ଏକାଠି ହୋଇଯିବେ ବିଜେଡି-ବିଜେପି। ନିର୍ବାଚନ ପୂର୍ବରୁ ହୋଇଯିବ ମେଣ୍ଟ। ପୁନରାବୃତ୍ତି ହେବ ୧୫ ବର୍ଷ ତଳର ଇତିହାସ।

ଆଜ୍ଞା ହଁ ବନ୍ଧୁଗଣ ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଗତ ଦେଢ଼ ମାସ ଧରି ଚାଲିଥିବା ଚର୍ଚ୍ଚା ସତ ପ୍ରମାଣିତ ହେବାକୁ ଯାଉଛି। ରାଜ୍ୟରେ ପୁଣି ଥରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାରର ନିଶ୍ଚିତ ହୋଇସାରିଛି। ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ବିଜେପି-ବିଜେଡି। ଉଭୟ ଦଳ ମିଳିତ ଭାବେ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆଜି ତ ଦୁଇଟି ଘଟଣାରୁ ଏହି କଥା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। କାରଣ ଆଜି ଅପରାନ୍ହରେ ଭୁବନେଶ୍ୱରରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଦଳର ଛାମୁଆ ନେତା ମାନେ ସାମିଲ ହୋଇଥିଲେ।

ଗତ କାଲି ଦିନିକିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଛାଡିବାର ଠିକ ପର ଦିନ ଅର୍ଥାତ ଆଜି ନବୀନ ନିବାସରେ ହୋଇଥିଲା ବିଜେଡିର ରୁଦ୍ଧ ଦ୍ୱାରା ବୈଠକ। ରାଜ୍ୟର କିଛି ମନ୍ତ୍ରୀଙ୍କ ସମେତ ଦଳର ଛାମୁଆ ନେତାମାନେ ବୈଠକରେ ସାମିଲ ହୋଇଥିଲେ। ପାଖାପାଖି ଘଣ୍ଟାଏ କାଳ ବୈଠକ ପରେ ଏଥିରେ ଯୋଗ ଦେଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁକୁନି ସାହୁ ଅଶୋକ ପଣ୍ଡା ଅତନୁ ସବ୍ୟସାଚୀ ନାୟକ ପ୍ରଫୁଲ୍ଲ ମଲ୍ଲିକ ଜଗନ୍ନାଥ ସାରକା ଦେବୀ ମିଶ୍ର ପ୍ରଣବ ପ୍ରକାଶ ଦାସ ମାନବ ପ୍ରକାଶ ଦାସ ମାନସ ମଙ୍ଗରାଜ ପ୍ରଦୀପ ଅମାବ ସଞ୍ଜୟ ଦାସ ବର୍ମା ପ୍ରତାପ ଦେବ ପ୍ରଫୁଲ୍ଲ ସାମଲ ଉସା ଦେବୀ ସସ୍ମିତ ପାତ୍ର ଅରୁଣ ସାହୁ ପ୍ରଦୀପ ବଳବନ୍ତ ରାୟ ଓ ସୁଶାନ୍ତ ସିଂଙ୍କ ପରି ୨୦ ରୁ ଅଧିକ ନେତା ନବୀନ ନିବାସରୁ ବାହାରିଥିଲେ।

ଆଉ ଏହାର କିଛି ସମୟ ପରେ ସେପଟେ ଦିଲ୍ଲୀରେ ବି ମଧ୍ୟ ଘୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରାଜ୍ୟ କମିଟିର ଛାମୁଆ ନେତା ମାନେ ଯୋଗ ଦେଇଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ JP ନଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ମୁଖ ପାତ୍ର ଅମିତ ପାତ୍ରଙ୍କ ସହ ରାଜ୍ୟ ବିଜେପି ମୁଖପାତ୍ର ସମ୍ବିଦ ପାତ୍ରଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାଂଗଠନିକ ସମ୍ପାଦକ ମାନସ ମହାନ୍ତି ଆହୁରି ରାଜ୍ୟ ବିଜେପିର ନେତା ସାମିଲ ହୋଇଥିଲେ।

ସେପଟେ ଦିଲ୍ଲୀ ବିଜେପି ମୁଖ୍ୟାଳୟ ଆଉ ଏପଟେ ଭୁବନେଶ୍ୱରରେ ନବୀନ ନିବାସରେ ହୋଇଥିବା ଏହି ଦୁଇ ବୈଠକରେ ଉଭୟ ଦଳ ମଧ୍ୟରେ ମେଣ୍ଟ ନେଇ ବିସ୍ତୃତ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ଦିଲ୍ଲୀରେ ବିଜେପି ବୈଠକ ପରେ ସେଠାରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଅରାର କହିଥିଲେ କି ବୈଠକରେ ମେଣ୍ଟ ନେଇ ଆଲୋଚନା ହୋଇଥିଲା। ଆମେ ଏକା ଲଢ଼ିବୁ ବୋଲି ମତ ଦେଇଛୁ। କେନ୍ଦ୍ରୀୟନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ।

ତେବେ ସେପଟେ ଦିଲ୍ଲୀରେ ଏହି ବୈଠକ ପରେ ଏପଟେ ଭୁବନେଶ୍ୱରରେ ପୁଣି ଥରେ ନବୀନ ନିବାସକୁ ଫେରିଥିଲେ ବିଜେଡିର ନେତାମାନେ। ଆଉ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ବୈଠକ। ଆଉ ଏହି ବୈଠକ ପରେ ବିଜେଡି ନେତା ଦେବୀ ମିଶ୍ର କହିଥିଲେ କି ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ତାହା ନିଷ୍ପତ୍ତି ନିଆଯିବ। ନବୀନଙ୍କ ନେତୃତ୍ୱରେ ସେ ଓଡିଶା ସଫଳତା ପାଇଁ ଚାଲିଛି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ।

ବନ୍ଧୁଗଣ ଆଜିର ଏହି ୨ ଟି ଘଟଣାରହ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ମେଣ୍ଟ ହେବା ନେଇ ଉଭୟ ବିଜେଡି ଓ ବିଜେପି ଶିବିରରେ ମାନସ ମନ୍ଥନ ଚାଲିଥିଲା। ସେପଟେ ଯଦି ମେଣ୍ଟ ହେବ ତା’ର ରୂପରେଖ କ’ଣ ହେବ ତାକୁ ନେଇ ମଧ୍ୟ ଅଙ୍କ କୋଷା ଆରମ୍ଭ ହୋଇଯାଇଛି। ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁସାରେ ଯଦି ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନ ମେଣ୍ଟ ହୁଏ ତାହେଲେ ଶାସକ ବିଜେଡି ୯୮ ଟି ବିଧାନସଭା ଆସନ ନିଜ ପାଖରେ ରଖିବ ଏବଂ ୪୯ ଟି ଆସନ ବିଜେପି ପାଇଁ ଛାଡ଼ିଦେଵ। ଅର୍ଥାତ ୯୮ ଟି ବିଧାନସଭା ଆସନରେ ଶାସକ ବିଜେଡି ଏବଂ ବାକି ୪୯ ଟି ଆସନରେ ଏବେ ବିରୋଧୀ ଆସନରେ ବସିଥିବା ବିଜେପି ପ୍ରାର୍ଥୀ ଦେବେ।

ତେବେ ଲୋକସଭା ଆସନ କଥା ଯଦି ବିଚାରକୁ ନିଆଯାଏ ତେବେ ବିଜେପି ଅଧିକ ସିଟ ନିଜ ପାଖରେ ରଖିବ। ଅର୍ଥାତ ଏହି ଚର୍ଚ୍ଚା ବା ଆକଳନ ଯଦି ସତ ହୁଏ ତେବେ ବିଜେପି ୧୪ ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ବିଜେଡି ୭ ଟି ଆସନରେ ନିଜ ପ୍ରାର୍ଥୀକୁ ମଇଦାନକୁ ଓଲ୍ହାଇବ।ତେବେ ଉଭୟ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ ମେଣ୍ଟ ନେଇ କୌଣସି ଘଟଣା ହୋଇନଥିବା ବେଳେ ଆସନ୍ତା କାଲି ଏ ନେଇ ଅପଚାରିକ ଭାବେ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ଯଦି ଏହି ଘୋଷଣା ହୁଏ ତାହେଲେ ୧୫ ବର୍ଷର ତଳର ଇତିହାସ ପୁଣିଥରେ କଡ଼ ଲେଉଟାଇବ।

Leave a Reply

Your email address will not be published. Required fields are marked *