟାକୁ ଆମ ବାହାଘରରେ କେହି ଅଶ୍ଳୀଳ କମେଣ୍ଟ ଦେଉ ବୋଲି। ବହାଘରର ଗୋଟିଏ ନ୍ୟୁଜକୁ ସତର ପ୍ରକାର କରୁଛନ୍ତି । ବାହା ବେଦିରେ ଗୁଲୁଆ, ଏଇଟା ଗୋଟିଏ ଚାନେଲ୍। ତାପରେ ଆଉ ଗୋଟିଏ ଚାନେଲ୍ ହେବ ସିନ୍ଦୂର ପିନ୍ଧେଇଲେ ଗୁଲୁଆ । ବାକି ନାହିଁ ପାର୍ଟ୍-୫ ଆମେ ଅତି ଶୀଘ୍ର ଏକ ଫିଲ୍ମ ଭଳି କରିବୁ ବୋଲି। ଯେମିତି କି ଗୋଟେ ଫିଲ୍ମ ହୁଏ ସେମିତି ବଜେଟ୍ ବି ଖର୍ଚ୍ଚ କରୁଛୁ ଆଉ ବହୁତ୍ ଜାଗା ବି ଖୋଜି ସାରିଲୁଣି। ଷ୍ଟୋରୀକୁ ସେତିକି ଷ୍ଟଡି କଲା ପରେ ଆକ୍ସନ୍ ନେବା ପାଇଁ ପ୍ରିପେୟାର୍ ବି ହେଲୁଣି। ଏଇଟା ଗୋଟେ ଲଙ୍ଗ୍ ଭିଡ଼ିଓ ରହିବ। ଲାଗିବ ଗୋଟେ ଫିଲ୍ମ ଦେଖିଲା ଭଳି।