ସାବଧାନ୍ ଓଡିଶାକୁ ଆସିଛି ନୂଆ ଭାଇରସ୍ । କରୋନା ଠାରୁ ବି ଆହୁରି ୧୦୦ ଗୁଣା ଭୟଙ୍କର । ନେଇଯିବ ଜୀବନ… ।

ପୁଣି ଓଡ଼ିଶାକୁ ଡରାଇଲାଣି କରୋନା ଭଳି ଆଉ ଏକ ମାରାତ୍ମକ ଭାଇରସ୍ । ସବୁଆଡେ ସୁ ସୁ ହୋଇ ମାଡ଼ିଲାଣି । ଓଡ଼ିଶାରୁ ଚିହ୍ନଟ ହେଲେଣି ୨ ରୋଗୀ । ଘନ ଘନ ଚାଲିଛି ଚିହ୍ନଟ ପ୍ରକ୍ରିୟା । ସାରା ବିଶ୍ବ କରୋନାର କରାଳ ରୂପ ଦେଖି ସାରିଛି ଯାହାର ଭୟବହତା ଏବେ ମଧ୍ୟ ଲୋକଙ୍କ ମନରୁ ଲିଭିନି । ଆଜି ଭି ପୂରା ବିଶ୍ୱ କରୋନା ଭାଇରସ୍ ଠାରୁ ମୁକୁଳି ପାରୁନି । ଆଉ ଏହି ସମୟରେ ଓଡ଼ିଶାକୁ ଡରାଇଲାଣି ଆଉ ଏକ ନୂଆ ଭାଇରସ ।ବିଶେଷ କରି ଯାହାର ଶିକାର ହେଉଛନ୍ତି କୁନି କୁନି ପିଲାମାନେ । ଯାହା ଆଗକୁ ବହୁ ପରିମାଣରେ ବିସ୍ତାର କରିବାର ସମ୍ଭାବନା ରହିଥିବା ବେଳେ ଏହା ଗୁରୁତର ବିପଦ ସୃଷ୍ଟି କରିପାରିବ ବୋଲି କୁହାଯାଉଛି ।

ଯାହାକୁ ନେଇ ଡ଼ାକ୍ତର ମାନେ ମଧ୍ୟ ଆଗୁଆ ସତର୍କ କରାଇଲେଣି । ହଁ ଆଜ୍ଞା ବନ୍ଧୁଗଣ ଓଡ଼ିଶାରେ ଚିହ୍ନଟ ହେଲା ଆଉ ଏକ ନୂଆ ଭାଇରସ ଯାହାର ନାଁ ହେଉଛି ରୁବେଲା ଭାଇରସ୍‌ । ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଭାଇରସ୍‌ରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ରୁବେଲାରେ ଆକ୍ରାନ୍ତ ୨ ଜଣ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି । ରୁବେଲା ଭାଇରସ୍‌ ସଂକ୍ରମଣ ସନ୍ଦେହରେ ୫ଟି ନମୁନା ଆଇସିଏମଆର କୁ ପଠା ଯାଇଥିଲା । ଆଜି ଏହାର ରିପୋର୍ଟ ଆସିବା ସହ ସେଥିରୁ ୨ ଜଣ ୨ ରୁବେଲା ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡିଛି ।

ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି । ତେବେ ଏହା ଏକ ଭୂତାଣୁଜନିତ ରୋଗ । ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହିତ ଲୋକଙ୍କୁ ଏହି ରୋଗର ନିରାକରଣ ପାଇଁ ପରାମର୍ଶ ଦେଉଛନ୍ତି । ଏଭଳି ରୋଗର ଲକ୍ଷଣ ବିଷୟରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଅବଗତ କରାଇଛି । ଏହି ରୋଗ ହେଲେ ମୁହଁର ରଙ୍ଗ ଗୋଲାପୀ ହେବା ସହ କାନ ଓ ବେକରେ ଛୋଟଛୋଟ ଫୋଟକା ହୋଇଥାଏ ।

ଏଭଳି ରୋଗ ଗର୍ଭବତୀ ମହିଳା ମାନଙ୍କୁ ହେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ ଓ ହୃଦରୋଗ ସହ ମସ୍ତିଷ୍କ ବିକଳାଙ୍ଗ ହେବାର ସମ୍ଭାବନା ରହିଥାଏ । ସଂକ୍ରମିତ ରୋଗୀମାନଙ୍କୁ ଏକାନ୍ତବାସରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ଲୋକଙ୍କୁ ସଚେତନ କରାଯିବା ସହ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଗ୍ରାମବାସୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଆରମ୍ଭ କରିଦେଇଥିବା ବେଳେ ଏଥିରୁ ନିବୃତ୍ତ ରହି ଡାକ୍ତରୀ ଔଷଧ ବ୍ୟବହାର ପାଇଁ ସଚେତନ କରୁଛନ୍ତି ଡାକ୍ତରୀ ଦଳ ।

Leave a Reply

Your email address will not be published. Required fields are marked *