“ଇନକମ କର ଇନକମ ଭାଡ଼ ମେଁ ଯାଏ ଗାର୍ଲଫ୍ରେଣ୍ଡ । ଟଙ୍କା ଥିଲେ ଝିଅ ତୁମ ପଛରେ ଗୋଡ଼େଇବେ…” : ଡ୍ୟାନ୍ସର ରିତେଶ ।
ବନ୍ଧୁଗଣ ଛୋଟ ବେଳୁ ସେ ନାଚିବା ଆରମ୍ଭ କରିଥିଲେ । ଲୋକମାନେ ତାଙ୍କୁ ଟିକଟକ୍ ରେ ଅନେକ ଭଲ ପାଇବା ଦେଇଥିଲେ । ଟିକଟକ୍ ବ୍ୟାନ ହେବା ପରେ ଯେତେବେଳେ ରିଲ୍ସର କ୍ରେଜ୍ ଆରମ୍ଭ ହେଲା ସେତେବେଳେ ମଧ୍ୟ ତାଙ୍କୁ ଆହୁରି ଅନେକ ଭଲପାଇବା ମିଳିଲା । ରିଲ୍ସରୁ ଆରମ୍ଭ କରିଥିବା ଗୋଟେ ଛୁଆ ଏବେ ମ୍ୟୁଜିକ୍ ଭିଡ଼ିଓରେ ମଧ୍ଯ ନିଜର ଜଲୱା ଦେଖାଇ କେତେ ଆଗରେ ପହଞ୍ଚିଲାଣି । ତେବେ ଆମେ ଯାହାଙ୍କ ବିଷୟରେ କହୁଛୁ ସେ ଜଣକ ହେଉଛନ୍ତି ରିତେଶ ଦାସ ଆଉ ବୟସ ମାତ୍ର ୧୮ ବର୍ଷ । ଯାହାଙ୍କୁ ସୋସିଆଲ ମିଡ଼ିଆରେ ଡ୍ୟାନ୍ସର ରିତେଶ ନାଁରେ ଅନେକ ମଧ୍ୟ ଜାଣନ୍ତି । ଅନେକ ମ୍ୟୁଜିକ୍ ଭିଡ଼ିଓ ତାଙ୍କର ଭାଇରାଲ ହୋଇଥିବା ବେଳେ ନିକଟରେ ଟିକିଲି ଗୀତ ମଧ୍ୟ ଆସିଥିଲା ଯେଉଁଥିରେ ଲୋକ ଅନେକ ପ୍ରଶଂସା କରିଥିଲେ ତାଙ୍କର ଡ୍ୟାନ୍ସକୁ ।
କେବେ କେବେ ତାଙ୍କୁ ତାଙ୍କ ମାଙ୍କ ସହିତ ମଧ୍ୟ ଭିଡ଼ିଓ କରୁଥିବାର ଦେଖିବାକୁ ମିଳିଛି । ଆଜ୍ଞା ହଁ ନିକଟରେ ରିତେଶ ଏବଂ ତାଙ୍କ ମା’ଙ୍କ ସହିତ ସାକ୍ଷାତକାର ସମୟରେ ବିଭିନ୍ନ ବିଷୟରେ ତାଙ୍କ ସହିତ କଥବାର୍ତ୍ତା କରାଯାଇଛି ଆସନ୍ତୁ ଜାଣିବା । ରିତେଶଙ୍କ ମାଙ୍କୁ ପଚରା ଯାଇଥିଲା ଯେ ତାଙ୍କୁ ଲୋକ ରିତେଶର ମା ବୋଲି ଜାଣନ୍ତି ନା ରିତେଶଙ୍କୁ ତାଙ୍କ ପୁଅ ବୋଲି ଜାଣନ୍ତି?
ତେବେ ଏହି ପ୍ରଶ୍ନର ଉତ୍ତରରେ ରିତେଶଙ୍କ ମା କହିଛନ୍ତି ଯେ ତାଙ୍କୁ ରିତେଶର ମା’ ବୋଲି ସମସ୍ତେ ଜାଣନ୍ତି ଆଉ ସେଇଟା ଶୁଣିଲେ ହିଁ ତାଙ୍କୁ ବହୁତ୍ ଭଲଲାଗେ ଆଉ ଆଗକୁ ମଧ୍ୟ ଲାଗିବ । ତାଙ୍କ ମାଙ୍କୁ ତା’ପରେ ରିତେଶଙ୍କ ଦେହ ଯେତେବେଳେ ଖରାପ୍ ଥିଲା ସେ ସଂଘର୍ଷ ସମୟ ତାଙ୍କ ପାଇଁ କେମିତି ଥିଲା ବୋଲି ପ୍ରଶ୍ନରେ ରିତେଶଙ୍କ ମା’ କହିଛନ୍ତି ଯେ ସେକଥା ମନେ ପଡ଼ିଲେ ଆଜି ମଧ୍ୟ ବହୁତ୍ ଦୁଃଖ ଲାଗୁଛି । ତାଙ୍କ ପୁଅ ରିତେଶର କଷ୍ଟ ମନେ ପଡ଼ିଗଲେ ତାଙ୍କ ଦେହ କଣ ହେଇଯାଉଛି ।
ସେ ସେହି ଟାଇମ୍ ରେ କେବଳ ଠାକୁରଙ୍କୁ ହିଁ ଧ୍ୟାନ କରୁଥିଲେ । ହନୁମାନଙ୍କୁ ଡାକୁଥାନ୍ତି କାରଣ ତାଙ୍କର ସବୁବେଳେ ଅଗାଢ ବିଶ୍ୱାସ ଭଗବାନଙ୍କ ଉପରେ । ତେବେ ରିତେଶ କହିଛନ୍ତି ତାଙ୍କ ମାଆ ତାଙ୍କର ବେଷ୍ଟଫ୍ରେଣ୍ଡ୍ ସେ ତାଙ୍କ ସହ ଖରାପ୍ ଭଲ ସବୁକିଛି ଶେୟାର କରନ୍ତି । ପ୍ରଥମେ ଦୁହିଁଙ୍କୁ ଭିଡ଼ିଓରେ ଦେଖିକି ସମସ୍ତେ ଭାବିଥିଲେ ଭାଇ ଭଉଣୀ ବୋଲି ତାପରେ ସେମାନେ ମେସେଜ କଲେ ଯେ ନାଇଁ ମା ପୁଅ ବୋଲି । ତେବେ ବହୁତ୍ ସାରା ଲୋକଙ୍କ ଭଲ କମେଣ୍ଟ ଆସେ ଆଉ ବହୁତ୍ ଝିଅ କୁହନ୍ତି ଏମିତି ମା କାଶ ତାଙ୍କୁ ମଧ୍ୟ ମିଳିଥାନ୍ତା ବୋଲି । ରିତେଶଙ୍କୁ ପଚରା ଯାଇଥିଲା ଯେ ବୟସ ହେଲାଣି ଗାର୍ଲ୍ଫ୍ରେଣ୍ଡ୍ ହେବ କି ନାହିଁ ବୋଲି ଏହାର ଉତ୍ତରରେ ରିତେଶ କହିଛନ୍ତି ଯେ ପୈସା ପୈସା, ଇନକମ କର ଇନକମ । ଭାଡ଼ ମେଁ ଯାଏ ଗାର୍ଲଫ୍ରେଣ୍ଡ । ଟଙ୍କା ଥିଲେ ହଜାରେ ଝିଅ ତୁମ ପଛରେ ଗୋଡ଼େଇବେ ।