ଓଃ… କି ମୁଣ୍ଡ ଫୋଟା ଖରା…ବସରୁ ଓଲ୍ହାଇ ତାତି ସହିନପାରି ରାସ୍ତା ମଝିରେ ଚାଲିଗଲା ଯୁବତୀଙ୍କ ଜୀବନ।

ଓଃ କି ମୁଣ୍ଡ ଫଟା ଖରା ଏ ତାତି ଆଉ ଗରମ ସହିବା ଅସମ୍ଭାଳ ହୋଇପଡୁଛି। ଆଉ ପ୍ରଚଣ୍ଡା ଖରା ଓ ଦାହ ସହ ତାପମାତ୍ରା ୪୫ ଡିଗ୍ରୀ ଟପିଗଲାଣି। ଆଉ ଗରମ ଆଉ ତାତିକୁ ସହି ନପାରି ରାସ୍ତାରେ ଚାଲିଗଲା ଯୁବତୀଙ୍କ ଜୀବନ।ହଁ ବନ୍ଧୁଗଣ ୧ ସପ୍ତାହ ହେଲାଣି ରାଜ୍ୟରେ ପ୍ରବଳ ଖରା ହେଉଛି। ଆଉ ଆଜିର ତାପମାତ୍ରା ୪୫ ଡିଗ୍ରୀ ଟପି ଗଲାଣି। ତାତିରୁ ମିଳୁନି ନିସ୍ତାର। ଆଉ ଏହାରି ଭିତରେ ଏକ ଦୁଃଖଦ ଘଟଣା ଘଟିଯାଇଛି କଟକ ସହରରେ। କଲେଜକୁ ଯାଇଥିଲେ ଯୁବତୀ ଆଉ ସେଠାରୁ ବସରେ ବସି ଲିଙ୍କ ରୋଡ଼ରେ ଓଲ୍ହାଇ ପଡ଼ିଥିଲେ।

ଆଉ ସେଠାରୁ ଚାଲି ଚାଲି ଘରକୁ ଫେରୁଥିଲେ ହେଲେ କିଏ ବା ଜାଣିଥିଲା ଏଥର ଯୁବତୀଙ୍କର କଲେଜ ଯିବା ଶେଷ କଲେଜ ଯିବା ହୋଇଯିବ ବୋଲି। ବାପା ମା’ ଏ ଝିଅକୁ ଦେଖି ପାରିଲେନି। ପ୍ରଚଣ୍ଡ ଖରା ଯୋଗୁ ଚାଲି ଚାଲି ଯାଉଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ ଯୁବତୀ ଜଣକ। ତେବେ ସଙ୍ଗେ ସଙ୍ଗେ ପରିବାର ଲୋକେ ଏସସିବି ମେଡିକାଲକୁ ନେଇଯାଇଥିଲେ ପରିବାର ଲୋକେ। କିନ୍ତୁ ଦୁଃଖର ବିଷୟ ଯେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଗଲା।

ହଁ ଆଜ୍ଞା ବନ୍ଧୁଗଣ ଅଂଶୁଘାତରେ କଟକ ସହରରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି କଟକ କାଜିଢ଼ିଓ ଅଞ୍ଚଳର ଜ୍ୟୋତିଭୂଷଣ ଦାସଙ୍କ ଝିଅ ଭୁବନେଶ୍ୱରି ଦାସ ତାଙ୍କର ବୟସ ୨୧ ବର୍ଷ ହୋଇବଥିବା ଜଣା ପଡ଼ିଛି। ଭୁବନେଶ୍ୱରି ଦାସ କଟକ CT କଲେଜରେ ପାଠ ପଢୁଥିଲେ। ଗତ କାଲି ଛାତ୍ରୀ ଜଣକ କଟକ ଲିଙ୍କ ରୋଡ଼ ରୁ ବସରୁ ଓଲ୍ହାଇ ଘରକୁ ଚାଲି ଚାଲି ଯାଉଥିଲେ ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିଲେ ଆଉ ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡିଯାଇଥିଲେ।

ଏହା ପରେ ତାଙ୍କୁ ପରିବାର ଲୋକେ ଏସସିବି ମେଡିକାଲରେ ଭର୍ତି କରିଥିଲେ ଚିକିତ୍ସା ନିମନ୍ତେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଚାଲିଗଲା ଯୁବତୀଙ୍କ ଜୀବନ। ଆଉ ଝିଅର ଏଭଳି ମୃତ୍ୟୁ ପରେ ପରିବାର ଲୋକେ ବି ଭାଙ୍ଗି ପଡିଛନ୍ତି।କଟକରେ ଏହା ଚଳିତ ବର୍ଷ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ରାଜ୍ୟରେ ଏହା ଦ୍ୱିତୀୟ। ଏହା ପୂର୍ବରୁ ବାଲେଶ୍ଵର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ମହେଶ ପୁର ଗାଁର ଲକ୍ଷ୍ମୀକାନ୍ତ ସାହୁଙ୍କ ଏପ୍ରିଲ ୧୫ ତାରିଖରେ ମୃତ୍ୟୁ ହୋଇଥିଲା। ଆଉ ଏବେ ଏ ଘଟଣା ରାଜ୍ୟରେ ଦ୍ୱିତୀୟ ଥର ପାଇଁ ଘଟିଛି।

Leave a Reply

Your email address will not be published. Required fields are marked *