ଏଥର ନିର୍ବାଚନ ଲଢ଼ିବେନି ଅନୁଭବ ମହାନ୍ତି! ହେଲେ ସିଧାସଳଖ ଯିବେ ସାଂସଦ।

ଓଡ଼ିଶାରେ ନିର୍ବାଚନ ଲଢ଼ିବେନି ଅନୁଭବ ମହାନ୍ତି। ହେଲେ ସିଧାସଳଖ ଯାଇ ସାଂସଦରେ ବସିବେ। ନିର୍ବାଚନ ନଲଢ଼ିବି ମିଳିପାରେ ବଡ଼ ଦାୟିତ୍ୱ। ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଅନୁଭବ ମହାନ୍ତି। କିନ୍ତୁ ଏବେବି ଅନୁଭବଙ୍କ ପଦବୀକୁ ନେଇ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି।

୨୦୨୪ ସାଧାରଣ ନିର୍ବାଚନରେ କେଉଁ ଆସନରୁ ଲଢ଼ିବେ ରାଜନୀତି ଜଗତରେ ତାହା ଏବେବି ପ୍ରଶ୍ନବାଚୀ। ଏମିତିକି ଅନୁଭବ ନିର୍ବାଚନ ଲଢ଼ିବେ କି ନାହିଁ ତାହାକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି। ତେଣୁ ରାଜନୀତିରେ ଏବେବି ଅନୁଭବଙ୍କ ପ୍ରସଙ୍ଗ ଖୁବ ଚର୍ଚ୍ଚାରେ ରହିଛି। ଏହା ଭିତରେ ଅନୁଭବକୁ ନେଇ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳୁଛି। ଏଥର କୁଆଡେ ଅନୁଭବ ଓଡ଼ିଶାରେ ପ୍ରାର୍ଥୀ ହୋଇ ନପାରନ୍ତି। ଦିଲ୍ଲୀ କିମ୍ବା ଅନ୍ୟ ରାଜ୍ୟରୁ ଅନୁଭବ ରାଜ୍ୟସଭା ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେପି ଓଡିଶା ପାଇଁ ନିଜର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଚୟନ କରିସାରିଛି। ଏହା ବ୍ୟତୀତ ୧୧୨ ଟି ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାଟି। କିନ୍ତୁ ଉଭୟ ତାଲିକାରେ ଗୋଟିଏ ଚିହ୍ନା ଚେହେରା ବାଦ ପଡିଛନ୍ତି ଆଉ ସେ ହେଉଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି। ୨୧ଟି ଲୋକସଭା ଏବଂ ୧୧୨ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି। କେନ୍ଦ୍ରାପଡାର ପୂର୍ବତନ ସାଂସଦ ପାଇଁ କୌଣସି ଲୋକସଭା ଆସନ ଉପଲବ୍ଧ ନାହିଁ।

ତେଣୁ ଯଦି ଅନୁଭବ ଏବେ ଓଡିଶାରୁ ନିର୍ବାଚନ ଲଢ଼ିବେ ତେବେ ଜଣେ ବିଧାନସଭା ପ୍ରାର୍ଥୀ ଭାବରେ ତାଙ୍କୁ ଟିକେଟ ମିଳିପାରେ। କିନ୍ତୁ ବିଜେପି ଅନୁଭବଙ୍କୁ ବଡ଼ ଦାୟିତ୍ୱ ଦେଇପାରେ। ଓଡ଼ିଶାରେ ଲୋକସଭା ଆସନ ଫାଙ୍କା ନଥିବା ବେଳେ ଅନ୍ୟ କୌଣସି ରାଜ୍ୟରୁ ସେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇପାରନ୍ତି। ଅନୁଭବ ମହାନ୍ତି। ଏନେଇ ରାଜନୀତି ମାହଲରେ ଚର୍ଚ୍ଚା ଜୋରଦାର ଆରମ୍ଭ ହୋଇଛି।

ପୂର୍ବରୁ ୨୦୧୪ ମସିହାରେ ସେ ବିଜେଡିରୁ ରାଜ୍ୟସଭା ସାଂସଦ ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ୨୦୧୯ରେ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ବିଜେଡିରୁ। ତେଣୁ ରାଜନୀତିରେ ତାଙ୍କ ଅଭିଜ୍ଞତା ଅସ୍ତ୍ର କରିପାରେ ଭାରତୀୟ ଜନତା ପାଟି। ଓଡ଼ିଶାର ବିଭିନ୍ନ ଲୋକସଭା ଆସନରେ ପ୍ରାର୍ଥୀ ମାନଙ୍କୁ ନିର୍ବାଚନରେ ଟିକେଟ ଦେଇଥିବା ବେଳେ ଅନୁଭବଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚନ ମୈଦାନକୁ ଓଲ୍ହାଇପାରେ ବିଜେପି।

ତେବେ ବିଜେପି ତରଫରୁ ଅନୁଭବଙ୍କୁ ୨ ଟି ଲୋକସଭା ଆସନ କେନ୍ଦ୍ରାପଡା ଏବଂ କଟକ ମଧ୍ୟରୁ ଗୋଟିଏ ଆସନରୁ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଉଭୟ ଆସନ ଏବେ ବିଜେପି ଅନ୍ୟ ନାମିଦାମୀ ପ୍ରାର୍ଥୀଙ୍କୁ ଦେଇ ସାରିଛି। ଅନୁଭବଙ୍କର ନିଜ ଲୋକସଭା ମଣ୍ଡଳୀ କେନ୍ଦ୍ରାପଡା ପାଇଁ ବିଜେପି ବୈଜନ୍ତ ପଣ୍ଡାଙ୍କ ନାମ ଘୋଷଣା କରିଥିବା ବେଳେ କଟକ ପାଇଁ ଭର୍ତ୍ତୃହରି ମହୋତାଙ୍କୁ ଟିକେଟ ଦେଇଛି। ତେଣୁ ଏବେ ଅନୁଭବ ପାଇଁ ଉଭୟ ଆସନର ଦ୍ୱାର ବନ୍ଦ ହୋଇସାରିଛି।

ତେବେ ଓଡିଶାରୁ କୌଣସି ଆସନରୁ ଜଣେ ପ୍ରାର୍ଥୀଙ୍କୁ ହଟାଇ ଅନୁଭବଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ସମ୍ଭାବନା ମଧ୍ୟ କମ ହୋଇପାରେ। ନଚେତ ଅନୁଭବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଟିକଟ ଦେବ ବୋଲି କୁହାଯାଉଛି ବିଜେପି। ତେବେ ଏବେ ଆଲୋଚନା ହେଉଛି ଅନୁଭବଙ୍କୁ ଏବେ କେଉଁ ଆସନରୁ ଟିକଟ ଦେବ ବିଜେପି। ରାଜ୍ୟସଭା ଲୋକସଭା ନାଁ ବିଧାନସଭାରେ ନିର୍ବାଚନ ଲଢ଼ିବେ ଅନୁଭବ ମହାନ୍ତି। ଏହି ପ୍ରଶ୍ନର ଉତ୍ତର ଏବେ ବିଜେପି ନିକଟରେ ରହିଛି।

Leave a Reply

Your email address will not be published. Required fields are marked *