ଡ୍ରେସ ବଦଳେଇଲା ଭଳି ବଏଫ୍ରେଣ୍ଡ ବଦଳାଉଥିବା ଝିଅ ମାନଙ୍କୁ ଗାଲରେ ଶକ୍ତ ଚାପୁଡ଼ା ଦେଲେ ବିଦୁସ୍ମିତା।

ଯିଏ କହୁଥିଲା ତୁ ବସନ୍ତକୁ ବାହା ହୋଇ ଭୁଲ କରୁଛୁ ଆଜି ସେ ବି ବିଦୁସ୍ମିତାଙ୍କୁ ମାନି ଗଲା। ମନ ଭିତରୁ ବିଦୁସ୍ମିତାଙ୍କ ପାଇଁ ସମ୍ମାନ ବଢିଗଲା। ଏ ଦୁନିଆରେ ସବୁ ଝିଅ ସମାନ ନାହାଁନ୍ତି ତ ସତ କିନ୍ତୁ ସବୁ ଝିଅଙ୍କ ତୁଳନାରେ ଅଲଗା ହୋଇଥାନ୍ତି ଏମିତି କିଛି ଝିଅ। ଯିଏକି କେବଳ ଭଲ ମଣିଷ ହେବାକୁ ଜୀବନରେ ଚେଷ୍ଟା କରନ୍ତିନି ଅନ୍ୟ ଜୀବନ କେମିତି ଭଲ ହୋଇପାରିବ ତାହା ମଧ୍ୟ ଚେଷ୍ଟା କରନ୍ତି।

ଯେଉଁଠି ବାଇକ କାର ଟଙ୍କା ଦେଖି ଝିଅମାନେ ନିଜ ପ୍ରେମକୁ ଛାଡି ଅନ୍ୟ ପ୍ରେମିକାକୁ ବାଛି ନିଅନ୍ତି ସେଇ ଝିଅକୁ ଯେମିତି ଶକ୍ତ ଚାପୁଡ଼ା ମାରିଛନ୍ତି ବିଦୁସ୍ମିତା। ଦୁର୍ଘଟଣା ପରେ ପ୍ରେମିକ କାନ୍ଦି କାନ୍ଦି ବିଦୁସ୍ମିତାଙ୍କୁ କହିଥିଲେ ମୋ ଗୋଡ଼ ଚାଲିଗଲା ଯେତେ ଚିକିତ୍ସା କଲେ ମଧ୍ୟ ମୁଁ ଆଉ ଛିଡା ହୋଇପାରୁନି ତୁମେ ଆଉ ମୋତେ ଅପେକ୍ଷା କରନା, ତୁମେ ଆଉ କାହାର ହାତ ଧରି ବାହା ହୋଇଯାଅ। ହେଲେ ପ୍ରେମିକ ବସନ୍ତର କଥାକୁ ଜମା ଶୁଣିନଥିଲେ ବିଦୁସ୍ମିତା, ଆଉ କହିଥିଲେ ମୁଁ ବାହା ହେବି ତ କେବଳ ତୁମକୁ। ତୁମେ ଏମିତି ସେମିତି ଝିଅ ମୋତେ ଭାବ ନାହିଁ। ମୋ ପ୍ରେମ ପବିତ୍ର। ପ୍ରେମ କରିଛି ଜଣକୁ ଆଉ ତାକୁ ଛାଡି ଆଉ କାହାକୁ କେମିତି ବାହା ହୋଇପାରିବି। ମୁଁ ସେମିତିକା ଝିଅ ନୁହେଁ।

ହଁ ଆଜ୍ଞା ପ୍ରେମିକ ବସନ୍ତ ସେତେବେଳେ ବୁଝାଇଥିଲେ ମୋର ଦୁର୍ଘଟଣା ହୋଇଗଲା ମୋର ଗୋଡ଼ ଚାଲିଗଲା ଭାବିଥିଲି ମୁଁ ମୋ ଗୋଡ଼ ଠିକ ହୋଇଯିବ ମୁଁ ଛିଡା ହୋଇପାରିବି ହେଲେ ମୋ ଗୋଡ଼ ଠିକ ହେଲା ନାହିଁ। ତୁମେ ଆଉ କାହାକୁ ବାହା ହୋଇଯାଅ। ମୋର ସକ୍ଷମ ନାହିଁ ତୁମକୁ ପୋଷି ପାରିବି। ମୋତେ ବାହା ହେଲେ ତୁମେ ଖୁସିରେ ରହି ପାରିବ ନାହିଁ। ତୁମ ସାଙ୍ଗ ସାଥୀମାନେ କ’ଣ କହିବେ। କେହିବି ଆମ ଯୋଡିକୁ ପସନ୍ଦ କରିବେ ନାହିଁ। ମୋ କଥା ମାନି ତୁମେ ଆଉ କୋଉଠି ଭଲ ପୁଅ ଦେଖି ବାହା ହୋଇଯାଅ। ତଥାପି ମାନିନଥିଲେ ପ୍ରେମିକା।

ହଁ ଆଜ୍ଞା ୨୦୧୬ ରୁ ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ତଳ ଦିନର ଏହି ଫୋଟକୁ ଦେଖିଲେ ଆପଣ ମାନେ ଜାଣି ପାରୁଥିବେ ଦୁଇ ଜଣ କେତେ ଭଲରେ ଥିଲେ। ପ୍ରେମ ସମ୍ପର୍କ ଅତି ଖୁସିରେ ଚାଲିଥିଲା। ହେଲେ ଦୁର୍ଘଟଣା ପର ଠାରୁ ଯେମିତି ସବୁ କିଛି ବଦଳିଗଲା। ସମୟ ଗଡ଼ିବା ସହିତ ପ୍ରେମ କିନ୍ତୁ ବଦଳିଲା ନାହିଁ ବରଂ ଆନ୍ତରରୁ ପ୍ରେମ ଆହୁରି ବଢିବାକୁ ଲାଗଲା।

ବିଦୁସ୍ମିତାଙ୍କର ଜିଦ ସାମ୍ନାରେ ସମସ୍ତେ ବାପା ଭାଇ ହାର ମାନିଥିଲେ। ବାପା ଭାଇ କାନ୍ଦୁଥିଲେ ତଥାପି ବିଦୁସ୍ମିତାଙ୍କର ଗୋଟିଏ ଜିଦ ସେ ଯାହାକୁ ଭଲ ପାଉଛନ୍ତି ତାକୁ ହିଁ ବାହା ହେବେ। ଆଉ ଶେଷରେ ସେଇୟା ହିଁ ହେଲା ବିଦୁସ୍ମିତା ପ୍ରେମିକ ବସନ୍ତଙ୍କୁ ବାହା ହୋଇ ଖୁସିରେ ଅଛନ୍ତି। ଆଉ ସେ ଏହା ମଧ୍ୟ ପ୍ରେମିକକୁ କହିଛନ୍ତି, ତୁମର ଗୋଡ଼ ନଥିଲେ କ’ଣ ମୋର ତ ଅଛି। ମୁଁ ତୁମକୁ ପୋଷିବି। ତୁମେ ମୋ ଗୋଡ଼ରେ ଚାଲିବ ବାଟ। ଆମେ ଏମିତି ଖୁସିରେ ଖୁସିରେ ଜୀବନ ବିତାଇବା।

Leave a Reply

Your email address will not be published. Required fields are marked *