ହଜାର ହଜାର ସମର୍ଥକଙ୍କୁ ନେଇ ନାମାଙ୍କନ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ ।

ବର୍ଷାଙ୍କ ରଣ ହୁଙ୍କାରରେ କମ୍ପୁଛି ବଡ଼ଚଣା ମଇଦାନ । ପ୍ରଚାର ପ୍ରସାରରେ ଅଞ୍ଚଳବାସୀଙ୍କ ଯୋଗଦାନ ଦେଖି ଥରିଲେଣି ବିରୋଧୀ । ଏମିତି କି ଦିନକୁ ଦିନ ବର୍ଷାଙ୍କ ସମର୍ଥକ ବଢିବା ବିରୋଧୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ବର୍ଷାଙ୍କ ସଭାସ୍ଥଳୀକୁ ଛୁଟୁଛି ଜନତାଙ୍କ ସୁଅ । ଆଉ ଏସବୁ ଦେଖି ନିର୍ବାଚନ ସମୀକ୍ଷକ ମାନେ ମତ ଦେଲେଣି ଏଥର ବଡ଼ଚଣା ମାଟିରେ ଶଙ୍ଖ ନାଦ ହେବ । ଆଉ ବର୍ଷା ପ୍ରିୟଦର୍ଶନୀ ବିଜୟ ହେବେ ସେ ଭି ପୁଣି ବିପୁଳ ଭୋଟରେ ।

ତେବେ ବର୍ଷା ମଧ୍ୟ ନିଜ ପ୍ରତି ଅଞ୍ଚଳବାସୀଙ୍କ ଭଲ ପାଇବା ଦେଖି ଖୁସିରେ ଗଦ ଗଦ ହୋଇ ଉଠିଛନ୍ତି । ବନ୍ଧୁଗଣ ବେଶ୍ କିଛିଦିନ ଧରି ବଡ଼ଚଣାରେ ପ୍ରଚାର ଚଲାଇଥିଲେ ବିଜେଡିର ବିଧାୟିକା ପ୍ରାର୍ଥିନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅଛି । ଏଥିପାଇଁ ତାଙ୍କୁ ବହୁତ ସ୍ନେହ ଆଉ ସମ୍ମାନ ମିଳୁଛି ବୋଲି । ଆଉ ଆଜି ଅକ୍ଷୟ ତୃତୀୟା, ପବିତ୍ର ତିଥିରେ ପ୍ରାର୍ଥୀ ଭରିଲେ ନାମାଙ୍କନ ।

ଆଜ୍ଞା ହଁ ବନ୍ଧୁଗଣ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡିର ବଡ଼ଚଣା ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ । ନାମାଙ୍କନ ପୂର୍ବରୁ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି ବର୍ଷା । ନାମାଙ୍କନ ବେଳେ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ତେବେ ଏସବୁ ଭିତରେ ବଡ଼ଚଣା ବିଜେଡ଼ି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ମୁଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛି । ବଡ଼ଚଣାବାସୀ ମୋର ପରିବାର ହୋଇ ଗଲେଣି ।

ସେମାନଙ୍କର ଯାହା ସ୍ୱପ୍ନ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶରେ ସେ ସବୁକୁ ମୁଁ ପୂରଣ କରିବି” । ଅନ୍ୟପଟେ କହି ରଖିବୁ ଯେ ବର୍ଷା ଓ ଅନୁଭବ ମାମଲା ଏବେବି ଛିଡ଼ିନି । ଇଏ ଅବଶ୍ୟ ବିବାହ ବିଚ୍ଛେଦ ମାମଲା ନୁହେଁ ଘରୋଇ ହିଂସା ମାମଲା । ଏହି ମାମଲାରେ କୋର୍ଟରେ ହାଜର ହେଲେନି ଓଲିଉଡ୍ ସୁପର ଷ୍ଟାର ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ମାମଲାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

Leave a Reply

Your email address will not be published. Required fields are marked *