ପ୍ରେମ କରି ବିବାହ କରିଥିଲେ…ଘରେ ରହିଗଲା ୩ ବର୍ଷର ଝିଅ। ହେଲେ ଏକା ସାଙ୍ଗରେ ଚାଲିଗଲା ବାପା ମା’ ଓ ବଡ଼ ଭଉଣୀ।

ଟିକେ ଏହି ଫୋଟ ଉପରେ ନଜର ପକାନ୍ତୁ। ଏ ହେଉଛନ୍ତି ସୁଜିତ ଆଉ ଖୁସବୁ। ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ତାଙ୍କ ଖୁସି ଯେମିତି ଦୁଇ ଗୁଣା ହୋଇଗଲା ତାଙ୍କ କୋଳରେ ଶିଶୁ କନ୍ୟା ଜନ୍ମ ହେଲା। ବାପା ମା’ଙ୍କର ଦୁଇଟି ଝିଅ ହେଲେ ଆଉ ଦୁଇ ଝିଅ ଥିଲେ ବାପା ମା’ଙ୍କର ଦୁଇ ଆଖି। ଚାରି ଜଣ କେହି କାହାରିକୁ ନଦେଖିଲେ ଦିନେ ରହିପାରନ୍ତି ନାହିଁ। କେତେ ହସ ଖୁସିରେ ଗଢି ତୋଳିଥିଲେ ସୁନାର ସଂସାର। କିନ୍ତୁ ନିଜ ହାତରେ ହିଁ ନିଜ ପରିବାରକୁ ଛାରଖାର କରିଦେଲେ ସୁଜିତ

ପ୍ରଥମେ ଟିଉସନ କରି ପରିବାର ଚଲାଉଥିଲେ। ବର୍ତ୍ତମାନ ଝାରସୁଗଡା ବେଦାନ୍ତ କମ୍ପାନୀରେ ଚାକିରୀ କରୁଥିଲେ। ଭଲ ଦୁଇ ପଇସା ରୋଜଗାର ବି କରୁଥିଲେ ଆଉ ବେସ ହସଖୁସିରେ ପରିବାର ଚାଲିଥିଲା। ହେଲେ କେତେବେଳେ କେଜାଣି ଜାଣତରେ ହେଉ ଅବା ଅଜାଣତରେ ଜୁଆ ଖେଳର ଚକ୍ର ବିହୁରେ ଫସି ଯାଇଥିଲେ ସୁଜିତ ରାୟ। ଆଉ ସେଥିରୁ ବାହାରି ପାରିନଥିଲେ। ଜୁଆ ଖେଳରେ ଏମିତି ମଜି ଥିଲେ ଯେ ସେ ତୋଳିତଳାନ୍ତ ହୋଇଯାଇଥିଲେ ଆଉ ଶେଷରେ ନେଇଗଲେ ଏଭଳି ଚରମ ନିଷ୍ପତ୍ତି।

ଯଦି ସୁଜିତଙ୍କର କିଛି ହୋଇଗଲା ତାହେଲେ ସ୍ତ୍ରୀ ଆଉ ଝିଅ ବଞ୍ଚି ପାରିବେନି। ସେଥିପାଇଁ ସୁଜିତ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀ ଖୁସବୁ ଓ ତାଙ୍କର ୧୨ ବର୍ଷର ଝିଅ ଅର୍ପିତାଙ୍କୁ କାରରେ ନେଇ ବୁଲିବାକୁ ଯାଇଥିଲେ। କିଛି ବାଟ ଗଲା ପରେ ଖେଳ ପଡ଼ିଆରେ ଗାଡିକୁ ଷ୍ଟାଟ କରି ଗାଡି ଭିତରେ ସ୍ତ୍ରୀ ଓ ଝିଅ ଆଖିରେ ପଟି ବାନ୍ଧି ପ୍ରଥମେ ସ୍ତ୍ରୀକୁ ଗୁଳି କଲା। ଆଉ ଏହା ପରେ ଝିଅ ମୁଣ୍ଡକୁ ଗୁଳି କରି ନିଜ ନିଜେ ମୁଣ୍ଡରେ ଗୁଳି ମାରି ଜୀବନ ହାରି ଦେଇଥିଲେ। ଆଉ କାର ଭିତରେ ଚାଲିଗଲା ଗୋଟିଏ ପରିବାରର ବାପା ମା’ ଆଉ ୧୨ ବର୍ଷର ଝିଅର ଜୀବନ।

ଏଭଳି ବିଭତ୍ସ ଘଟଣା ଘଟିଥିଲା ଝାରସୁଗଡା ଜିଲ୍ଲାରେ। ଅରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ସୁଜିତ ରାୟ ସେ ଖୁସବୁ ରାୟଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ଝିଅ ମଧ୍ୟ ଥିଲେ। ବଡ଼ ଝିଅକୁ ୧୨ ବର୍ଷ ଆଉ ତା’ର ନାଁ ହେଉଛି ଅର୍ପିତା ରାୟ। ଆଉ ସାନ ଝିଅର ବୟସ ହେଉଛି ମାତ୍ର ୩ ବର୍ଷ। ସ୍ଥାନୀୟ ଲୋକଙ୍କର କହିବା କଥା ଯେ ଗତ ୩ ମାସ ହେଲା ଅନଲାଇନରେ ଜୁଆ ଖେଳି ଆସୁଥିଲେ ସୁଜିତ। ଏଥିପାଇଁ ବିଭିନ୍ନ ଲୋକଙ୍କ ଠାରୁ ଧାର କରଜ ମଧ୍ୟ କରିଥିଲେ। ବିଭିନ୍ନ ବେଟିଂ ଆପର ପ୍ରଲୋଭନରେ ପଡି ସାରି ଦେଇଥିଲେ ସବୁକିଛି ଟଙ୍କା। ଆଉ ଏଇ ଗୋଟିଏ ମାସରେ ୪ ଲକ୍ଷ ୨୦ ହଜାର ଟଙ୍କା ହରାଇଥିବା ମୋବାଇଲ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣା ପଡ଼ିଛି।

ବୁଲିବା ବାହାନାରେ ବୁଧବାର ଅପରାହ୍ନରେ ସୁଜିତ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ କାରରେ ନେବାକୁ କହିଥିଲେ ହେଲେ ସାନ ଝିଅ ମନା କରିବାରୁ ବଡ଼ ଝିଅ ଆଉ ସ୍ତ୍ରୀକୁ ଧରି ଘରୁ ବାହାରି ପଡ଼ିଥିଲେ ସୁଜିତ। ସନ୍ଧ୍ୟା ରୁ ରାତି ହୋଇଗଲା କୁନି ଝିଅଟି ବାପା ମା’ ଆଉ ଭଉଣୀର ଆସିବା ବାଟକୁ ଚାହିଁ ବସିଥିଲା। କିନ୍ତୁ ଘରକୁ କେହି ଫେରିଲେନି। ତେଣୁ ସୁଜିତଙ୍କ ବାପା ମାଙ୍କ ମନରେ ସନ୍ଦେହ ହେଲା। ଏନେଇ ପରିବାର ଲୋକେ ଆଉ ପଡ଼ୋଶୀ ଆସି ଅରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁଜିତଙ୍କ ମୋବାଇଲକୁ ଷ୍ଟ୍ରେସ କରି ପୋଲିସ ଲଖନପୁର ଖେଳ ପଡ଼ିଆ ନିକଟରେ ଆସି ପହଞ୍ଚିଥିଲେ।

ଆଉ ଦେଖିବାକୁ ପାଇଥିଲେ ଏକ କାର ପଡିଆ ମଝିରେ ଛିଡା ହୋଇଛି। ଆଉ କାର ଭିତରେ ପଡିରହିଥିଲା ବାପା ମା’ ଆଉ ୧୨ ଝିଅର ରକ୍ତ ଜୁଡୁବୁଡୁ ମୃତ ଦେହ। ଆଉ ମୃତକଙ୍କ ମୁଣ୍ଡରେ ଆଉ କାରରେ ଦେଖିବାକୁ ମିଳିଥିଲା ଗୁଳି ଚିହ୍ନ। କାରର ଇଞ୍ଜିନ ସହ ଅନ ଥିଲା ଏସି। ଆଉ ତାହାରି ଭିତରେ ବାପା ମା’ ଆଉ ଝିଅର ଜୀବନ ମଧ୍ୟ ଚାଲିଗଲା। ବନ୍ଧୁକଟି ମଧ୍ୟ ସେହି କାର ଭିତରେ ପଡିରହିଥିବାର ଦେଖିବାକୁ ପାଇଥିଲେ।ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ହିଁ ଏଇ ଖବର ସାମ୍ନାକୁ ଆସିଛି। ପ୍ରଥମେ ସୁଜିତ ନିଜ ସ୍ତ୍ରୀ ଏବଂ ବଡ଼ ଝିଅକୁ ଗୁଳି ମାରି ହତ୍ୟା କରିବା ପରେ ସେ ମଧ୍ୟ ନିଜ ନିଜକୁ ଫାଇରିଙ୍ଗ କରି ଜୀବନ ହାରି ଦେଇଥିଲେ।

Leave a Reply

Your email address will not be published. Required fields are marked *