ଲେବରକାର୍ଡ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। ଏମିତି କରନ୍ତୁ ଆବେଦନ। ସମସ୍ତଙ୍କୁ ସରକାର ଦେଉଛନ୍ତି ଟଙ୍କା।

ଶ୍ରମିକଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଆଉ ଏଇ ଯୋଜନା ସମ୍ପର୍କରେ ଅଧିକାଂଶ ଲୋକେ ଜାଣି ନଥିବାରୁ ଏହାର ଲାଭ ମଧ୍ୟ ଉଠାଇ ପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଲେବରକାର୍ଡ ମାଧ୍ୟମରେ ଏବେ ଶ୍ରମିକଙ୍କୁ ୧୦୦୦ ରୁ ୩୫୦୦ ଟଙ୍କା ମିଳିବ। ଏହି ଲେବରକାର୍ଡର ଲାଭ ଉଠାଇବାକୁ ଚାହୁଁଥିଲେ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା। ଏହା ବ୍ୟତୀତ କେଉଁମାନେ ଏହି କାର୍ଡ଼ଟିକୁ ପାଇପାରିବେ ଆଉ ବାର୍ଷିକ ଆୟ ସେମାନଙ୍କର କେତେ ହୋଇଥିବା ଆବଶ୍ୟକ। କେଉଁ ଶ୍ରେଣୀର ଶ୍ରମିକ ଏଥିରେ ସାମିଲ ହୋଇପାରିବେ ତାହା ମଧ୍ୟ ଜାଣିବା ଜରୁରୀ।

ଏହି କାର୍ଡ ମାଧ୍ୟମରେ ଶ୍ରମିକଙ୍କର ପରିଚୟ ହୋଇପାରିବ ଆଉ ସେମାନଙ୍କୁ ବିଭିନ୍ନ ଯୋଜନାରେ ସୁବିଧା ଯୋଗାଇ ଦିଆଯିବ। ଶ୍ରମା ସଂଶଧନ ବିଭାଗ ପକ୍ଷରୁ ଏହି ଯୋଜନା ପରିଚାଳିତ ହେଉଛି। ସ୍କିଲ ମିଶନ ଅଧିନର ଏହି କାର୍ଡ ପାଇଁ ଆବେଦନ କରିପାରିବେ ଶ୍ରମିକ। ଏହା ଦ୍ବାରା ସରକାରଙ୍କ ନିକଟରେ ଶ୍ରମିକଙ୍କ ବାବଦରେ ସମସ୍ତ ତଥ୍ୟ ମଧ୍ୟ ରହିବ। କାର୍ଡ଼ଟିକୁ ପାଇବା ପରେ ଶ୍ରମିକଙ୍କୁ ଏକ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ। ଆଉ ଏହି ରେଜିଷ୍ଟ୍ରେସନ ନମ୍ବର ମାଧ୍ୟମରେ ସମସ୍ତ ଯୋଜନାର ଲାଭ ଉଠାଇ ପାରିବେ ଶ୍ରମିକ। ଏହି ଯୋଜନାର ଲାଭ ସମସ୍ତ ଶ୍ରମିକଙ୍କୁ ଯୋଗାଇ ଦିଆଯିବ।

ଏହି କାର୍ଡ଼ରେ କେବଳ ସହାୟତା ନୁହେଁ ବରଂ ଶ୍ରମିକଙ୍କର ଦକ୍ଷତା ଅନୁଯାୟୀ ସେନାନଙ୍କୁ କାମ ମଧ୍ୟ ଯୋଗାଇ ଦେବେ ସରକାର। ଏହି କାର୍ଡ ପାଇବାକୁ ହେଲେ ଶ୍ରମ ସଂଶଧନ ବିଭାଗର ୱେବସାଇଟକୁ ଭିଜିଟ କରିବାକୁ ହେବ। ତେବେ ଏହି କାର୍ଡ଼ଟିକୁ ପାଇବାର ୧ବର୍ଷ ପୁରୁଣା ହେବା ପରେ ସାଇକେଲ କ୍ରୟ ପାଇଁ ୩୫୦୦ ଟଙ୍କା ମିଳିବ। ସେହିଭଳି ଶ୍ରମିକଙ୍କ ପାଇଁ ଉପକରଣ କିଣିବାକୁ ସରକାର ଲେବରକାର୍ଡ ମାଧ୍ୟମରେ ୧୫୦୦୦ ଟଙ୍କା ମଧ୍ୟ ଯୋଗାଇ ଦେବେ। କେବଳ ନିର୍ମାଣକାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

ସେହିଭଳି ଘର ତିଆରି ପାଇଁ ୨୦ହଜାର ଟଙ୍କା ଦେବେ ସରକାର। ତେବେ ଏଥିପାଇଁ ୩ ବର୍ଷ ପୁରୁଣା ହୋଇଥିବା ଆବଶ୍ୟକ। ଖାଲି ସେତିକି ନୁହେଁ ବାର୍ଷିକ ଚିକିତ୍ସା ସହାୟତା ବାବଦରେ ଅର୍ଥ ରାଶି ଦେବେ ସରକାର। ଏଥିପାଇଁ ୩୦୦୦ଟଙ୍କା ମିଳିବ। ସେହିପରି ୬୦ ବର୍ଷ ପରେ ଏହି ଯୋଜନାରେ ଶ୍ରମିକଙ୍କୁ ପେନସନ ମଧ୍ୟ ମିଳିବ।ତେବେ ଏହିସବୁ ଲାଭ ଉଠାଇବାକୁ ହେଲେ ଶ୍ରମିକ ଜଣକ ବିହାର ବାସିନ୍ଦା ହୋଇଥିବା ଆବଶ୍ୟକ। ଏହି ଯୋଜନାର ନାମ ହେଉଛି ବିହାର ଲେବରକାର୍ଡ ଯୋଜନା।

Leave a Reply

Your email address will not be published. Required fields are marked *