ଗିରଫ ହୋଇ କୋର୍ଟ ଫରୱାର୍ଡ ହେଲେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେସ ବେହେରା।

ଗିରଫ ହୋଇ କୋର୍ଟ ଫରୱାର୍ଡ ହେଲେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା। ଆଜି ବାଦାମବାଡି ଥାନା ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଗତ ଫେବୃଆରୀ ୨୧ ତାରିଖ ଦିନ ୧୨ ଘଟିକା ସମୟରେ ହଠାତ ଗୀତିକାର ପ୍ରମଦରାଉତ ରହୁଥିବା କଟକ ପାଲାମଣ୍ଡପ ବାସଭବନରେ ପହଞ୍ଚିଥିଲେ ସିଙ୍ଗର ହ୍ୟୁମାନ ସାଗରଙ୍କ ମ୍ୟାନେଜର। ଦିନେଶ ବେହେରା ଏବଂ ତାଙ୍କର ଜଣେ ସହଯୋଗୀ।

ପ୍ରମଦ କିଛି ବୁଝିବା ପୂର୍ବରୁ ତାଙ୍କୁ ମାଡ଼ ମାରି ରୁମରୁ ଟାଣି ଟାଣି ବାହାରକୁ ନେଇଯାଇଥିଲେ ଦିନେଶ ଏବଂ ତାଙ୍କର ସହଯୋଗୀ। ଯାହାର ଭିଡିଓ CCTVରେ କଏଦ ହୋଇଥିଲା। ପରେ ପ୍ରମଦକୁ ଦିନେଶ ଏବଂ ତାଙ୍କ ସହଯୋଗୀ ଗାଡ଼ିରେ ବସାଇ ଗୋଟେ ନିଛାଟିଆ ଘରକୁ ନେଇ ତାଙ୍କ ଉପରକୁ ମରାଣାତ୍ମକ ଆକ୍ରମଣ କରିଥିଲେ।

ପରେ ପ୍ରମଦ ଏ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ଆଣିଥିଲେ। ଏଇ ଘଟଣା କଟକ ସହରରେ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ପ୍ରମଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଏଇ ଘଟଣା ପରେ ଦିନେଶ ଫେରାର ହେବା ସହ ମୋବାଇଲ ମଧ୍ୟ ବ୍ୟବହାର କରୁନଥିଲେ।ଅନ୍ୟପଟେ ବାଦାମବାଡ଼ି ଥାନା ପୋଲିସ ଦିନେଶ ବେହେରାଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି। କିନ୍ତୁ ଗୀତିକାରଙ୍କର ଏନେଇ ଏବେ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *