ମୋ ଚାକିରୀଆ ପୁଅ ମୋତେ ସଫା କରିଦେବ କହୁଛି । କାନ୍ଦି କାନ୍ଦି ଜିଲ୍ଲାପାଳଙ୍କ ଅଫିସ୍ ଦୌଡ଼ିଲା ମା’ ।

ପୁଅ ବୋହୂ ନିର୍ଯ୍ୟାତନା ଦେଲେ ସହି ପାରିଲେନି ମାଆ । ଶେଷରେ ମା ଦୌଡ଼ି ଗଲା ଜିଲ୍ଲାପାଳଙ୍କ ଅଫିସକୁ । ଆଉ ଜିଲ୍ଲାପାଳଙ୍କ ଅଫିସ୍ ଯାଇ ଅଭିଯୋଗ କରିଛନ୍ତି ବୃଦ୍ଧା ମା’ । ଆଜ୍ଞା ହଁ ବନ୍ଧୁଗଣ ସୂଚନାଯୋଗ୍ୟ ଅନୁଗୁଳ ଜିଲ୍ଲା ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଭରତ ନଗର ଶିମିଳିପଡା ଅଞ୍ଚଳର ବୃଦ୍ଧା ପୁଅ ବୋହୂ ନିର୍ଯାତନା ଦେଉଥିବା ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୀଡ଼ିତା ବୃଦ୍ଧାଙ୍କ ନାଁ ହେଉଛି ରେଣୁବାଳା ମିଶ୍ର ଯାହାଙ୍କ ବୟସ ପ୍ରାୟ ୬୧ ବର୍ଷ ହେବ । ରେଣୁବାଳା ମିଶ୍ରଙ୍କର ସ୍ଵାମୀ ମୃତ୍ୟୁ ବରଣ କରିବା ପର ଠାରୁ ତାଙ୍କୁ ତାଙ୍କ ପୁଅ ଅଶ୍ୱିନୀ ମିଶ୍ର ଓ ବୋହୂ ସୁଚିତ୍ରା ପଣ୍ଡା ନିର୍ଯ୍ୟାତନା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଏନେଇ ମଧ୍ୟ ରେଣୁବାଳା ଟାଉନ୍ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଥାନାରେ ଆପୋଷ ବୁଝାମଣା ହୋଇ ଘରକୁ ଆସୁଥିଲେ ଆଉ ପୁଣି ଅଶ୍ୱିନୀ ଏବଂ ତାଙ୍କ ସ୍ତ୍ରୀ ସୁଚିତ୍ରାଙ୍କ ସହ ମିଶି ତାଙ୍କୁ କୁଆଡ଼େ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି । ଏବେ ବୁଢ଼ୀ ମା’ର ବୟସ ୬୧ ବର୍ଷ । ସେ ଯିବ ବା କୁଆଡ଼େ କରିବ ବା କଣ । ସେ ଆଜି କାନ୍ଦି କାନ୍ଦି ତାର ଦୁଃଖ ଜଣେଇଛି । ତେବେ ବୃଦ୍ଧା କାନ୍ଦି କାନ୍ଦି କହୁଛନ୍ତି ସେ ତାଙ୍କ ପୁଅକୁ ବହୁତ୍ ଦୁଃଖ କଷ୍ଟ ସହି ବଡ଼ କରିଥିଲେ ।

ପୁଅ ଅଶ୍ୱିନୀ ମଧ୍ୟ ଏଚ୍-ଡି-ଏଫ୍-ସି ବ୍ୟାଙ୍କରେ କାମ କରୁଛି ଆଉ ବୋହୂ ମଧ୍ୟ ବନ ବିଭାଗରେ କାର୍ଯ୍ଯ କରୁଛି । ହେଲେ ତାଙ୍କୁ କେହି ପଚାରୁ ନାହାଁନ୍ତି । ଯେଉଁ ମା ଅଶ୍ୱିନୀକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲେ । ଆଜି ସେ ବାହା ହେଲା ପରେ ମାଆକୁ ଯେମିତି ଅଲୋଡ଼ା ଭାବି ନେଇଛି । ଦିନେ ଖାଇଲେ ୨ଦିନ କୁଆଡ଼େ ଉପବାସ ରହୁଛନ୍ତି ବୃଦ୍ଧା ।

ପୁଅ ବୋହୂ ଆହୁରି କୁଆଡ଼େ କହିଛନ୍ତି ବୃଦ୍ଧା ଯଦି ତାଙ୍କ ଘରୁ ନଯିବେ ତାହେଲେ ପେଟ୍ରୋଲ କିରୋସିନ ଢ଼ାଳି ଜୀବନରୁ ମାରିଦେବେ । ଜେଲ୍ ଗଲେ ଯିବେ ପଛେ ହେଲେ ତାଙ୍କ ତଣ୍ଟି ଚିପି ମାରିଦେବେ । ଆଉ ଏବେ ବୃଦ୍ଧା ଶେଷରେ ସହି ନପାରି ଜିଲ୍ଲାପାଳଙ୍କ ଆଗରେ ଗୁହାରି ଜଣାଇ ଥିଲେ । ହେଲେ ଅନ୍ୟପଟେ ତାଙ୍କ ପୁଅ ବହୂଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ମା’ ରେଣୁବାଳା କରୁଥିବା ଅଭିଯୋଗ କୁ ସେ ମିଥ୍ୟା ବୋଲି ପ୍ରତିକ୍ରିୟା ଦେଇଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ବୃଦ୍ଧା ଜଣଙ୍କୁ କେବେ ନ୍ୟାୟ ମିଳୁଛି, ଓ ପୋଲିସ ଘଟଣାର ତଦନ୍ତ ପରେ କିଏ କାହାକୁ ନିର୍ଯାତନା ଦେଉଛନ୍ତି ତାହା ସ୍ପଷ୍ଟ ହେବ I

Leave a Reply

Your email address will not be published. Required fields are marked *