ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ଭିତରେ ଫରକ ବୁଝେଇଲେ ପାଣ୍ଡିଆନ

ଦିନରେ ଲଣ୍ଠନ ଦେଖାଇବା ଡବଲ୍ ଇଞ୍ଜିନ। ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ। ପତ୍ତା ତିନି ଶହ ଟଙ୍କା ଦେବା ଡବଲ୍ ଇଞ୍ଜିନ।ହଜାର ଟଙ୍କା ପତ୍ତା ଦେବା ନବୀନ ବାବୁଙ୍କର ଇଞ୍ଜିନ। ଆପଣଙ୍କୁ ସୋଲାର ଫ୍ୟାନ୍ ଲଗାଇବାକୁ ପଡ଼ିବ ଘରେ। ଚାଳିଶ ହଜାର ଟଙ୍କା, ପଚାଶ ହଜାର ଟଙ୍କାରେ ସୋଲାର ଲଗାଇଲା ପରେ ସୂର୍ଯ୍ୟ କିରଣରୁ ଆପଣ ମାଗଣାରେ ବିଜୁଳି ପାଇବେ। ଏଇଟା ହେଉଛି ଦିନ ବେଳେ ଲଣ୍ଠନ ଦେଖାଇବା।

ଯେଉଁଠି ବାଇଇଲେକ୍ସନ ହେଉଛି ସେ ଜାଗାରେ ଯାଇ ବଡ଼ ବଡ଼ କଥା କୁହନ୍ତି । ଆଉ ଇଲେକ୍ସନ ସରିଲା ପରେ ଭୋଟ ସରିଲା ପରେ ଆପଣମାନେ ଖୋଜିଲେ ବି ପାଇବେ ନାହିଁ। ଏଠିକାର ଜଣେ କେନ୍ଦ୍ରମନ୍ତ୍ରୀ ସେହି ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ବି ଆଖି ବନ୍ଦ କରି ରହିଲେ। ଦଶ ବର୍ଷ ହେଲା ବିଜେପି ସରକାର ହେଉଛି। କଣ କଲେ ବିଜେପି ସରକାର। ଆପଣଙ୍କର ଭାଷା ପ୍ରତି ଏତିକି ସମ୍ମାନ ଦେଇ ପାରୁ ନାହାଁନ୍ତି।ଗତକାଲି ଆମର ମାନନୀୟ ପ୍ରଧାନମନ୍ତ୍ରୀ ବରଗଡ଼ ଆସିଥିଲେ। ବହୁତ୍ ବଡ଼ ବଡ଼ କଥା ସବୁ କହିକି ଗଲେ। ସେଇ କଥା ଉପରେ ମୁଁ କିଛି ତଥ୍ୟ ରଖିବାକୁ ଚାହିଁବି।

ପ୍ରଥମେ ସମ୍ବଲପୁର ଗୋଟେ ଜାତିର ପରିଚୟ କଣ ?ଗୋଟେ ଅଞ୍ଚଳର ପରିଚୟ କଣ ? ଏହି ଅଞ୍ଚଳର ଭାଷା ହେଉଛି ସମ୍ବଲପୁରର କୁଶଳୀ ଭାଷା। ବର୍ଷ ବର୍ଷ ଧରି ଏଠିକାର ଲୋକମାନେ ସମ୍ବଲପୁରର କୁଶଳୀ ଭାଷା କହୁଛନ୍ତି । ଏହି ସମ୍ବଲପୁରର କୁଶଳୀ ଭାଷାକୁ ଏକ ଉଚ୍ଚରେ ରଖିବା ଲାଗି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଞ୍ଚଥର ପ୍ରପୋଜାଲ ପଠାଇଛନ୍ତି। ଆଜି ଭୋଟ ପାଇଁ ଆସିଛନ୍ତି ଆପଣଙ୍କ ପାଖରେ ।

ଦ୍ଵିତୀୟରେ ଏହି ଅଞ୍ଚଳର ଜୀବନଧାରା ମହାନଦୀ ପାଣି। ମହାନଦୀ ପାଣିରେ କେନ୍ଦ୍ର ବିଜେପି ସରକାରର ଭୂମିକା କଣ ରହିଲା ଆପଣମାନଙ୍କୁ ମୁଁ ବୁଝାଇବାକୁ ଚାହିଁବି। ଆପଣ ତ ଦଶ ବର୍ଷ ଥିଲେ ଆପଣଙ୍କର କ୍ଷମତା ଥିଲା ଆପଣ ଚାହିଁଥିଲେ ଗୋଟେ ମିନିଟରେ ଚାଷୀ ଭାଈ ଭଉଣୀମାନଙ୍କୁ ତିନି ହଜାର ପାଞ୍ଚ ଶହ କହିଥାନ୍ତେ। ତିନି ହଜାର ଶହେ ପାଇଁ କି ତିନି ହଜାର ପାଞ୍ଚ ଶହ ଟଙ୍କା କରିଥାନ୍ତେ ଆପଣ କଲେ ନାହିଁ । ଏଇ ମାଟି ପବିତ୍ର କବି ଗଙ୍ଗାଧର ମେହେରଙ୍କର ମାଟି ।

ଆମର କେନ୍ଦ୍ରମନ୍ତ୍ରୀ ଏତେ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ହେଇକି ରହୁଛନ୍ତି ଓଡ଼ିଆ ସ୍ମିତ କଥା ସବୁବେଳେ କହୁଛନ୍ତି। ଏସବୁ ଆମର ନବୀନ ବାବୁ କରିଛନ୍ତି । ସତର୍କ ରୁହନ୍ତୁ ମାଆ ମାନଙ୍କୁ ସଶକ୍ତ କରିବା ପାଇଁ ଜଣେ ନେତା ସେ ହେଉଛନ୍ତି ନବୀନ ବାବୁ। ଆଉ ଗୋଟେ ରାଜନୀତି ଦଳ ବିଜୁ ଜନତା ଦଳ ଆପଣମାନେ ବହୁତ୍ ସଂଖ୍ୟାରେ ଆଶୀର୍ବାଦ କରନ୍ତୁ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ ବରଗଡ଼ ପ୍ରତି ସ୍ଵତନ୍ତ୍ର ଧ୍ୟାନ ରଖୁଛନ୍ତି।

Leave a Reply

Your email address will not be published. Required fields are marked *