କଟିଯିବ କରେଣ୍ଟ, ୭ ଦିନ ଘାଣ୍ଟିବ ବର୍ଷା। ଭୁବନେଶ୍ୱରରେ ଅଧିକ ଭୟ। ବର୍ଷାକୁ ନେଇ ଆଲର୍ଟ ଜାରି…।

କଟିଯିବ କରେଣ୍ଟ, ୭ ଦିନ ଘାଣ୍ଟିବ ଘଡଘଡି ବର୍ଷା ସହ ମାଡି ଆସିବ କାଳବୈଶାଖୀ। ଆକାଶରୁ ଖସିବ ବିଜୁଳି ଘଡଘଡି। କେତେବେଳେ କ’ଣ ଘଟିବ କହିହେବନି। ଏବେ ଭୁବନେଶ୍ୱରକୁ ୭ ଦିନ ଲାଗି ରହିବ ଭୟ। ବର୍ଷାକୁ ନେଇ ଜାରି ହେଉଛି ଆଲର୍ଟ। ହଁ ଆଜ୍ଞା ପାଗକୁ ନେଇ ଆସିଲା ତାଜା ଅବଡେଟ। ବର୍ଷାରେ ଭିଜିବ ଓଡିଶା। ବଦଳିବ ପାଗର ମିଜାଜ। ଖରାରୁ ମିଳିବ ଆସ୍ୱସ୍ତି। ହେଲେ ଭୁବନେଶ୍ୱର ପାଇଁ ଅଛି ବିପଦ। ହଠାତ ବଦଳିଯିବ ପବନର ଦିଗ। ରାତିରେ କଟିଯିବ କରେଣ୍ଟ କାରଣ ରାତିରେ ହିଁ ତାଣ୍ଡବ ରଚିବ କାଳବୈଶାଖୀ। ସେଥିପାଇଁ ସାବଧାନ ରୁହନ୍ତୁ।

ଯେତେକି ରେଟରେ ଭୁବନେଶ୍ୱର ତାତିରେ ଜଳୁଛି ସେତିକି ରେଟରେ ହେବ ବର୍ଷା। ଦିନ ଥାଉ ଥାଉ ହୋଇଯିବ ରାତି। ପବନରେ ଉପୁଡି ଯିବ ବଡ଼ ବଡ଼ ଗଛ। ରାସ୍ତାଘାଟ ହେବ ପାଣି ପାଣି। ୭ ତାରିଖ ବେଳକୁ ପାଗରେ ହେବ ବଡ଼ ପରିବର୍ତ୍ତନ।ବନ୍ଧୁଗଣ ଗତ କିଛି ଦିନ ଧରି ପ୍ରବଳ ମାତ୍ରାରେ ଖରା ଯୋଗୁ ଲୋକେ ବର୍ଷା ପାଇଁ ତ୍ରାହି ତ୍ରାହି ଡାକୁଥିଲେ। ଯେଉଁଥିରୁ ଟିକେ ତ୍ରାହି ମିଳିଛି। ଗରମରୁ ଟିକେ ଥଣ୍ଡା ଅନୁଭବ କରିଛନ୍ତି ରାଜ୍ୟବାସୀ।

୫ ତାରିଖ ପରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ। ତେବେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିଲେ ବି ଏହି ସମୟରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିତ। ଝଡ଼ତଫାନ ସହ ବର୍ଷା ହେବ। ୫ ତାରିଖ ପରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ। ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ଗତ କାଲି ବର୍ଷା ପରେ ୬ ଟି ରାଜ୍ୟରେ ତାପମାତ୍ରା ୨ ରୁ ୬ ଡିଗ୍ରୀ ଯାଏଁ ଖସିଛି। ଗତ କାଲି କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡିଶାରେ ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ଫଳରେ ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିଛି। ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ୫ ତାରିଖ ପରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ଖସିପାରେ। ତେବେ ଆସନ୍ତା କାଲି ଠାରୁ ୧୯ ଟି ଜିଲ୍ଲାରେ ପ୍ରବଳ ବର୍ଷା ଘଡଘଡି ହେବା ନେଇଆକଳନ କରିଛି ପାଣିପାଗ ବିଭାଗ। ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ସେଥିପାଇଁ ସତର୍କ ରହିବା ପାଇଁ କୁହାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top