ଜଣା ପଡିଲା କେମିତି ୟୁଟ୍ୟୁବରୁ ରୁପା ପିଣ୍ଟୁ ଜମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଗରିବରୁ କେମିତି ହେଲେ ଧନୀ!

ୟୁ-ଟ୍ୟୁବରୁ ମାସକୁ କେତେ ଲକ୍ଷ ଟଙ୍କା ପାଉଛନ୍ତି ଫେମସ୍ ୟୁଟ୍ୟୁବର ରୂପା ଆଉ ପିଣ୍ଟୁ? କେମିତି ବଦଳିଲା ଭାଗ୍ୟ ଓ କିପରି ହେଲେ ଗରିବରୁ ଧନୀ? କେଉଁ କାରଣ ପାଇଁ ରାତା ରାତି ହେଲେ ଫେମସ୍? ରୂପା ପିଣ୍ଟୁ ପରି କାହିଁକି ଆଉ କେହି ହୋଇ ପାରୁନାହାନ୍ତି ସଫଳ? ହଁ ଆଜ୍ଞା ଦିନେ ଗରିବ ଥିଲେ ଆର୍ଥିକ ସ୍ଥିତି ଖରାପ୍ ଥିଲା । ଲୁଗା ଦୋକାନରେ ବେପାର କରି ଘର ଚଳୁଥିଲା । ଚାଳ ଘର, ମାଟି ଚୁଲା ଆଉ ଜଙ୍ଗଲରୁ କାଠ ଅଣା ଯାଉଥିଲା । ଆଉ ବେଳେ ବେଳେ ଭାତ ସହ କେବଳ ଆଳୁ ସିଝା ଖାଉଥିବାର ବି ଦେଖିବାକୁ ମିଳିଥିଲା ।

ହେଲେ କେମିତି ଦିନକୁ ଦିନ ବଦଳିଗଲା ରୂପା ପିଣ୍ଟୁଙ୍କ ଭାଗ୍ୟ? ଏବେ ମାସକୁ ପାଉଛନ୍ତି ୟୁ-ଟ୍ୟୁବ୍ ରୁ ଲକ୍ଷ ଲକ୍ଷ ଟଙ୍କା । ପାଖରେ ଅଛି ଦାମୀ ଗାଡ଼ି । ତେବେ ଖାଲି କେବଳ ଏତିକି ନାହିଁ କାଲି ଯେଉଁଠି କେବଳ ଛୋଟିଆ ଲୁଗା ଦୋକାନଟିଏ ଥିଲା ଆଜି ଲୁଗା ଦୋକାନ ସାଙ୍ଗକୁ ଗୋଟେ ମୋବାଇଲ୍ ଶୋ-ରୁମ୍ ମଧ୍ୟ ଖୋଲି ଦେଇଛନ୍ତି ।

ତେବେ ରାତାରାତି ଏମିତି କେମିତି ରୂପା ପିଣ୍ଟୁଙ୍କ ଜୀବନ ବଦଳିଲା? ଏମିତି କଣ କଲେ ସେ ୟୁଟ୍ୟୁବରୁ କମାଇ ନେଲେ ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ଅନ୍ୟମାନେ ଚାହିଁଲେ ଭି ଏଭଳି ୟୁଟ୍ୟୁବରୁ ସଫଳତା ହାସଲ କରି ପାରୁନାହାନ୍ତି । ରୁପା ପିଣ୍ଟୁଙ୍କ କାହାଣୀ ଟିକଟକ୍ ରୁ ଆରମ୍ଭ ହେଇଥିଲା ଟିକଟକ୍ ରେ ନିଜେ ଗୀତ ସହିତ ଭିଡ଼ିଓ ଅପଲୋଡ୍ କରୁଥିଲେ । ଆଉ କୋଭିଡ ସମୟରେ ସବୁକିଛି ଯେମିତି ବଦଳିଗଲା । ପରବର୍ତ୍ତୀ ସମୟରେ ଭାରତ ସରକାର ଟିକଟକ୍ ଆପକୁ ବ୍ୟାନ୍ କରିଦେଲେ । ଆଉ ତାପରେ ଚିନ୍ତାରେ ପଡ଼ି ଯାଇଥିଲେ ରୂପା ପିଣ୍ଟୁ ।

ଆଉ ସଙ୍ଗେ ସଙ୍ଗେ ୟୁଟ୍ୟୁବକୁ ଆସି ଯାଇଥିଲେ । ଆଉ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ୍ କରିଥିଲେ । ଆଉ ଲୋକମାନେ ମଧ୍ୟ ତାଙ୍କୁ ପୁଣି ଦେଖିବା ଆରମ୍ଭ କରି ଦେଇଥିଲେ । ଧୀରେ ଧୀରେ ଆଜିକା ସମୟରେ ୧୫ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ । ଆଉ ରୂପା ପିଣ୍ଟୁଙ୍କ ଭିଡ଼ିଓ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି । ତେବେ କୁହାଯାଉଛି ରୂପା ପିଣ୍ଟୁ ୟୁଟ୍ୟୁବରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କମାଉଛନ୍ତି । ତେବେ ୟୁଟ୍ୟୁବରୁ ଏମିତି ଭାଗ୍ୟ ବଦଳି ଯାଉଥିବାର ଦେଖି ଅନ୍ୟମାନେ ମଧ୍ୟ ଏପରି ଚ୍ୟାନେଲ କରିବାକୁ ଚାହୁଁଛନ୍ତି ସତ କିନ୍ତୁ ସଫଳ ହୋଇ ପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *