କଣ ପାଇଁ ହଠାତ ରାଗିଗଲେ ବିଜେଡି ଛାଡି ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ।
ବନ୍ଧୁଗଣ ନିର୍ବାଚନୀ ମାହୋଲ ଭିତରେ ବେଶ୍ କିଛିଦିନ ହେଲା ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା । ଦଳ ଛାଡୁଛନ୍ତି ବିଜେଡିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ସାଂସଦ । ଏହି କ୍ରମରେ ଜଣେ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ୁଛନ୍ତି । ଆଜ୍ଞା ହଁ ୨ଦିନ ତଳେ ସିନେ ଷ୍ଟାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ପଦ୍ମ ଧରିଥିଲେ ।
ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମହାପାତ୍ର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ ଅଭିନେତା ତଥା ପୂର୍ବତ୍ତନ ଲୋକସଭା ଏମପି ସିଦ୍ଧାନ୍ତ ମହାପାତ୍ର ୧୦ ବର୍ଷ ଧରି ବିଜେଡ଼ିର କାର୍ଯ୍ୟଭାର ସମ୍ଭାଳିଥିଲେ । ତେବେ ଦଳର ଏହି ବରିଷ୍ଠ ନେତା ଯାଇ ବିରୋଧୀ କ୍ୟାମ୍ପରେ ଯୋଗ ଦେବା ପରେ କଡ଼ା ଭାଷାରେ ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି) ।
ଇତି ମଧ୍ୟରେ ନିକଟରେ ଏକ ସାକ୍ଷାତକାରରେ କୌଣସି ଏକ କଥାରେ ଚିଁ ଉଠିଥିଲେ ସିଦ୍ଧାନ୍ତ । ଆଜ୍ଞା ହଁ ବନ୍ଧୁଗଣ ଯେଉଁ ଦଳ ଦୁଇ ଦୁଇଥର ସାଂସଦ କରିଥିଲା ବରମ୍ପୁରରେ ସେହି ଦଳକୁ କାହିଁକି ଛାଡ଼ିଦେଲେ ବୋଲି ପଚାରିଥିଲେ ତୋ ସିଦ୍ଧାନ୍ତ କହିଥିଲେ ଯେ ସେଇଟା କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ନୁହେଁ । ସେଇଠି ସେ ଜନ୍ମ ହେଇଛନ୍ତି, ସେଇଠି ବଡ଼ ହେଇଛନ୍ତି, ପାଠ ପଢ଼ିଛନ୍ତି ତାଙ୍କ ଘର ସେଠି ତାଙ୍କ ଗାଁ ସେଠି ତାଙ୍କ ଜମି ବାଡ଼ି ଭି ସେଇଠି ସବୁ ସେଇଠି । ଆଉ ଜିଲ୍ଲା କଣ କାହାର ।
କାହାର କଣ ସେଠି ପୈତୃକ ସଂପତ୍ତି ସେଇ ଜିଲ୍ଲାଟା । ତାଙ୍କର ଜିଲ୍ଲା ତାଙ୍କର ସ୍ୱାଭିମାନ । ସାଂସଦ, ବିଧାୟକ ବାକି ନିର୍ବାଚିତ ପ୍ରତିନିଧି ୫ ବର୍ଷ ପାଇଁ ଆସନ୍ତୁ ଲୋକଙ୍କ ସେବା କରିବା ପାଇଁ କିନ୍ତୁ ସେଥିରେ ଯେତେବେଳେ ଏକ୍ସ ଲାଗିଯାଏ ସେଇଟା ହେଉଛି ପରମାନେଣ୍ଟଲି । କାରଣ ସେ ମରିବା ପରେ ମଧ୍ୟ ଲୋକ କହିବେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ତେଣୁ କରି ଏହି ନାଁ ସବୁଦିନ ପାଇଁ ତାଙ୍କ ସହ ଯୋଡି ହୋଇ ରହିବ । ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ହେଉଛନ୍ତି ଦେଶର ପ୍ରଥମ ସେବକ । ସେହି ସ୍ଵାଧୀନ ଚିନ୍ତାଧାରା ପାଇଁ, ଓଡ଼ିଶା ଓ ଓଡିଶାବାସୀଙ୍କ ଚିନ୍ତାଧାରା ପାଇଁ ସେ ବହାରିକି ଆସିଲେ ଏଇଟା ଖୋଲା କଥା ସେଥିରେ କିଛି ରହସ୍ୟ ନାହିଁ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର।