ଓଡ଼ିଆ ଅଭିନେତା ବୁଦ୍ଧାତ୍ୟଙ୍କୁ ସୋସିଆଲ ମିଡିଆରେ ଏମିତି ଖରାପ ଆକ୍ଷେପ କଲେ ପ୍ରୀତମ। ରାଗିଗଲେ ବୁଦ୍ଧାତ୍ୟ।
ବୁଦ୍ଧାତ୍ୟଙ୍କ ବୟସ ଚାଲିଗଲା ଏବେ ମିଳୁନି ଫିଲ୍ମ। ମାର୍କେଟରେ ଏବେ ବୁଦ୍ଧାତ୍ୟଙ୍କୁ କିଏ ପଚାରୁନି। ତୁମର ମୂଲ୍ୟ ନାହିଁ ନିଜେ ଟିକେଟ କିଣି ଫିଲ୍ମ ଦେଖାଉଚ୍ଚ। ତୁମ ନକଲି ଅଭିନୟ ସବୁବେଳେ କମେଡି ଲାଗୁଛି।ତାଛଲ୍ୟ କରି ସୋସିଆଲ ମିଡିଆରେ ବୁଦ୍ଧାତ୍ୟଙ୍କୁ କହିଲେ ସମସ୍ତଙ୍କ ଆଗରେ କହିଲେ ତୁମକୁ ଆଉ ଫିଲ୍ମ ମିଳିବ ନାହିଁ। ତୁମର ମାର୍କେଟରେ ଭେଲୁ ଏବେ ଜିର। ତୁମକୁ କେହି ପଚାରୁ ନାହାନ୍ତି। ତୁମେ କେବଳ ସିରିୟଲ ଆକ୍ଟର। ଭଲ ଫିଲ୍ମ କଥା ତୁମେ କେବେ ବୁଝିପାରିବନି। ତୁମେ ସିରିୟଲରେ ରହିଯାଅ ଫିଲ୍ମକୁ ଆସନାହିଁ ତୁମର ବୟସ ହୋଇଗଲାଣି। ମାର୍କେଟରେ ତୁମର ଆଉ ଭେଲୁ ନାହିଁ। ଏମିତି ସବୁ କଥା କହି ବୁଦ୍ଧାତ୍ୟଙ୍କ ଆଖି ଯେମିତି ଛଳ ଛଳ ହୋଇଗଲା।
କାହିଁକି ଏମିତି ଓଡ଼ିଆ ଫିଲ୍ମ ପ୍ରଡ୍ୟୁସର ସମସ୍ତଙ୍କ ଆଗରେ ବୁଦ୍ଧାତ୍ୟଙ୍କୁ ବେଜିତ କଲି କହିଲେ। ଯାହାକୁ ନେଇ ସେ ଏଭଳି ଗଣମାଧ୍ୟମ ଆଗରେ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଆଗରୁ ସେ ଥାନାରେ ମଧ୍ୟ ପହଞ୍ଚିଥିଲେ।ହଁ ଆଜ୍ଞା ଏଇ ଭିତିରି ଘଟଣା ପ୍ରଡ୍ୟୁସର ଏବଂ ଆକ୍ଟରଙ୍କ ମଧ୍ୟରେ କାହିଁକି ହଠାତ ଦେଖିବାକୁ ମିଳିଲା କେହି ବୁଝି ପାରୁନାହାନ୍ତି। ହେଲେ ସୋସିଆଲ ମିଡିଆରେ ବା ହୁଆଟସପ ଗ୍ରୁପରେ ଯେଉଁଭଳି ଭାବେ ପ୍ରଡ୍ୟୁସର ଜଣଙ୍କ ତାଙ୍କୁ ବେଜିତ କରିଥିବା ସେ ଏଭଳି କହିଛନ୍ତି ଏବଂ ଏମିତି କିଛି ଚାଟ ମଧ୍ୟ ସାମ୍ନାକୁ ଆଣିଛନ୍ତି ଯେଉଁଥିରେ ସେ ଅପମାନିତ ହୋଇଛନ୍ତି। ଆଉ ଯାହାକୁ ନେଇ ସେ ଥାନାକୁ ମଧ୍ୟ ଯାଇଥିଲେ।
ପ୍ରଯୋଜକ ପ୍ରୀତମ ସାହୁଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଅଭିନେତା ବୁଦ୍ଧାତ୍ୟ। ସୋସିଆଲ ମିଡ଼ିଆ ଗ୍ରୁପରେ ସମ୍ମାନ ହାନି ହେଲା ଭଳି କଥା ଲେଖିଛନ୍ତି ପ୍ରୀତମ। ଉଦେଶ୍ୟ ମୂଳକ ଭାବେ ମୋ ସମ୍ମାନ ହାନି ହେଲା ଭଳି ମନ୍ତବ୍ୟ ରଖିଛନ୍ତି ପ୍ରୀତମ। ଅତୀତରେ ସିନେମା ପ୍ରଥା ପାଇଁ ପ୍ରଯୋଜିକା ସୋନାଲିକାଙ୍କ ସମର୍ଥନରେ ଭୁବନେଶ୍ୱରରେ ମୁଁ ଧାରଣାରେ ବସିଥିଲି। ଏହି ଘଟଣା ପର ଠାରୁ ପ୍ରୀତମ ଏହି ପ୍ରକାରର ମନ୍ତବ୍ୟ ରଖୁଛନ୍ତି।
ସେହି ୱାଡ଼ ହୁଆଟସପ ଗ୍ରୁପରେ ବହୁ ବରିଷ୍ଠ କଳାକାର ଥିବା ସ୍ୱତେ କେହି ଏହି ଘଟଣାକୁ ନେଇ ମୁହଁ ଖୋଲିଲେ ନାହିଁ। ଏହାପରେ ବିନାରାଶି ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ବୁଦ୍ଧାତ୍ୟ।ଆଉ ପ୍ରୀତମ ନିଜର ଭୁଲ ସ୍ୟୁକର କରନ୍ତୁ ସୋସିଆଲ ମିଡିଆରେ କହିବା ସହିତ ଯେଉଁ କଳାକାରଙ୍କ ସହିତ ଏଭଳି ଘଟିଛି ସେମାନେ ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିବା ଦରକାର ବୋଲି କହିଛନ୍ତି ବୁଦ୍ଧାତ୍ୟ।