ବିଜେଡି ଛାଡି ବିଜେପିରେ ମିଶିଲେ, ହେଲେ ତାଲିକାରେ ନାଁ ନାହିଁ ଅନୁଭବଙ୍କର ଏବଂ ଅରିନ୍ଦମଙ୍କର।

ବିଜେପି ତାଲିକାରେ ନାହାଁନ୍ତି ଅନୁଭବ ଅରିନ୍ଦମ। ବିଜେପିରେ ମିଶିଥିଲେ କୁଆଡେ ଗଲେ। କାହିଁକି ନାହିଁ ବିଜେପି ତାଲିକାରେ ଅନୁଭବ ଏବଂ ଅରିନ୍ଦମଙ୍କ ନାଁ।କୁଆଡେ ଗଲା ଅନୁଭବ ଏବଂ ଅରିନ୍ଦମଙ୍କ ନାଁ। କ’ଣ ପାଇଁ ତାଲିକାରେ ନାହାଁନ୍ତି ଅନୁଭବ ଏବଂ ଅରିନ୍ଦମ। ନିର୍ବାଚନ ଲଢ଼ିବେ ନାଁ ଓହରି ଯିବେ। କେଉଁ ଆସନରୁ ଏବେ ଲଢ଼ିବେ ନିର୍ବାଚନ। ଏମିତି କିଛି ପ୍ରଶ୍ନ ଏବେ ଉଙ୍କି ମାରୁଛି ଅନୁଭବ ଏବଂ ଅରିନ୍ଦମଙ୍କୁ ନେଇ ଓଡ଼ିଶାର ଜନସାଧାରଣଙ୍କ ମନରେ।

ହଁ ଆଜ୍ଞା ବିଜେପି ପ୍ରକାଶ କରିଛି ୧୧୨ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା। ଯାହାକୁ ନେଇ ଏବେ ରାଜନୈତିକ ମାହଲ ସରଗରମ ହୋଇଛି। ହେଲେ ଏହି ତାଲିକାରେ ୨ ଜଣ ଷ୍ଟାର ସିଦ୍ଧାନ୍ତ ଏବଂ ଆକାଶଙ୍କୁ ଟିକଟ ମିଳିଥିବା ବେଳେ ଅନୁଭବ ଏବଂ ଅରିନ୍ଦମଙ୍କ ନାଁ ନାହିଁ ତାଲିକାରେ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ଅନୁଭବ ଏବଂ ଅରିନ୍ଦମ ନିର୍ବାଚନ ଲଢ଼ିବେ କି ନାହିଁ ନାଁ କେବଳ ଷ୍ଟାର ପ୍ରଚାରକ ହୋଇ ପ୍ରଚାର କରିବେ।

ଅନୁଭବ ମହାନ୍ତି ଅରିନ୍ଦମ ରାୟ ବିଜେଡିରୁ ବାହାରି ଆସି ବିଜେପିରେ ସାମିଲ ହୋଇଥିଲେ ହେଲେ ସେମାନଙ୍କର ନାଁ ପ୍ରାର୍ଥୀ ତାଲିକାରେ ନାହିଁ। ଯାହାକୁ ନେଇ ଏବେ ରାଜନୈତିକ ମାହଲ ସରଗରମ ହୋଇଛି। ଯଦି ଦେଖିବା ଅନୁଭବ ମହାନ୍ତି କେନ୍ଦ୍ରାପଡା ସାଂସଦ ଥିଲେ ହେଲେ ବିଜେପି ସେଠାରୁ ଏବେ ବୈଜନ୍ତ ପଣ୍ଡା ଲଢ଼ି ପାରନ୍ତି। ଯାହା ପରେ ଏବେ ଅନୁଭବ ମହାନ୍ତି ଆଉ ଲୋକସଭା ପାଇଁ ନୁହେଁ ବିଧାନସଭା ପାଇଁ ଲଢ଼ିବେ। ହେଲେ କେଉଁ ଠାରୁ ଲଢ଼ିବେ ତାହା ଏବେ ପ୍ରଶ୍ନ।

ଅନୁଭବ ମହାନ୍ତି କଟକ ବାରବାଟିରୁ ବିଧାନସଭା ପାଇଁ ଲଢ଼ି ପାରନ୍ତି। ଯାହା ଦ୍ୱିତୀୟ ପର୍ଯ୍ୟାୟରେ ଅନୁଭବଙ୍କ ନାମ ପ୍ରାର୍ଥୀ ତାଲିକାରେ ଆସିପାରେ ବୋଲି ଚର୍ଚ୍ଚା ହେଉଛି।ସେପଟେ ଅରିନ୍ଦମ ରାୟଙ୍କୁ ମଧ୍ୟ ମିଳିନାହିଁ ଟିକଟ। ବିଜେଡିର କେଉଁ କାରଣ ଯୋଗୁ ବିଜେପିରେ ସାମିଲ ହୋଇଛନ୍ତି। ହେଲେ ଅରିନ୍ଦମଙ୍କୁ କେଉଁ ଠାରୁ ଟିକଟ ମିଳିବ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଯଦି ଦେଖିବା ଭଦ୍ରକରେ ବିରାଟ ରାଲି କରିଥିଲେ ଅରିନ୍ଦମ। ଏବେ ବିଜେପିର ଦ୍ଵିତୀୟ ତାଲିକାରେ ଆହୁରି ୩୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ବାକି ରହିଛି। ଯେଉଁଥିରେ ଅନୁଭବ ଏବଂ ଅରିନ୍ଦମଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *