ମାଷ୍ଟର ଷ୍ଟ୍ରୋକ ଖେଳିଦେଲେ ନବୀନ…ବିଜେପି ପ୍ରାର୍ଥୀଙ୍କୁ ହରାଇବାକୁ ସାମ୍ନାକୁ ଆଣିଲେ ନୂଆ ମୁହଁ।

ମୈଦାନକୁ ଓଲ୍ହାଇଲେ ବିଜେଡି ଯୋଦ୍ଧା। ବିଜେପି ପ୍ରାର୍ଥୀଙ୍କୁ ଦେବେ କଡା ଟକର। ୧୫ ଲୋକସଭା ଆସନରେ ପ୍ରାର୍ଥୀ ଫାଇନାଲ।ଆଜ୍ଞା ହଁ ବନ୍ଧୁଗଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତିର ମାହଲ ସେତେ ଗରମ ହେଉଛି। କେଉଁ ଆସନରେ କିଏ ପ୍ରାର୍ଥୀ ହେବ ଏବଂ କାହା ବିପକ୍ଷରେ କେଉଁ ଦଳରୁ କିଏ ପ୍ରତିଦ୍ୱନ୍ଦିତା କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।ବିଜେପି ଦୁଇ ଦିନ ପୂର୍ବରୁ ଓଡ଼ିଶାର ୧୮ଟି ଆସନରେ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ ୯ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନକୁ ମିଶାଇ ମୋଟ ୧୫ ଜଣ ସାଂସଦ ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି ଶାସକ ଦଳ। ତେବେ ଆସନ୍ତୁ ଏବେ ଜାଣିନେବା ଏହି ଶଂସଦ କ୍ଷେତ୍ର ଗୁଡିକରେ କେଉଁମାନେ ପ୍ରାର୍ଥୀ ହୋଇଛନ୍ତି ଆଉ ବିଜେପିର କେଉଁ ପ୍ରାର୍ଥୀଙ୍କୁ ସେମାନେ ଟକର ଦେବା ପାଇଁ ବିଜେଡି ଟିକଟରେ ମୈଦାନକୁ ଓଲ୍ହାଇଛନ୍ତି।

ପୂର୍ବରୁ ହେଉଥିବା ଚର୍ଚ୍ଚାକୁ ସତ ପ୍ରମାଣିତ କରି ପଶ୍ଚିମ ଓଡ଼ିଶାର ପ୍ରମୁଖ କେନ୍ଦ୍ର ସ୍ଥଳୀ କୁହାଯାଉଥିବା ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ଛାମୁଆ ନେତା ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଟକର ଦେବେ। ତେବେ ଏହି ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରତିନିଧିତ୍ୱ ରହିଛି।

୨୦୧୯ ନିର୍ବାଚନରେ ସମ୍ବଲପୁର ଆସନରେ ବିଜେଡି ପ୍ରାର୍ଥୀ ନଳିନିକାନ୍ତ ପ୍ରଧାନଙ୍କୁ ୯୧୬୨ ଭୋଟ ବ୍ୟବଧାନରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ନିତେସ ଗଙ୍ଗଦେବ। ଏହି ବ୍ୟବଧାନ ଅତି କମ ରହିଥିବା ବେଳେ ଏବେ ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟବ୍ୟକ୍ଷକ ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ସେଠାରେ ଦଳୀୟ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ବେସ ସକ୍ରିୟ ଅଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ୁଥିବାରୁ ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ତେଣୁ ଉଭୟ ଦଳ ପକ୍ଷରୁ ହେଭିୱେଟ ପ୍ରାର୍ଥୀ ହେଉଥିବାରୁ ସମ୍ବଲପୁର ଆସନରେ ଏବେ ଲଢେଇ ଆହୁରି ଜୋରଦାର ହେବ ବୋଲି ଆଶା କରାଯାଉଛି।

ସେହିପରି ପଶ୍ଚିମ ଓଡ଼ିଶାର ଲୋକସଭା ଆସନରେ ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେଡି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଅରାମଙ୍କୁ ବିଜେପି ଏଠାରେ ରିପିଟ କରିଥିବା ବେଳେ ତାଙ୍କ ଟକର ଦେବେ ଦିଲ୍ଲୀପ।ତେବେ ୨୦୧୪ ରେ ମଧ୍ୟ ସୁନ୍ଦରଗଡ଼ରେ ଜୁଏଲଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇଥିବା ବି ଦିଲ୍ଲୀପ ୧୮୮୨୯ ଭୋଟରେ ହାରି ଯାଇଥିଲେ। ତେଣୁ ଏଠାରୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜୁଏଲ ଅରାମଙ୍କୁ ଚେକ ଦେବା ପାଇଁ ହକି ଇଣ୍ଡିଆର ମୁଖ୍ୟ ଦିଲ୍ଲୀପ ତିର୍କିଙ୍କୁ ପୁଣି ଥରେ ଏଠାରୁ ପ୍ରାର୍ଥୀ କରିଛି ଶାସକ ଦଳ।ସେପଟେ ମୟୁରଭଞ୍ଜ ଲୋକସଭା ଆସନରୁ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସୁଦାମ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହି ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ନବଚରଣ ମାଝୀଙ୍କୁ ସେ ଟକର ଦେଇଛନ୍ତି।

ତେବେ ଗତ ନିର୍ବାଚନରେ ମୟୁରଭଞ୍ଜ ଆସନରୁ ବିଜେଡି ପ୍ରାର୍ଥୀ ଡ଼. ଦେବାଶିଷ ମାରାଣ୍ଡିଙ୍କୁ ୨୫ ହଜାର ୨୫୬ ଭୋଟରେ ପରାସ୍ତ କରି ବିଜେପିର ବିଶେଶ୍ୱର ଟୁଡୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେପି ବିସେଶ୍ୱରଙ୍କୁ ଟିକଟ ଦେଇନଥିବା ବେଳେ ନବ ମାଝୀଙ୍କୁ ପ୍ରାର୍ଥୀ କରିଛି। ଆଉ ତାଙ୍କୁ ଚେକ ଦେବା ପାଇଁ ବାଙ୍ଗରିପୁସି ବିଧାୟକ ସୁଦାମ ମାରାଣ୍ଡିଙ୍କୁ ଶାସକ ଦଳ ପ୍ରାର୍ଥୀ କରିଛି।ଦକ୍ଷିଣ ଓଡ଼ିଶା କଥା ଯଦି କୁହାଯାଏ ତେବେ କୋରାପୁଟ ଲୋକସଭା ଆସନରୁ କୌଶଲ୍ୟା ହିକକାଙ୍କୁ ରିପିଟ କରିଛି ବିଜେଡି ଯିଏକି ବିଜେପି ପ୍ରାର୍ଥୀ କାଲେରାମ ମାଝୀଙ୍କୁ ଟକର ଦେବେ।

ତେବେ ୨୦୧୯ ନିର୍ବାଚନରେ ଉଭୟ ବିଜେପି ଓ ବିଜେଡିଙ୍କୁ ମାତ ଦେଇ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା କୋରାପୁଟର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଆଉ ଗତ ଥର ସାରା ରାଜ୍ୟରେକଂଗ୍ରେସର ଦୟନୀୟ ପ୍ରଦର୍ଶନ ସ୍ୱତେ କେବଳ ସପ୍ତଗିରି ହିଁ କଂଗ୍ରେସ ପକ୍ଷରୁ ଜଣେ ମାତ୍ର ସାଂସଦ ଭାବେ ବିଜୟୀ ହୋଇଥିଲେ ଯିଏକି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର କୌଶଲ୍ୟା ହିକକାଙ୍କୁ ୩୬୧୩ ଭୋଟରେ ହରାଇ ଦେଇଥିଲେ ଆଉ ବିଜେପିର ଜୟରାମ ପଣ୍ଡି ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ଏହି ଆସନରେ କଂଗ୍ରେସ ଏଥର କାହାକୁ ସାଂସଦ ପ୍ରାର୍ଥୀ କରୁଛି ତା ଉପରେ ଅନେକ କିଛି ନିର୍ଭର କରୁଛି।

ସେହିପରି ବିଜେଡି ନବରଙ୍ଗପୁର ଆସନରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ସେ ଟକର ଦେବେ।ତେବେ ଗତ ନିର୍ବାଚନରେ ଏହି ଲୋକସଭା ଆସନରୁ ପ୍ରଦୀପ ମାଝୀ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ତାଙ୍କୁ ୪୧ ହଜାର ୬ଶହ ୩୪ ଭୋଟରେ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଆଉ ୨୦୨୧ ନଭେମ୍ବରରେ ବିଜେଡିର ମିଶିଥିବା ପ୍ରଦୀପ ମାଝୀଙ୍କୁ ଏଥର ବିଜେଡି ସେହି ନବରଙ୍ଗପୁର ସାଂସଦ ଭାବେ ମୈଦାନକୁ ଓଲ୍ହାଇଛନ୍ତି।

ଏହା ସହ ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଆସନରୁ ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଯିଏକି ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶନୀଙ୍କ ବିପକ୍ଷରେ ଲଢେଇ କରିବେ। ୨୦୧୯ ରେ ମଧ୍ୟ ଆସ୍କା ରୁ ବିଜେପି ଅନିତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷଇଙ୍କ ଠାରୁ ସେ ୨ଲକ୍ଷ ୪ ହଜାର ୭୦୭ ଭୋଟରେ ପରାସ୍ତ ହୋଇଥିଲେ। ଆଉ ଏଥର ଯୁବ ପ୍ରାର୍ଥୀ ଭାବେ ରଞ୍ଜିତା ସାହୁଙ୍କୁ ମୈଦାନକୁ ଓଲ୍ହାଇ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ନବୀନ।ତେବେ ଉପକୂଳ ଓଡିଶାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରାପଡା ଆସନରେ ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକର ଦେବେ। ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ୨୦୧୪ ରୁ ରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ମାସେ ତଳେ ବଜେଜେଡିରେ ମିଶିଛନ୍ତି। ତେଣୁ ଏଥର ବିଜେଡି ଉପାଧେକ୍ଷ ବୈଜନ୍ତଙ୍କୁ ଚେକ ଦେବା ପାଇଁ ଏହି ଯୁବ9 ପ୍ରାର୍ଥୀଙ୍କୁ ବିଜେଡି ମୈଦାନକୁ ଓଲ୍ହାଇଛି।

ସେହିପରି ପୁରୀ ଲୋକସଭା ଆସନରେ ଏଥର ଅରୁପ ପଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେପି ପ୍ରାର୍ଥୀ ସମ୍ବିଦ ପାତ୍ରଙ୍କୁ ଟକର ଦେବେ। ତେବେ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ୧୧ହଜାର ୭ ଶହ ୧୪ ଭୋଟରେ ପରାସ୍ତ ହୋଇଥିଲେ ମଧ୍ୟ ବିଜେପି ନିଜ ଦଳର ରାଷ୍ଟ୍ରୀୟ ମୁଖ ପାତ୍ରଙ୍କୁ ପୁରୀରୁ ରିପିଟ କରିଛି ହେଲେ ବିଜେପି କିନ୍ତୁ ପ୍ରାର୍ଥୀ ବଦଳାଇ ପୂର୍ବତନ ପ୍ରଶାସକ ଅରୁପ ପଟନାୟକଙ୍କୁ ପୁରୀରୁ ପ୍ରାର୍ଥୀ କରିଛି।ଏପଟେ ଜଗତସିଂହପୁର ଆସନରୁ ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ରିପିଟ କରିଥିବା ବେଳେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତୋରାଇଙ୍କ ସହ ପ୍ରତିଦ୍ୱନ୍ଦୀତା କରିବେ। ଗତ ନିର୍ବାଚନରେ ମଧ୍ୟ ଏହି ଦୁଇଜଣ ସମାନ ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ୨ ଲକ୍ଷ ୭୧ ହଜାର ୬୫୫ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ବିଭୁ ତୋରାଇ।

ଏହା ସହ ଢେଙ୍କାନାଳ ଆସନରୁ ଏଥର ନୂଆ ମୁହଁ ଭାବେ ଅଭିନାଶ ସାମଲଙ୍କୁ ସାଂସଦ ପ୍ରାର୍ଥୀ କରିଛି ବିଜେଡି। ଗତ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ରୁଦ୍ରନାରାୟଣ ପାଢୀଙ୍କୁ ପରାସ୍ତ କରି ବିଜେଡିର ମୋହେଶ ସାହୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି। ତେବେ ଉଭୟ ଦଳ ପାଇଁ ବେସ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ଏଥର ନୂଆ ମୁହଁ ଭାବେ କ୍ୟାପଟେନ ମନମୋଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି।

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ଏଠାରେ ରିପିଟ କରିଥିବା ବେଳେ ତାଙ୍କୁ ଚେକ ଦେବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ଶାସକ ଦଳ। ମୋନମଥ ଆଜି ହିଁ ବିଜେଡିରେ ମିଶିଥିବା ବେଳେ ଦଳର ପ୍ରଥମ ପର୍ଯ୍ୟୟର ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି। ତେବେ କଟକ ଯାଜପୁର ଓ କନ୍ଧମାଳ ଲୋକସଭା ଆସନରୁ ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। କଟକରୁ ସମ୍ପୃକ୍ତ ମିଶ୍ର ବିଜେଡିର ପ୍ରାର୍ଥୀ ହୋଇଥିବା ବେଳେ ସେ ହେଉଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ HR ହେଡ। ଗତ ମାସରେ ବିଜେଡିର ମିଶିଥିବା ସମ୍ପୃକ୍ତ ମିଶ୍ରଙ୍କୁ ଦଳ ଜାତୀୟ ମୁଖ ପାତ୍ର ଭାବେ ନିଯୁକ୍ତି ଦେଇଥିବା ବେଳେ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

ସେହିପରି ଯାଜପୁର ଲୋକସଭା ଆସନରୁ ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ରିପିଟ କରିଛି ବିଜେଡି। ସେ ଗତ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ଅମୀୟ ମଲ୍ଲିକଙ୍କୁ ୧ଲକ୍ଷ ୧ହଜାର ୬୯୩ ଭୋଟରେ ପରାସ୍ତ କରିଥିଲେ।ସେପଟେ କନ୍ଧମାଳ ଲୋକସଭା ଆସନରୁ ସାଂସଦ ଅଚିତାନନ୍ଦ ସାମନ୍ତଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେଡି। ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଐରଖାରବେଳ ସ୍ୱାଇଁଙ୍କୁ ୧ ଲକ୍ଷ ୫୦ ହଜାର ୨୭୧ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।ତେବେ ବିଜେଡି ଆଜି ରାଜ୍ୟରେ ୨ ଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୬ ଟି ଆସନ ବାକି ରହିଛି।ସେହିପରି ଗତ ୨୪ ତାରିଖରେ ବିଜେପି ଓଡ଼ିଶାର ୧୮ ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୩ ଟି ଆସନ ବାକି ରହିଛି।

Leave a Reply

Your email address will not be published. Required fields are marked *