ଯେତେ ଯାହା ହେଲେବି ମୁଁ ବାପା..କେମିତି ସହିଥାନ୍ତି…ହେଲେ ଝିଅର ଭଲପାଇବା ଆଗରେ ମୁଁ ହାର ମାନିଲି

ମୁଁ ବାପା ଝିଅ ପ୍ରେମ ଆଗରେ ଆଜି ହାରିଯାଇଛି। ମୋ ଝିଅର ପ୍ରେମ ମୋତେ ବଦଳାଇ ଦେଇଛି। ଝିଅକୁ ପ୍ରେମ ମିଳିନଥିଲେ ବୋଧେ ମୁଁ ଖରାପ ବାପା ହୋଇଥାନ୍ତି।ପ୍ରଥମେ ମୋ ଝିଅର ପ୍ରେମ ମୋତେ ଭଲ ଲାଗୁନଥିଲା ମୋ ଝିଅକୁ ଅନେକ ମାଡ଼ ଗାଳି ଦେଇଛି। ଏମିତିକି ସେ ପୁଅକୁ ଭଲ ପାଇବା ପାଇଁ ବାରଣ କରିଛି। ସେ ପୁଅକୁ ଭୁଲିଯିବା ପାଇଁ କହିଛି। ସେ ପୁଅକୁ ବାହାହେଲେ ତୋ ଜୀବନ ନଷ୍ଟ ହୋଇଯିବ।

ସେ ତୋତେ କିଛି ବି ଖୁସି ଦେଇପାରିବ ନାହିଁ। ଜୀବନ ସାରା ଘାଣ୍ଟି ଚକଟି ହୋଇ ଦହଗଞ୍ଜ ହେବୁ। ହେଲେ ମୋ ଝିଅ ମୋ କଥା ବିଲକୁଲ ବି ଶୁଣିଲାନି। ତା’ ପ୍ରେମ ଆଗରେ ମୋତେ ଆଜି ସେ ହରେଇ ଦେଇଛି। ମୋ ଝିଅ ଜିତିଛି ଆଉ ମୁଁ ବାପ ହୋଇ ଆଜି ଝିଅର ପ୍ରେମ ଆଗରେ ହାରି ଯାଇଛି।

ହଁ ଆଜ୍ଞା ପ୍ରେମ କୁଆଡେ ସମସ୍ତଙ୍କୁ ବଦଳାଇ ଦିଏ। ଘୃଣାକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ କେବଳ ପ୍ରେମର ଶକ୍ତିରେ ହିଁ ରହିଛି। ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯାହା ଆଜି ଏଇ ବାପାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦିନ ଥିଲା ଯିଏ ଝିଅର ପ୍ରେମ ପାଇଁ ରାଜି ହେଉନଥିଲେ ସେ ଆଜି ବାହାଘର କରାଇ ଝିଅକୁ ଆଶୀର୍ବାଦ ଦେଇଛନ୍ତି ଆଉ କହିଛନ୍ତି ମୋ ଝିଅ ତୁ ସବୁବେଳେ ଖୁସିରେ ରହ। ତୋ ସିନ୍ଦୁର ସର୍ବଦା ମୋ ଆଶୀର୍ବାଦରୁ ବଜ୍ର ହୋଇ ରହୁ।

ଆଉ ଏ ପ୍ରେମ କାହାଣୀ ହେଉଛି ଏବେ ଏବେ ସମସ୍ତଙ୍କ ମନକୁ ଜିତି ନେଇଥିବା ବାଲେଶ୍ଵର ଜିଲ୍ଲାର ବିଦୁସ୍ମିତା ଏବଂ ବସନ୍ତଙ୍କ ପ୍ରେମ।ପ୍ରେମ ଏମିତି କର ଯେମିତି ପ୍ରତିବନ୍ଧକର ପାହାଡ଼କୁ ବି ଭାଙ୍ଗି ପକାଇବ। କାରଣପ୍ରେମ ଏତେ ସହଜରେ ମିଳେନାହିଁ। କାରଣ ପ୍ରେମ ହେଉଛି ଭଗବାନଙ୍କର ଆଶୀର୍ବାଦ। ପ୍ରେମକୁ ସଫଳ କରାଇବାକୁ ହେଲେ ବହୁତ ସଙ୍ଘର୍ଷ କରିବାକୁ ପଡିଥାଏ। ବହୁତ ବାଧା ବିଘ୍ନକୁ ସାମ୍ନା କରିବାକୁ ପଡିଥାଏ। ଯେମିତି ବିଦୁସ୍ମିତା ଏବଂ ବସନ୍ତ କରିଛନ୍ତି।

ଏହି ବାହାଘରକୁ ନେଇ ବିଦୁସ୍ମିତାଙ୍କ ବାପା ବିଲକୁଲ ବି ରାଜି ନଥିଲେ। ବାହା ହେବା ପାଇଁ ଝିଅକୁ ମନା କରିଦେଇଥିଲେ। ହେଲେ ବିଦୁସ୍ମିତାଙ୍କର ଏକା ଜିଦ ସେ ବସନ୍ତଙ୍କୁ ହିଁ ବାହା ହେବେ ନହେଲେ ଜୀବନ ସାରା ଏମିତି ଅବିବାହିତ ହୋଇ ରହିବେ। ଆଉ ତାଙ୍କର ଏଭଳି ଜିଦ ଆଗରେ ହାର ମାନିଥିଲେ ବାପା ମାୟାଧର ଲେଙ୍କା।

ବହୁତ କଷ୍ଟରେ ବାହାଘର ପାଇଁ ରାଜି ହୋଇଥିଲେ ଆଉ ଏବେ କହୁଛନ୍ତି ମୋ ଝିଅର ପ୍ରେମ ମୋତେ ଆଜି ବଦଳାଇ ଦେଇଛି। ଗୋଟେ ଖରାପ ବାପାରୁ ମୋତେ ଆଜି ଭଲ ବାପା କରି ଦେଇଛି।ଖବର ମୁତାବିକ ଉଭୟଙ୍କ ପ୍ରେମ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରେମର ପରୀକ୍ଷା ୨୦୨୧ ମସିହାରେ ଆସିଥିଲା। ଭଦ୍ରକ ଯାଉଥିବା ସମୟରେ ଗାଡି ଦୁର୍ଘଟଣାରେ ବସନ୍ତଙ୍କର ଦୁଇଟି ଯାକ ଗୋଡ଼ ଅକାମି ହୋଇଯାଇଥିଲା।

ଯାହା ପରେ ବସନ୍ତ କହିଥିଲେ କି ଉଭୟଙ୍କ ମଧ୍ୟରେ ଥିବା ପ୍ରେମକୁ ଶେଷ କରିଦେବା ପାଇଁ। ହେଲେ ମାନି ନଥିଲେ ବିଦୁସ୍ମିତା। କହିଥିଲେ କି ମୁଁ ଏତେ ସ୍ୱାର୍ଥପର ନୁହେଁ। ମୁଁ ତୁମକୁ ଭଲ ପାଏ ତୁମ ଶରୀରକୁ ନୁହେଁ। ମୁଁ ମନ ହୃଦୟ ଦେଇ ତୁମକୁ ଭଲ ପାଇଛି। ଆଉ ଏମିତି କଥା ଶୁଣିବା ପରେ ସ୍ୱତେ ଯେମିତି ବସନ୍ତ ବି ବିଦୁସ୍ମିତାଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁନଥିଲେ।ଏସବୁ ପରେ ଏମାନେ ଦୁଇଜଣ ଏବେ ସାତ ଜନ୍ମର ସାଥି ହୋଇଛନ୍ତି। ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ବାନ୍ଧି ହୋଇଛନ୍ତି।

Leave a Reply

Your email address will not be published. Required fields are marked *