ଅନୁଭବ ମହାନ୍ତିଙ୍କ ପରିବାରରେ ପୁଣି ଚିନ୍ତା, ଭାଇ ନେଇଥିଲା ଋଣ ଟଙ୍କା ଘରେ ପହଁଚିଲେ ବ୍ୟାଙ୍କ ଵାଲା…।

ଅନୁଭବଙ୍କ ପରିବାର ଉପରକୁ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି। ଗୋଟିଏ ଚିନ୍ତା ନଯାଉଣୁ ଆଉ ଗୋଟିଏ ଚିନ୍ତା ସାମ୍ନାକୁ ଆସୁଛି। ଆଉ ପରିବାର ଏମିତି ସବୁବେଳେ ଅଶାନ୍ତିରେ ବିତୁଛି।

ହଁ ଆଜ୍ଞା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ରକୁ ନେଇ ଚିନ୍ତାରେ ବୁଡି ରହିଥିଲା ପରିବାର। ସେତେବେଳେ ମଧ୍ୟ ପରିବାର ଚିନ୍ତା ଘେରରେ ରହିଥିଲା। ଆଉ ଏବେ ସାନ ଭାଇଙ୍କ କଥାକୁ ନେଇ ପୁଣି ଚିନ୍ତାରେ ଅନୁଭବ ମହାନ୍ତି। ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ଲାଗି ରହିଛି। ଗତ ମାସରେ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ଭାଇ ଅନୁପ୍ରାସ ଆଉ ଏକ ଅସୁବିଧାରେ ପଡି ଯାଇଛନ୍ତି, ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଅନୁଭବ ମହାନ୍ତି।

କଟକ ଖାନ ନଗର ସ୍ଥିତ ଅନୁପ୍ରାସଙ୍କ ଭଡା ଘରେ ପହଞ୍ଚି ଯାଇଛନ୍ତି ବ୍ୟାଙ୍କ ରିକୋଭରି ଟିମ। ୫୦ ଲକ୍ଷ ଟଙ୍କା ଋଣ ମାମଲାରେ ଯାଞ୍ଚ କରିବାକୁ ବ୍ୟାଙ୍କ ରିକୋଭରି ଟିମ ଅନୁପ୍ରାସଙ୍କ ଘରେ ପହଞ୍ଚିଛନ୍ତି।

ଅନୁପ୍ରାସ ୫୦ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ଅନାଦେୟ ଯୋଗୁ ରିକୋଭରି ଟିମ ଆଜି ଅନୁପ୍ରାସଙ୍କ ଭଡା ଘରେ ଯାଞ୍ଚ ଆରମ୍ଭ କରିଛି। ଆଉ ଏହାକୁ ନେଇ ପୁଣି ଥରେ ଚିନ୍ତା ଯେମିତି ବଢି ଯାଇଛି ପରିବାରରେ। ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତିଙ୍କର ଛାଡ଼ପତ୍ର ବାବଦରେ କିଭଳି ଭାବେ କେମିତି ସାରା ରାଜ୍ୟ ତାଙ୍କୁ ଦେଖୁଥିଲା କେତେ ଚିନ୍ତିତ ହୋଇପଡୁଥିଲେ ଅନୁଭବ ମହାନ୍ତି।

ଯେତେବେଳେ ସୋସିଆଲ ମିଡିଆରେ ଆସି ଅନୁଭବ ମହାନ୍ତି ନିଜର ଚିନ୍ତା ପ୍ରକଟ କରୁଥିଲେ ଦୁଃଖକୁ ନସମ୍ଭାଳି ପାରି ପ୍ରକାଶ କରିଦେଉଥିଲେ। ଆଉ ଏହି ମାମଲାକୁ ନେଇ ପରିବାରରେ ମଧ୍ୟ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଏମିତିକି ପୁଣି ବାପା ଅସୁସ୍ଥ ଥିଲେ ଏହି କଥାକୁ ନେଇ ମଧ୍ୟ ପରିବାର ସବୁବେଳେ ଦୁଃଖରେ ଥିଲା। ଆଉ ଛାଡ଼ପତ୍ରକୁ ନେଇ ସମାଧାନ ହେଉନଥିଲା। ଏବେ ଛାଡ଼ପତ୍ର ତ ଛିଡି ଗଲା ତା’ପରେ ପରେ ବାପା କୁଆଡେ ଖୁସିରେ ରହିବେ ପରିବାର କୁଆଡେ ଖୁସିରେ ରହିବେ ଏହି ସବୁ କଥା ଭାବିଥିଲେ ଅନୁଭବ ମହାନ୍ତି କିନ୍ତୁ ଦେଖୁ ଦେଖୁ ବାପା ଆର ପାରିକୁ ଚାଲିଗଲେ ହେଲେ ବାପାଙ୍କ ଦୁଃଖ ଏବେ ମନରୁ ନଯାଉଣୁ ମନରୁ ପୁଣି ଥରେ ସାନ ଭାଇଙ୍କ କଥାକୁ ନେଇ ଏଭଳି ଚିନ୍ତା ବଢିଯାଇଛି ଅନୁଭବ ମହାନ୍ତିଙ୍କ ପରିବାରରେ।

୫୦ ଲକ୍ଷ ଟଙ୍କା ଋଣ ମାମଲାରେ ଯାଞ୍ଚ କରିବାକୁ ବ୍ୟାଙ୍କ ରିକୋଭରି ଟିମ ଅନୁପ୍ରାସଙ୍କ ଘରେ ପହଁଚିଛନ୍ତି। ଆଉ ୫୦ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ଅନାଦେୟ ଯୋଗୁ ରିକୋଭରି ଟିମ ଆଜି ଅନୁପ୍ରାସଙ୍କ ଭଡା ଘରେ ଏଭଳି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ହେଉଛି ଯେ ପୁଣି ଥରେ ଅନୁଭବ ମହାନ୍ତିଙ୍କ ପରିବାରରେ ଚିନ୍ତା ବଢିଯାଇଛି।

Leave a Reply

Your email address will not be published. Required fields are marked *