ସାମ୍ନାକୁ ଆସିଲା ସତ..ଅନଲାଇନ ଆପରେ ଟଙ୍କା ଲଗାଇ କ୍ଷତି ହେବାରୁ ସ୍ତ୍ରୀ ଓ ଝିଅ ଆଖିରେ ପଟି ବାନ୍ଧି ଏମିତି କଲା।

କାର ଭିତରେ କେମିତି ହୋଇଥିଲା ବାପା ମା ଆଉ ୧୨ ବର୍ଷ ଝିଅର ମୃତ୍ୟୁ ଆଉ ନିଜେ ସ୍ୱାମୀ ସ୍ତ୍ରୀ ଓ ଝିଅ ମୁଣ୍ଡରେ ଗୁଳି ମାରି ନିଜେ ନିଜ ମୁଣ୍ଡରେ ଗୁଳି ଫୁଟାଇ ଦେଇଥିଲେ।।ଯାହା ଫଳରେ ଏହି କାର ଭିତରେ ବାପା ମା ଆଉ ୧୨ବର୍ଷର ଝିଅର ମୃତ୍ୟୁ ହୋଇଗଲା। ଏବେ ଘଟଣାର ସତ୍ୟତା ସାମ୍ନାକୁ ଆସିଲା। ଆଉ ଏ ଘଟଣା ଜାଣିଲେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିବ।

ଆଜ୍ଞା ହଁ ବନ୍ଧୁଗଣ ୪ ଲକ୍ଷ ୨୦ ହଜାର ଟଙ୍କା ପାଇଁ ଏହି କଳା ରଙ୍ଗର କାର ଭିତରେ ନିଜ ସ୍ତ୍ରୀ ଝିଅ ଆଉ ନିଜ ମୁଣ୍ଡରେ ଗୁଳି ଫୁଟାଇ ଗୋଟିଏ ପରିବାରର ୩ ଜଣଙ୍କର ଜୀବନ ଚାଲିଗଲା। ସ୍ୱାମୀ ସୁଜିତ ସ୍ତ୍ରୀ ଓ ଝିଅକୁ ନେଇ ବୁଲିବାକୁ ଯାଇଥିଲେ ଆଉ ସ୍ତ୍ରୀ ଝିଅ ଭାବିଥିଲେ କିଛି ସରପ୍ରାଇଜ ଦେବେ ବୋଲି କିନ୍ତୁ କିଏ ବା ଜାଣିଥିଲା ଗିଫ୍ଟ ଦେବା ବଦଳରେ ଜୀବନ ଦ୍ୱୀପ ଲିଭାଇ ଦେବେ ବୋଲି। ୪ ଲକ୍ଷ ଟଙ୍କା ପାଇଁ କାର ଷ୍ଟାଟ ରଖି ଏସି ଲଗାଇ ସ୍ତ୍ରୀ ଆଖିରେ ପଟି ବାନ୍ଧି ପ୍ରଥମେ ସ୍ତ୍ରୀକୁ ଗୁଳି କଲେ ଏହା ପରେ ୧୨ ବର୍ଷର କୁନି ଝିଅ ଆଖିରେ ବି ପଟି ବାନ୍ଧି ଗୁଳି ମାରିଦେଲେ ବାପା। ସ୍ତ୍ରୀ ଆଉ ଝିଅକୁ ଗୁଳି ମାରିବା ପରେ ନିଜେ ନିଜ ମୁଣ୍ଡରେ ଗୁଳି ଫୁଟାଇ ଦେଲେ। ଆଉ ଜୀବନ ନେବା ସହ ଜୀବନ ବି ମଧ୍ୟ ହାରିଦେଲେ।

ଆଜ୍ଞା ହଁ ବନ୍ଧୁଗଣ ସ୍ବାମୀଙ୍କ ସହ ସ୍ତ୍ରୀ ଆଉ ଝିଅ ବୁଲିବାକୁ ଯାଇଥିଲେ। ଆଉ ଦୁହେଁ ବେସ ଖୁସି ଥିଲେ। କିନ୍ତୁ ତାଙ୍କ ଖୁସି କ୍ଷଣିକ ମାତ୍ରାରେ ଧୂଳିସାତ ହୋଇଗଲା। ଅନଲାଇନର ବିଭିନ୍ନ ଆପରେ ବେଟ ଲଗାଇଥିଲେ ସୁଜିତ। କିନ୍ତୁ ଚଳିତ ମାସରେ ତାଙ୍କର ଲକ୍ଷାଧିକ ଟଙ୍କା ଲସରେ ପଡିଯିବାରୁ ଚିନ୍ତାରେ ପଡିଯାଇଥିଲେ। ଆଉ ଗତ କାଲି ସ୍ତ୍ରୀ ଆଉ ଝିଅକୁ ନେଇ ବୁଲିବାକୁ ଯାଇଥିଲେ ଆଉ କାର ଭିତରେ ମା ଆଉ ଝିଅକୁ ଗୁଳି ମାରି ନିଜ ମୁଣ୍ଡରେ ଫୁଟାଇ ଦେଲେ ଗୁଳି। ଯାହା ଫଳରେ ବାପା ମା ଆଉ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଗଲା।

ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗଡା ଜିଲ୍ଲା ଲକ୍ଷନୌପୁର ବାଳି ପାହାଡ଼ ନିକଟରେ। ତେବେ ମୃତକ ପଶ୍ଚିମବଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ଅରିଏଣ୍ଟ ଥାନା ଅନ୍ତର୍ଗତ କାଳିନଗରର ଏକ କଲନିରେ ଭଡା ନେଇ ରହୁଥିଲେ ସୁଜିତ। ଆଉ ଏଭଳି ଭାବେ ଫାଇରିଙ୍ଗ କରିଛନ୍ତି ସୁଜିତ ଯାହା ଫଳରେ କାରର କାଚଭାଙ୍ଗି ବାହାରକୁ ବାହାରି ଆସିଛି ଗୁଳି। ଯାହାର ଦୃଶ୍ୟ ଆପଣ ମାନେ ଏହି ଫୋଟରେ ଦେଖିପାରୁଥିବେ।ଆଉ ପୁରା ପରିବାର ମୁଣ୍ଡରେ ଗୁଳିର ଚିହ୍ନ ଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ ସୁଜିତ ରାୟ ବାପା ବ୍ରଜରାଜ ନଗର ସ୍ଥିତ ଏମ୍ସିଏଲରେ ଚାକିରୀ କରୁଥିବା ବେଳେ ପଶ୍ଚିମବଙ୍ଗ ସ୍ଥିତ କୋଲକତାରେ ରହିଥିବା ବେଳେ ବଡ଼ଭାଇ ସ୍ପାଇସଜେଟରେ ଚାକିରୀ କରୁଥିଲେ। ସୁଜିତ ପ୍ରଥମେ ଟିଉସନ କରି ପରିବାର ଚଳାଉଥିଲେ। ବର୍ତ୍ତମାନ ସେ ଝାରସୁଗଡା ବେଦାନ୍ତ କମ୍ପାନୀରେ ଚାକିରୀ କରି ଭଲ ଦୁଇ ପଇସା କମାଉଥିବା ବେଳେ ଆଜି ଏହି କାରରେ ଏକା ସାଙ୍ଗରେ ମରିଗଲେ ବାପା ମା ଓ ଝିଅ। ଅନଲାଇନ ବେଟିଂ ଟଙ୍କା ଲଗାଇ କ୍ଷତି ହେବାରୁ ଶେଷରେ ଗୋଟିଏ ପରିବାରର ୩ ଜଣଙ୍କର ଜୀବନ ଚାଲିଗଲା।

Leave a Reply

Your email address will not be published. Required fields are marked *