“ନିର୍ବାଚନ ପୂର୍ବରୁ ଯେଉଁମାନେ ଦଲବଦଳ କରନ୍ତି ,ସେମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର” : କେଦାର ମିଶ୍ର ।

ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖା ଯାଇଛନ୍ତି । ଦଳୀୟ ଟିକେଟ୍‌ ପାଇ ନଥିବା ଅଥବା ସମ୍ଭାବିତ ଟିକେଟ୍‌ ତାଲିକାରେ ନଥିବା ନେତାମାନେ ଦଳ ଡେଉଁଛନ୍ତି । ଏହି କ୍ରମରେ ଅଭିନେତାରୁ ନେତା ହୋଇଥିବା ୪ ଜଣ ବ୍ୟକ୍ତି ବିଜେଡି ଛାଡ଼ିଛନ୍ତି ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସନାୟକ ଓ ଯୁବ ନେତା ଅରିନ୍ଦମ ରାୟ ଶଙ୍ଖ ଛାଡ଼ିଛନ୍ତି । ତେବେ ସୁନେଲି ପରଦାରେ ଅଭିନେତା ସାଜିଥିବା ନେତାମାନେ ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ସେମାନଙ୍କ ଉପରେ ବର୍ଷିଛନ୍ତି କେଦାର ମିଶ୍ର । ଆଉ ବିସ୍ଫୋରକ ବୟାନ ଦେଇ କହିଛନ୍ତି ନିର୍ବାଚନ ପୂର୍ବରୁ ଯେଉଁମାନେ ଦଲବଦଳ କରନ୍ତି ସେମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ।

ସେ ଆହୁରି କହିଛନ୍ତି ନିର୍ବାଚନ ସମୟରେ ଦଳ ବଦଳ ୟାର କୌଣସି ଗୁରୁତ୍ଵ ରହେ ନାହିଁ । ନିର୍ବାଚନ ସମୟରେ ଯିଏ ଦଳ ବଦଳ କରିଛି ତାର ରାଜନୈତିକ କ୍ୟାରିୟର ଭଲ ହୋଇନାହିଁ । ଗତବର୍ଷ ଭି ପାଖାପାଖି ଏଇ ଭଳିଆ ଥିଲା । ଗତବର୍ଷ ବିଜେଡ଼ିରେ ଭି କିଛି ଷ୍ଟାର ଥିଲେ ବିଜେପି ରେ ଭି କିଛି ଷ୍ଟାର୍ ଥିଲେ ଭାଗ ଭାଗ ହେଇକି ଥିଲେ । ବିଜେପି ରେ ଅନୁ ଚୌଧୁରୀ ଥିଲେ, ପିଙ୍କି ପ୍ରଧାନ ଥିଲେ, ମହେଶ୍ୱତା ରାୟ ଥିଲେ, ଅପରାଜିତା ମହାନ୍ତି ଥିଲେ । ଏପଟେ ବିଜେଡିରେ ମଧ୍ୟ କିଛି ଷ୍ଟାର୍ ଥିଲେ ।

ଏବେ ବିଜେଡ଼ିରେ ଯେଉଁ ଷ୍ଟାର୍ ମାନେ ଥିଲେ ଆକାଶ ହୁଅନ୍ତୁ ଅନୁଭବ ମହାନ୍ତି ହୁଅନ୍ତୁ ଏମାନେ ନୂଆ ବିଜେପି ଶିବିରକୁ ଯାଇଛନ୍ତି । ତେଣୁ ଷ୍ଟାର୍ ମାନେ କଉ ଦଳକୁ ଯିବେ କେଉଁଠି ରହିବେ ସେଟା କେବଳ ତାଙ୍କର ଗୋଟେ ବ୍ୟାବଶାୟିକ କାମ । ସେମାନେ କିଛି ରାଜନୈତିକ ପ୍ରଭାବ ପକାଇ ପାରନ୍ତି ନାହିଁ । ଆଉ ଓଡ଼ିଆ ସିନେମାରେ ଏତେ ବଡ଼ ପ୍ରଭାବ ନାହିଁ ଯେ ଗୋଟେ ଷ୍ଟାର୍ ଭେଲ୍ୟୁରେ କେହି ଜଣେ ଜିତିଯିବ । ସମସ୍ତେ ଜାଣିଛନ୍ତି ବର୍ତ୍ତମାନ୍ ଓଡିଆ ସିନେମାର ସ୍ଥିତି ଯାହା ସିନେମା ହଲ୍ ରେ ଗୋଟାଏ ସପ୍ତାହ ଭି ଚାଲୁନାହିଁ ସିନେମା । ତେଣୁ ଷ୍ଟାର୍ ମାନେ ସିନେମାରେ ଯଦି ବ୍ୟସ୍ତ ରୁହନ୍ତେ ଆଉ ଅଭିନୟ କ୍ଷେତ୍ରରେ ଅଧିକ କାମ କରନ୍ତେ ତାହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି କେଦାର ମିଶ୍ର ।

Leave a Reply

Your email address will not be published. Required fields are marked *