ଅନ୍ୟ ଝିଅଙ୍କ ସହିତ ନାଚିବାକୁ ମୋ ପୁଅ କମ୍ଫର୍ଟେବୁଲ ହେଉନି ବୋଲି ପ୍ରଥମେ ମୁଁ ତା’ ସହ ନାଚିଲି ।
ଛୁଆ ବେଳୁ ସେ ନାଚିବା ଆରମ୍ଭ କରିଥିଲେ । ଲୋକମାନେ ତାଙ୍କୁ ଟିକଟକ୍ ରେ ଅନେକ ଭଲ ପାଇବା ଦେଇଥିଲେ । ଟିକଟକ୍ ବ୍ୟାନ ହେବା ପରେ ଯେତେବେଳେ ରିଲ୍ସର କ୍ରେଜ୍ ଆରମ୍ଭ ହେଲା ସେତେବେଳେ ମଧ୍ୟ ତାଙ୍କୁ ଆହୁରି ଅନେକ ଭଲପାଇବା ମିଳିଲା । ରିଲ୍ସରୁ ଆରମ୍ଭ କରିଥିବା ଗୋଟେ ଛୁଆ ଏବେ ମ୍ୟୁଜିକ୍ ଭିଡ଼ିଓରେ ମଧ୍ଯ ନିଜର ଜଲୱା ଦେଖାଇ କେତେ ଆଗରେ ପହଞ୍ଚିଲାଣି । ତେବେ ସବୁକିଛି ତାଙ୍କ ପାଇଁ ସହଜ ହୋଇନାହିଁ ତା’ମଧ୍ୟରେ ଅନେକ ସଂଘର୍ଷ ମଧ୍ୟ ସେ କରିଛନ୍ତି । ଲୋକଙ୍କର କଥା ତାଙ୍କୁ ମଧ୍ୟ ନିହାତି ଶୁଣିବାକୁ ମିଳିଛି କାହିଁକି ନା କମେଣ୍ଟ୍ ସେକ୍ସନ୍ ରେ ଅନେକ ଘୃଣା ମଧ୍ୟ ସେ ପାଇଛନ୍ତି ।
ତେବେ ଏତିକି ବାଟ ପର୍ୟ୍ୟନ୍ତ ଆସିବା ଏଇ କମ୍ ବୟସର ପିଲାଟି ପାଇଁ କେତେ କଷ୍ଟ ଥିଲା ସେ ବିଷୟରେ ତାଙ୍କ ସହିତ ସାକ୍ଷାତକାର୍ ସମୟରେ ସେ ନିଜେ ଖୋଲି ସବୁକଥା କହିଛନ୍ତି । ତେବେ ଆମେ ଯାହାଙ୍କ ବିଷୟରେ କହୁଛୁ ସେ ଜଣକ ହେଉଛନ୍ତି ରିତେଶ ଦାସ, ଯାହାଙ୍କୁ ସୋସିଆଲ ମିଡ଼ିଆରେ ଡ୍ୟାନ୍ସର ରିତେଶ ନାଁରେ ଅନେକ ମଧ୍ୟ ଜାଣନ୍ତି । ଅନେକ ମ୍ୟୁଜିକ୍ ଭିଡ଼ିଓ ତାଙ୍କର ଭାଇରାଲ ହୋଇଥିବା ବେଳେ ନିକଟରେ ଟିକିଲି ଗୀତ ମଧ୍ୟ ଆସିଥିଲା ଯେଉଁଥିରେ ଲୋକ ଅନେକ ପ୍ରଶଂସା କରିଥିଲେ ତାଙ୍କର ଡ୍ୟାନ୍ସକୁ । ଆଜ୍ଞା ହଁ ଏହି କଥାବାର୍ତ୍ତା ସମୟରେ ରିତେଶ କିପରି ଏତେ ବାଟରେ ପହଞ୍ଚିଛନ୍ତି ଆଉ ତାଙ୍କ ସଂଘର୍ଷର କାହାଣୀ ବିଷୟରେ ।
ରିତେଶ କହିଛନ୍ତି ଯେ ତାଙ୍କର ଗଲ୍-ବ୍ଲାଡର୍ ରେ ଷ୍ଟୋନ ହୋଇ ଯାଇଥିଲା ତେଣୁ ସର୍ଜରୀ ହୋଇଥିଲା ଆଉ ଏବେ ସେ ଆଗ ଅପେକ୍ଷା ଭଲରେ ଅଛନ୍ତି । ପ୍ରଥମେ ୬ ମାସ ପାଖାପାଖି ପେନ ହୋଇଥିଲା ତାପରେ ବାନ୍ତି ହେଲା । ସେ ଭାବିଲେ ଯେ ସେସବୁ ନର୍ମାଲ କିନ୍ତୁ ଟେଷ୍ଟ କଲା ପରେ ଅଲଟ୍ରାସାଉଣ୍ଡ କଲା ପରେ ଜଣା ପଡ଼ିଥିଲା ଯେ ଗଲ୍-ବ୍ଲାଡର୍ ରେ ଷ୍ଟୋନ ହୋଇଛି ବୋଲି । ଏବେ ରିତେଶଙ୍କ ବୟସ ହେଉଛି ୧୮+ ଆଉ ଯେତେବେଳେ ସେ ଡ୍ୟାନ୍ସ ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ୧୩/୧୪ ବର୍ଷ ହୋଇଥିଲା ସେ ୯ମ ଶ୍ରେଣୀରେ ପାଠ ପଢୁଥିଲେ ।
ସେ ଆହୁରି କହିଛନ୍ତି ସବୁ ଜିନିଷରେ ଆଗକୁ ଯିବା ପାଇଁ ଷ୍ଟ୍ରଗଲ୍ ନିହାତି ଦରକାର । ସେ ଆଜି ପର୍ୟ୍ୟନ୍ତ ଯାହା କିଛି ଭି ଆଚିଭ୍ କରିଛନ୍ତି ସେ ତାର ସବୁ କ୍ରେଡିଟ ନିଜ ମା’ଙ୍କୁ ଦେଇଛନ୍ତି । ବହୁତ୍ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ରିତେଶ ତାଙ୍କ ମାଙ୍କୁ ପ୍ରଥମେ ଡ୍ୟାନ୍ସ ଶିଖାନ୍ତି ତା’ପରେ ସେ ଷ୍ଟେପସ୍ କରନ୍ତି ଏହା ପ୍ଲାନିଂ ଥାଏ କି ସତରେ ବୋଲି ପଚରା ଯାଇଥିଲା ଏହାର ଉତ୍ତରରେ ରିତେଶ କହିଥିଲେ ସବୁ ପ୍ଲାନିଂ ହିଁ କାହିଁକି ନା ରିଲ୍ସ ଆଉ ରିଅଲ ଭିତରେ ବହୁତ୍ ଫରକ୍ ଅଛି । ସେ ଆଗେ ହିଁ ତାଙ୍କ ମାଙ୍କୁ ଶିଖାଇ ଦେଇଥାନ୍ତି ତାପରେ ଭିଡ଼ିଓରେ ଶିଖାଇବାର ଆକ୍ଟିଂ କରନ୍ତି । ତେବେ ରିତେଶଙ୍କ ମା ଏହାପରେ କହିଛନ୍ତି ତାଙ୍କ ପୁଅ ରିତେଶ ଅନ୍ୟ ଝିଅଙ୍କ ସହିତ ନାଚିବାକୁ କମ୍ଫର୍ଟେବୁଲ ହେଉନଥିଲା ବୋଲି ପ୍ରଥମେ ସେ ହିଁ ତାଙ୍କ ସହ ନାଚିଥିଲେ ।