“ବିଦ୍ୟାଶ୍ରୀ ଛୁଆଟା ତା ବୟସ କେତେ ହେଇଛି । ସେ ମଲ୍ଟିଟ୍ୟାଲେଣ୍ଟେଡ, ଭଲପୁଅ ଦେଖି ବାହାହେଇଯିବ ଉଚିତ” ।
ବନ୍ଧୁଗଣ ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ କାହାଣୀ ବିଷୟରେ ଓଡ଼ିଶାବାସୀ ସମସ୍ତେ ତ ଜାଣିଛନ୍ତି । ବିଦ୍ୟାଶ୍ରୀ ଏବଂ ଆଦିତ୍ୟ ଦୁହେଁ ପ୍ରେମ ବିବାହ କରିଥିଲେ । ସବୁକିଛି ଠିକ ଚାଲିଥିଲା ହେଲେ ଦିନେ ହଠାତ ରାତି ସମୟରେ ରେଲୱେ ଷ୍ଟେସନରୁ ମାନବ ପ୍ରେମୀ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା ଯାହା ପରେ ବିଦ୍ୟାଶ୍ରୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏମିତିକି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଅନେକ କଥା ଉଠିଥିଲା ।
ବିଦ୍ୟାଶ୍ରୀଙ୍କ ଉପରେ ମଧ୍ୟ ଆଙ୍ଗୁଳି ଉଠିଥିଲା । ଆଉ ସେହି ଦିନ ଠାରୁ ଆଖିରୁ ଲୁହ ପିଇ ପିଇ ବିଦ୍ୟାଶ୍ରୀ ନିଜ ସ୍ବାମୀଙ୍କୁ ଛାତିରେ ଧରି ମନରେ ସାହସ ବାନ୍ଧି ବଞ୍ଚିବାକୁ ନିର୍ଣ୍ଣୟ ନେଇଥିଲେ ପୁରା ଜୀବନ । ତେବେ ନିକଟରେ ବିଦ୍ୟାଶ୍ରୀ ନିଜର ଏକ ନୂଆ ସଂସ୍ଥା କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ସେହି ସଂସ୍ଥାର ନାଆଁ ହେଉଛି “ରାଧାରାଣୀ ଟ୍ରଷ୍ଟ” । ଏହି ସମ୍ପର୍କରେ ନିକଟରେ ଏକ ସାକ୍ଷାତକାର ସମୟରେ ସବିତା ମିଶ୍ର ମ୍ୟାଡାମ କହିଛନ୍ତି ଯେ ସେ ନିଜେ ଦେଖିଛନ୍ତି ବିଦ୍ୟାଶ୍ରୀଙ୍କ ଟ୍ରଷ୍ଟ ଆଉ ରେଜିଷ୍ଟ୍ରେସନ୍ ନମ୍ୱର୍ । ସେ ମଧ୍ୟ ଅଭିନନ୍ଦନ ଦେଇଛନ୍ତି ବିଦ୍ୟାଶ୍ରୀଙ୍କୁ ତାଙ୍କୁ ବହୁତ୍ ଭଲ ଲାଗିଲା ।
ଏହାପରେ ସବିତା ମାଡ଼ାମ ଆହୁରି ମଧ୍ୟ କହିଛନ୍ତି ତାଙ୍କ ମାଇଣ୍ଡ ଟା ଷ୍ଟ୍ରାଇକ କଲା ତାଙ୍କ ଭିତରେ ପୁଣି ବିଦ୍ୟାଶ୍ରୀ ଗୋଟେ ଟ୍ରଷ୍ଟ କଲାଣି ଆଉ ସେଇଠି ଯେ ପପୁ ବିକାଶ ଥିଲେ ସେମାନେ ଗୋଟେ ଟ୍ରଷ୍ଟ କଲେଣି ଆଉ ତାଙ୍କ ବାପା ମା କାଲି ଯଦି ଗୋଟେ କରିବେ । ତେଣୁ ଏସବୁ ଭିତରେ ଆଦିତ୍ୟଙ୍କ ଟ୍ରଷ୍ଟ କେଉଁଟା ସେ ଟିକେ କନଫ୍ୟୁଜନ୍ ରେ ପଡିଯାଇଛନ୍ତି । ସେ ଯଦି ଦେବେ ତେବେ ଆଦିତ୍ୟଙ୍କ ଟ୍ରଷ୍ଟକୁ ହିଁ ଦେବେ କାହିଁକି ନା ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ସେ ଶତ ନମନ କରନ୍ତି ତାଙ୍କ କାର୍ଯ୍ୟ କଳାପକୁ ସେ ବହୁତ୍ ଭଲ ପାଆନ୍ତି ।
ଆଉ ସାରା ଓଡ଼ିଶାବାସୀ ତାଙ୍କୁ ବହୁତ୍ ଭଲ ପାଆନ୍ତି । ତେଣୁ ସେ ଚାହାଁନ୍ତି ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ଟ୍ରଷ୍ଟକୁ ହିଁ ସେ ଯାହା ସାହାର୍ଯ୍ୟ ଦେବେ ବୋଲି ନିଷ୍ପତି ନେଇଛନ୍ତି । ଆହୁରି ସବିତା ମଧ୍ୟ କହିଛନ୍ତି ସେ ଯେତେବେଳେ ପ୍ରଥମେ ବିଦ୍ୟାଶ୍ରୀ ସହିତ ମିଶିଲେ ତାଙ୍କୁ ଭଲ ଲାଗିଥିଲା ସେ ଝିଅ ଶିକ୍ଷିତ ମଧ୍ୟ । ସେ ତାଙ୍କୁ ଝିଅ ଭଳିଆ ହିଁ ଭାବନ୍ତି କିଛି ଖରାପ୍ ସଂପର୍କ ନାହିଁ । ବିଦ୍ୟାଶ୍ରୀ ଏବେ ଛୁଆଟା, ତାର ବୟସ ବା କେତେ ହେଇଛି ଆହୁରି ମଲ୍ଟିଟ୍ୟାଲେଣ୍ଟେଡ ମଧ୍ୟ । ତେଣୁ ସେ ଚାହାଁନ୍ତି ଯେ ଭଲପୁଅ ମିଳିଲେ ବାହା ହେଇଯିବା ଉଚିତ ।