“ଭୁବନେଶ୍ୱରରେ ବିଜେପି ଅବସ୍ଥା ବିକଳ ହେଲାଣି । ମୋ ପୁଅକୁ ହରେଇବାକୁ ବାରମ୍ବାର ମୋଦିକୁ ଡାକୁଛନ୍ତି” : ସୁର ରାଉତରାୟ ।

ପାଖଉଛି ନିର୍ବାଚନ । ସରଗରମ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା । ତେବେ ବନ୍ଧୁଗଣ ଆଗାମୀ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ପ୍ରସାର । ଆଉ ଏସବୁ ମଧ୍ୟରେ ଦିନକୁଦିନ ମଧ୍ୟ ରୋମାଞ୍ଚକର ହେଉଛି ବିଜେପି ଓ ବିଜେଡ଼ି ଲଢେଇ । ବନ୍ଧୁଗଣ ସୂଚନା ମୁତାବକ ବିଜେପିର ପ୍ରଚାର ପ୍ରସାର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ତେବେ ଇତି ମଧ୍ୟରେ ମୋଦିଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ । ପ୍ରଧାନମନ୍ତ୍ରୀ ହେଇକି ସାଧାରଣ ଜ୍ଞାନ ହଜେଇ ସରପଞ୍ଚ ଭଳି ହେଉଛନ୍ତି ନରେନ୍ଦ୍ର ମୋଦି ବୋଲି କହିଛନ୍ତି ସୁର । ତେବେ କହି ରଖିବୁ ଯେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ହେବା ପରେ ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ ।

ନିକଟରେ ଗଣମାଧ୍ୟମ ସାମ୍ନାରେ ଏକ ସାକ୍ଷାତକାର ସମୟରେ ମୋଦିଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ । ତେବେ ସେ କହିଛନ୍ତି ଯେ ସକାଳୁ ସ୍ବପ୍ନ ଦେଖିଛନ୍ତି ମୋଦି । ଲୋକ ରାତିରେ ଦେଖନ୍ତି କିନ୍ତୁ ମୋଦି ସକାଳୁ ଦେଖିଛନ୍ତି । ୨ଦିନ ପାଇଁ ଓଡ଼ିଶାକୁ ଆସିଲ ରାତିରେ ରହିଲ ଗାଡ଼ିରେ ରୋଡ଼ ଶୋ କରିଲ ଲୋକଙ୍କୁ ଡ଼କାଇ । ତାପର ଦିନ ପୁଣି ବସ୍ ରେ ଲୋକ ଆଣିଲ ରୋଡ଼ ଶୋ କଲ ପୁଣିଥରେ କାଲି ଆସିବ ଭୁବନେଶ୍ୱର ଚାରିଆଡ଼େ ରୋଡ଼ ଶୋ କରିବ କଣ ମନ୍ମଥ ରାଉତରାୟକୁ ହରାଇବା ପାଇଁ ଲଜ୍ୟା ।

ଯେତିକି ଇଲେକ୍ସନ ହେଲାଣି ବିଜେପିର ବହୁତ୍ ଡ୍ୟାମେଜ ହେଇଛି । ତେଣୁ ସେ ଆଉ ସମ୍ଭାଳିବା ପରିସ୍ଥିତିରେ ନାହାଁନ୍ତି ବିକଳରେ କେବଳ ଭୁବନେଶ୍ୱର ସାଂସଦରେ ୪ଦିନ ସମୟ ଦେବ ଜଣେ ପ୍ରାଇମ୍ ମିନିଷ୍ଟର । କେତେ ପଇସା ଓଡ଼ିଶା ସରକାରର ଖର୍ଚ୍ଚ ହେଉଛି । ଏଗୁଡ଼ାକୁ ଯାହା କୁହାଯାଏ ଅପଦସ୍ତ । ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଏତେ ପଇସା ଖର୍ଚ୍ଚ କରି ପ୍ରଧାନମନ୍ତ୍ରୀଙ୍କ ପ୍ରୋଗ୍ରାମ କରୁଛି ଯେଉଁଟା ଅନ୍ୟାୟ । ପୁଅ ମନ୍ମଥକୁ ହରେଇବାକୁ ବାରମ୍ବାର ମୋଦିକୁ ଡାକୁଛନ୍ତି ।

Leave a Reply

Your email address will not be published. Required fields are marked *