“ଅପରାଜିତା ଖାଲି ଫୋଟୋ ପାଇଁ ସବୁ କିଛି କରନ୍ତି । ଭୁବନେଶ୍ୱର ପାଇଁ ସେ କିଛି କରିନାହାନ୍ତି” : ଅଖିଳ ପଟ୍ଟନାୟକ।

ବନ୍ଧୁଗଣ ଆଉ ଚାରି ଦିନ ପରେ ଭୋଟ୍ ଦେବ ଓଡ଼ିଶା । ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି । ଆଉ ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ଭାଜପା ନେତା ତଥା ଅଭିନେତା ଅଖିଳ ପଟ୍ଟନାୟକ ଶଙ୍ଖ ଫୁଙ୍କିଛନ୍ତି । ଏଠାରେ କହି ରଖିବୁ ଯେ ସେ ଭୁବନେଶ୍ୱରର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଖାସ୍‌ ଅନୁଗତ ଥିଲେ । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ ।

ସୂଚନା ମୁତାବକ, ଦୀର୍ଘଦିନ ହେବ ଭୁବନେଶ୍ୱରରେ ରହି ବିଜେପି ପାଇଁ କାମ କରୁଥିଲେ ଅଖିଳ । ବିଶେଷ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଖେପାଖେ ରହିବା ସହ ଦଳ ପାଇଁ ପ୍ରଚାର ପ୍ରସାର କରୁଥିଲେ । କିନ୍ତୁ ଦଳ ତାଙ୍କୁ ଉପଯୁକ୍ତ ଦାୟିତ୍ୱ ନଦେଇ କଣଠେସା କରୁଥିବାରୁ ଅପମାନିତ ଅନୁଭବ କରିଥିଲେ ଅଖିଳ । ସେଠାରୁ ହତୋତ୍ସାହିତ ହୋଇ ବିଜେଡିକୁ ବାଛିଲେ ଏବେ ଦଳରେ ଯୋଗଦାନ ପରେ ବିଜେଡି ପାଇଁ କାମ କରିବା ସହ ଦଳ ଛାଡିବେନି ବୋଲି କହିଥିଲେ ଅଖିଳ ।

ଅନ୍ଯପଟେ ଦଳ ଛାଡ଼ିବା ପରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି ଅଖିଳ ପଟ୍ଟନାୟକ । ନିକଟରେ ଏକ ସାକ୍ଷାତକାର ସମୟରେ ଅଖିଳ କହିଛନ୍ତି ଯେ, ଅପରାଜିତା ଜଣେ ସୋସିଆଲ ଇନ୍ଫ୍ଲୁଏନ୍ସର୍ । ସୋସିଆଲ ମିଡ଼ିଆରେ କେମିତି ସେ ୨୪ ଘଣ୍ଟା ରହିବେ ସେଇଟା ସେ ସକାଳୁ ରାତି ଯାଏଁ ତାଙ୍କ ପ୍ରାଇଭେଟ୍ ପି-ଏସ ମାନେ ଯେଉଁ ଥାଆନ୍ତି ତାଙ୍କୁ କେବଳ ଗାଳି କରୁଥାନ୍ତି ଯେ ମୋର ଫୋଟ ପକାଇଲ କି ନାହିଁ ମୋର ଏଇଟା ହେଲା କି ନାହିଁ ଇତ୍ୟାଦି ।

କେବଳ ଫଟୋ ନହେଲେ ବହୁତ୍ ଜାଗାରେ ମିଛ, ପ୍ରହସନ । ସୋସିଆଲ ମିଡ଼ିଆରେ କେମିତି ରହିବେ ଆଉ ଲୋକମାନେ ସେଲିବ୍ରିଟି ହିସାବରେ ତାଙ୍କୁ କେମିତି ଲାଇକ କରିବେ । ଯେଉଁ ରିପୋର୍ଟ କାର୍ଡ ଅପରାଜିତା ମ୍ୟାଡାମ୍ ଦେଇଛନ୍ତି ସେସବୁ ମିଛ । ସେ କେବଳ ୩ଟି ଜିନିଷ କରିଛନ୍ତି ପାଣି, ଲାଇଟ୍ ଆଉ ଖେଳ କିଟ୍ ଆଉ ଭୁବନେଶ୍ବର ପାଇଁ କିଛି କରିନାହାଁନ୍ତି । ଅପରାଜିତା ବସ୍ତିକୁ ଯାଆନ୍ତି ନାହିଁ, ଲୋକଙ୍କୁ ଘୃଣା କରନ୍ତି । ଆପଣ ଯଦି ଭଲ ଶାଢ଼ୀଟିଏ ପିନ୍ଧିଥିବେ ତାହେଲେ ସେ ଆପଣଙ୍କ ସାଙ୍ଗରେ ଭଲ ବନ୍ଧୁତ୍ୱ କରିବେ । ତାଙ୍କ ପାଖରେ ସେ ଥିଲେ ହିରୋ କିନ୍ତୁ ତାଙ୍କୁ କୁକୁର କରିକି ରଖିଲେ । ହିରୋ ରୁ କମିନା କରିଦେଲେ ଯୋକର କରିଦେଲେ ବୋଲି କହିଛନ୍ତି ଅଖିଳ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *