ବାହାଘରକୁ ମାସେ ବି ପୁରିନି, ହାତରୁ ମେହେନ୍ଦୀ ଲିଭିନି… ହେଲେ ମଥାରୁ ସିନ୍ଦୁର ପୋଛିଦେଲା ବାହାଘର ପ୍ରସେସନ।

ବାହାଘରକୁ ମାତ୍ର ୧୦ ରୁ ୧୫ ଦିନ ହୋଇଥିଲା। ହାତରୁ ମେହେନ୍ଦୀ ଲିଭିନଥିଲା। ନବବଧୂଙ୍କ ପାଦରୁ ଅଳତା ବି ଛାଡି ନଥିଲା। ବେସ ହସଖୁସିରେ କଟିଥିଲା ଏଇ ଦିନ କେଇଟା।ହେଲେ ସେସବୁ ସୁଖ ଯେ ଏଭଳି ଅସରନ୍ତି ଦୁଃଖରେ ପରିଣତ ହୋଇଯିବ ଏଇ ନବବଧୂ ଜଣକ କେବେବି ଭାବିନଥିଲା। ହସ ଖୁସିର ସଂସାର ଆରମ୍ଭ ହେଉ ହେଉ ସବୁ କିଛି ଯେମିତି କୁଆଡେ ଉଭାନ ହୋଇଗଲା।

ଏଇ ୧୦ ରୁ ୧୨ ଦିନ ତଳେ ଯେଉଁ ସମୀର ବାଜା ବଜେଇ ରୋଶୋଣି କରି ସ୍ତ୍ରୀକୁ ନିଜ ଘରକୁ ପାଛଟି ଆଣିଥିଲା ଆଜି ସେହି ବାହାଘର ପ୍ରସେସନ ହିଁ ନବବଧୁରର ମଥାରୁ ସିନ୍ଦୁର ଆଉ ହାତରୁ ସଙ୍ଖାକୁ ଛଡାଇ ନେଇଛି। ସ୍ତ୍ରୀ ତୋରାଣି ଖାଇବାକୁ ନିଜ ବାପ ଘରକୁ ଯାଇଥିବା ବେଳେ ଏପଟେ ସ୍ୱାମୀକୁ ବାହାଘର ପ୍ରସେସନ ହିଁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି। ଯାହା ଫଳରେ ଘଟଣା ସ୍ଥଳରେ ହିଁ ନବବିବାହିତା ଯୁବକ ଜଣକ ଆଖି ବୁଜି ଦେଇଛନ୍ତି।

ଏଇ ଖବର ସ୍ତ୍ରୀ ପାଇବା ପରେ ନାଁ ଭୋକ ନାଁ ଶୋଷ ସବୁକିଛି ଛାଡ଼ିଦେଇ କାନ୍ଦି କାନ୍ଦି ବାପ ଘରୁ ଦୌଡ଼ି ଆସିଛନ୍ତି ଶାଶୂ ଘରକୁ। ଆଉ ଆଖି ଆଗରେ ସ୍ୱାମୀ ମରି ପଡିଥିବାର ଦେଖି ସ୍ତ୍ରୀର ଛାତି କେମିତି ସହିବ ଛାତି ଯେମିତି ଫାଟି ଯାଉଛି। ମୁଣ୍ଡ ପିଟି ପିଟି ଗଡି ଯାଉଛି ସ୍ତ୍ରୀ। ଏମିତି ଦୁଃଖ କୋହ ଭଗବାନ ଆଉ କାହାକୁ ନଦିଅନ୍ତୁ। ସ୍ୱତେ ଯେମିତି ଆକାଶଟା ତା’ ଉପରେ ଛିଡି ପଡିଛି। ଦୁଃଖର କଳା ବାଦଲ ଯେମିତି ଘୁଟି ଆସିଛି।

ଆଜ୍ଞା ହଁ ବନ୍ଧୁଗଣ ଛୁରା ମାଡ଼ରେ ମୃତ୍ୟୁବରଣ କରିଛନ୍ତି ନବବିବାହିତା ଯୁବକ। ଯେଉଁ ଘରୁ ପୁଅର ସଵାରୀ ଉଠିଥିଲା ଦିନ କେଇଟା ନଯାଉଣୁ ସେଇ ଘରୁ ଉଠିଛି ପୁଅର କୋକେଇ। କିଛି ଦିନ ତଳେ ଯେଉଁ ଘର ହସଖୁସିରେ ଫାଟି ପଡୁଥିଲା ସେହି ଘରେ ଆଜି କାନ୍ଦ ବୋବାଳିରେ ଫାଟି ପଡୁଛି। ଶୋକର ଶାୟା ଘେରି ଯାଇଛି।

ସୂଚବା ମୁତାବକ ଚନ୍ଦ୍ରଗିରି ଗ୍ରାମର ଏକ ବାହାଘର ପ୍ରସେସନ ଚାଲିଥିଲା ଡିଜେ ବାଜୁଥିଲା ଆଉ ସମସ୍ତେ ନାଚ ଆଉ ଗୀତରେ ମଜି ଯାଇଥିଲେ। ହଠାତ ସେହି ସମୟରେ ଘଟିଥିଲା ହତ୍ୟାକାଣ୍ଡ। କେହି କିଛି ବୁଝିବା ଆଗରୁ ହଠାତ ପ୍ରଶାନ୍ତ ପ୍ରଧାନଙ୍କୁ ହୋଇଥିଲା ଛୁରାରେ ଆକ୍ରମଣ। ଘଟଣା ସ୍ଥଳରେ ଛୁରା ମାଡ଼ କରିଥିବା ଯୁବକ ଫେରାର ହୋଇଯାଇଥିବା ବେଳେ ପ୍ରଶାନ୍ତ ସେଇଠି ହିଁ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ଚନ୍ଦ୍ରଗିରି ସ୍ଥିତ ଡାକ୍ତରଖାନାରେ ଭର୍ତି କରିଥିଲେ। ହେଲେ ସେତେବେଳକୁ ସବୁକିଛି ସରିଯାଇଥିଲା। ବଞ୍ଚି ପାରିଲେନି ପ୍ରଶାନ୍ତ। ଡାକ୍ତରଖାନାରେ ପହଁଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଉ ସବୁଠାରୁ ବଡ଼ ଦୁଃଖର କଥା ହେଉଛି ଏଇ ନବବିବାହିତା ଯୁବକ ପ୍ରଶାନ୍ତ ଗତ ଫେବୃଆରୀ ୨୯ ତାରିଖରେ ବିବାହ କରିଥିଲେ ତାଙ୍କ ସ୍ତ୍ରୀ ତୋରାଣି ଖାଇବା ପାଇଁ ବାପ ଘରକୁ ଯାଇଥିଲେ ଆଉ ପ୍ରଶାନ୍ତ ନିଜ ସ୍ତ୍ରୀକୁ ଶ୍ୱଶୁର ଘରେ ଛାଡି ଚନ୍ଦ୍ରଗିରି ଆସିଥିଲେ ହେଲେ ସେଇଟା ବୋଧେ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଶେଷ ଦେଖାଥିଲା। ଗୋଟେ ନୂଆ ସଂସାର ଗଢିବା ଆଗରୁ ସବୁଦିନ ପାଇଁ ଅଧା ଗଢ଼ା ରହିଗଲା ଏଇ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ।

ସେପଟେ ସ୍ୱାମୀର ସ୍ୱାମୀର ସ୍ତ୍ରୀର ମୃତ୍ୟୁ ଖବର ପାଇବା ପରେ ରାସ୍ତାରେ ଆସି ବସିଛି ସ୍ତ୍ରୀ। ପୁରା ପରିବାର ଗ୍ରାମ ବାସୀ ଆଜି ରାସ୍ତା ଅବରୋଧ କରିଛନ୍ତି। ଯେପର୍ଯ୍ୟନ୍ତ ହତ୍ୟାକାରୀକୁ ଦଣ୍ଡ ନମିଳିଛି ସେପର୍ଯ୍ୟନ୍ତ ରାସ୍ତାରୁ ଶବ ହଟେଇବେ ନାହିଁ ବୋଲି ପରିବାର ଲୋକେ ଦାବି କରିଛନ୍ତି।

ସେପଟେ ଘଟଣା ସ୍ଥଳରେ ଫେରାର ହୋଇଥିବା ଶ୍ରୀହରି ପ୍ରଧାନ ନାମକ ଯୁବକଙ୍କୁ ପୋଲିସ କାବୁ କରିଛି। ଏଥିସହିତ ଘଟଣା ସ୍ଥଳରେ ଫେରାର ହୋଇଥିବା ସେହି ଶ୍ରୀହରି ପ୍ରଧାନଙ୍କ ଘରେ ନିଆଁ ଲଗାଇଦେଇଛନ୍ତି।

Leave a Reply

Your email address will not be published. Required fields are marked *