ଧନ୍ୟ ଏ ବିଧିର ବିଧାନ…ବାହାଘରକୁ ୧୦ ଦିନ ନ ପୂରୁଣୁ ନବ ବିବାହିତା ସ୍ତ୍ରୀ ମଥାରୁ ପୋଛିବ ସିନ୍ଦୂର I

ବିବାହକୁ ମାତ୍ର ୧୦ ଦିନ ହୋଇଥିଲା । କିନ୍ତୁ ଏବେ ସ୍ତ୍ରୀ ତାର ହାତରୁ ଭାଙ୍ଗି ଦେବ ଶଙ୍ଖା ଆଉ ମଥାରୁ ପୋଛି ଦେବ ସିନ୍ଦୂର । ବିବାହକୁ ମାତ୍ର ୧୦ଟି ଦିନ ଯାଇଛି ହେଲେ ଏବେ ସ୍ତ୍ରୀ ରାସ୍ତା କଡ଼କୁ ଚାଲି ଆସିଛି । ସେହି ସ୍ତ୍ରୀକୁ ଦଇବ ଏତେ ଦୁଃଖ ଦେଇଛି ଯେ ସେ ହତ ଭାଗିନୀ ସ୍ତ୍ରୀ ଆଉ ସହି ପାରୁନି । ବିବାହକୁ ମାତ୍ର ୧୦ଟି ଦିନ ହୋଇଥିଲା ଆଉ ଏବେ ସ୍ୱାମୀକୁ ମାରି ଦେଲେ । ଏପଟେ ଭାଉଜ ମଧ୍ୟ କାନ୍ଦି କାନ୍ଦି ଥକି ଗଲେଣି ଆଉ କହୁଛନ୍ତି ସେ ତାଙ୍କ ଦିଅରର ଶବ ସତ୍କାର ସେ କରିବେ ନାହିଁ ।

ଯିଏ ତାଙ୍କ ଦିଅରକୁ ମାରିଛି ତାକୁ ଆଗ ଜାଳିଦେବେ ତାପରେ ଯାଇ ଘରୁ ତାଙ୍କ ଦିଅରର କୋକେଇ ଉଠିବ । ଭାଉଜ କହୁଛନ୍ତି ତାଙ୍କ ଯା’ଙ୍କ ହାତରୁ ସେ କେମିତି ବା ଶଙ୍ଖା ଭାଙ୍ଗିବେ ? ଆଉ ମଥାରୁ ସେ ତାଙ୍କର କେମିତି ସିନ୍ଦୂର ପୋଛିବେ । ହଁ ଆଜ୍ଞା ଦର୍ଶକବନ୍ଧୁ ଏଭଳି ଦୁଃଖଦ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ଦେଖିବାକୁ ମିଳିଛି I ମୃତକ ଜଣକ ହେଉଛନ୍ତି ପ୍ରଶାନ୍ତ ପ୍ରଧାନ । ସେ ମାତ୍ର ୧୦ ଦିନ ତଳେ ବିବାହ ହୋଇଥିଲେ । କିନ୍ତୁ ଏବେ ତାଙ୍କର ମୃତ୍ୟୁ ହୋଇଛି ।

ଗାଆଁର ଶ୍ରୀହରି ପ୍ରଧାନ ଏବଂ ତାଙ୍କ ସମ୍ପର୍କୀୟ ପ୍ରଶାନ୍ତ ପ୍ରଧାନଙ୍କୁ ଛୁରା ମାଡ଼ କଲେ । ପ୍ରଶାନ୍ତ ଯେତେବେଳେ ରକ୍ତାକ୍ତ ହୋଇ ଯାଇଥିଲେ ସେତେବେଳେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ୍ ନେଇଥିଲେ । ହେଲେ ପ୍ରଶାନ୍ତଙ୍କ ଜୀବନ ଚାଲିଯାଇଥିଲା । ପ୍ରଶାନ୍ତ ମାତ୍ର ୧୦ ଦିନ ବିବାହ କରିଥିଲେ ହେଲେ ଏବେ ତାଙ୍କ ନବ ବିବାହିତା ସ୍ତ୍ରୀ ବିଧବା ହୋଇ ଯାଇଛନ୍ତି । ଗାଁର ଶ୍ରୀହରି ପ୍ରଧାନ ଏବଂ ତାଙ୍କ ସମ୍ପର୍କୀୟ ମିଶି ପ୍ରଶାନ୍ତ ପ୍ରଧାନଙ୍କ ହତ୍ୟା କରିଛନ୍ତି ।

ଏବେ ରାଜରାସ୍ତାରେ ଟାୟାର ଜାଳି ମୃତ ପ୍ରଶାନ୍ତ ପ୍ରଧାନଙ୍କ ସମ୍ପର୍କୀୟ ଲୋକେ ଦାବି କରିଛନ୍ତି ଯେ ଅଭିଯୁକ୍ତ କଠୋରରୁ କଠୋର ଦଣ୍ଡ ଦିଆଯାଉ । ତେବେ ଅଭିଯୁକ୍ତଙ୍କୁ ଉପଯୁକ୍ତ ଶାସ୍ତି ଦେବା ସହ ନ୍ୟାୟ ଦାବିରେ ଅଞ୍ଚଳବାସୀ ରାସ୍ତାରୋକ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଗିରଫ କରିଛି । ତେବେ ବର୍ତ୍ତମାନ୍ ଦେଖିବାକୁ ବାକି ରହିଲା ପୋଲିସ୍ ଅଭିଯୁକ୍ତଙ୍କୁ କଣ ଶାସ୍ତି ଦେଉଛି ।

Leave a Reply

Your email address will not be published. Required fields are marked *