ସୁରଙ୍କୁ ଦେଖିବାକୁ ଆସିଥିଲେ ଧକ୍କା ଖାଇଲେ ନିଶା । ଅଶ୍ଳୀଳ ନୃତ୍ୟ ପାଇଁ କଂଗ୍ରେସ ଭବନ ମନା ବୋଲି କହିଲେ କର୍ମୀ।

ସୁରଙ୍କୁ ଦେଖିବାକୁ ଆସିଥିଲେ ଧକ୍କା ଖାଇଲେ ନିଶା । ଅଶ୍ଳୀଳ ନୃତ୍ୟ ପାଇଁ କଂଗ୍ରେସ ଭବନ ମନା ବୋଲି କହିଲେ କର୍ମୀ । ନିଶା ମହାରଣା ଛାଡ଼ିଲେନି ସେ ବି ଶୁଣେଇଲେ । ବୋଲ୍ଡ କୁଇନ୍ ନିଶା ମହାରଣା । ଯାତ୍ରା ଷ୍ଟେଜ ଉପରେ ଅର୍ଦ୍ଧ ନଗ୍ନ ନାଚରେ ପୁରା ମାହିର । ଆଉ ସେଥିପାଇଁ ଆଜି ପୁରା ହଟହଟା ହୋଇଛନ୍ତି । କଂଗ୍ରେସ ଭବନରେ ପୁରା ଧକ୍କା ମାରି ବାହାର କରିଦେଇଛନ୍ତି ନିଶାକୁ । କହିଛନ୍ତି ତୁ ଏଠିକୁ ଆସି ପାରିବୁ ନାହିଁ । ତୋ ଭଳି ଝିଅକୁ କଂଗ୍ରେସ ଭବନ ମନା । ତୁ ଆସିଲେ ଏ ଭବନ ଅପବିତ୍ର ହୋଇଯିବ ।

ହଁ ଆଜ୍ଞା ହଟହଟା ହୋଇଛନ୍ତି ଯାତ୍ରାର ବୋଲ୍ଡ ଡ୍ୟାନ୍ସର ନିଶା ମହାରଣା । ସୁର ରାଉତରାୟଙ୍କୁ ଭେଟିବାକୁ ଆସି ଧକ୍କା ଖାଇଛନ୍ତି । ନାରିନେତ୍ରୀ ମାନେ ଧକ୍କା ମାରି ତାଙ୍କୁ ବାହାର କରିଛନ୍ତି । ଅର୍ଦ୍ଧନଗ୍ନ ନାଚରେ ଯିଏ ଲୋକଙ୍କୁ ଟାଣି ରଖୁଥିଲେ ସେ ଆଜି କଂଗ୍ରେସ ଭବନରେ ଅପଦସ୍ତ ହେଇଛନ୍ତି । ନିଶା ହୋଲିରେ ଆସିଥିଲେ କଂଗ୍ରେସ ଭବନ ।

ସୁର ରାଉତରାୟଙ୍କ ଦେହରେ ରଙ୍ଗ ଲଗାଇ ଥାନ୍ତେ । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ରେ ବୋଧେ ସାମିଲ୍ ହେବା ପାଇଁ ଲକ୍ଷ୍ୟ ରଖିଥିଲେ ନିଶା ମହାରଣା । ହେଲେ ସେମିତି କିଛି ଭି ହେଲା ନାହିଁ । ସେ ଦଳରେ ସାମିଲ୍ ହେବେ କଣ କଂଗ୍ରେସ୍ ଦଳ ଓ ନାରୀ ନେତ୍ରୀ ମାନେ ତାଙ୍କୁ ଧକ୍କା ମାରି ବିଦା କରି ଦେଇଛନ୍ତି । ଯାହା ପରେ ନିଶା ମହାରଣା ଉତ୍କ୍ଷିପ୍ତ ହୋଇ ଉଠିଛନ୍ତି ।

ସେ ରାଗି କହିଛନ୍ତି ଯେ ଷ୍ଟେଜ ଉପରେ ତାଙ୍କ ପ୍ରଫେଶନ ଅର୍ଦ୍ଧନଗ୍ନ ହୋଇ ନାଚିବା ହେଲେ ସେ କଂଗ୍ରେସ ଭବନକୁ ସାଲ୍ଵାର କମିଜ୍ ପିନ୍ଧି ଯାଇଥିଲେ ହେଲେ ତାଙ୍କୁ ଧକ୍କା ମାରି ବାହାର କରି ଦିଆଯାଇଥିଲା । ଯାହା ଭି ବିଲକୁଲ ଠିକ୍ ନୁହେଁ । ନିଶାଙ୍କୁ ଏହି ଅପମାନ ବହୁତ୍ ବାଧିଛି ।ଏବେ ନିଶା ମହାରଣା ସୁର ରାଉତରାୟଙ୍କୁ ରଙ୍ଗ ଲଗେଇବାକୁ ଆସିଥିଲେ ଆଉ ରଙ୍ଗ ଲଗେଇବା ପରେ ନାରୀ ନେତ୍ରୀ ମାନେ ଧକ୍କା ମାରି ତାଙ୍କୁ ବାହାର କରି ଦେଇଥିଲେ । ସେପଟେ ଏନେଇ ଥାନାରେ ଅଭିଯୋଗ କରିପାରନ୍ତି ନିଶା ମହାରଣା ।

Leave a Reply

Your email address will not be published. Required fields are marked *