ଆମ୍ବାନୀଙ୍କ ଫଙ୍କସନରେ ଏକାଠି ନାଚିବାକୁ କେତେ ଫିସ ନେଇଥିଲେ ସଲମନ, ଶାହାରୁଖ ଓ ଅମୀର ଖାଁ?

ଅନନ୍ତ ଆମ୍ବାନୀଙ୍କ ପ୍ରି-ୱେଣ୍ଡିଂ ଫାଙ୍କସନରେ ଏକାଠି ୩ ଖାନ। ପାଦରେ ପାଦ ମିଶାଇ କରିଥିଲେ ଏଣ୍ଟରଟେନ। ଜଣାପଡିଲା ଏକାଠି ନେବା ପାଇଁ ନେଇଥିଲେ କେତେ? ବନ୍ଧୁଗଣ ଗତ ୩ ଦିନ ପୂର୍ବରୁ ସରିଯାଇଛି ଅନନ୍ତ ଆମ୍ବାନୀ ଏବଂ ରାଧିକା ମୋର୍ଚ୍ଚାଣ୍ଟଙ୍କ ପ୍ରି-ୱେଣ୍ଡିଂ ଫାଙ୍କସନ। ଯେଉଁଥିରେ ସାମିଲ ହୋଇଥିଲେ ଅନେକ ବଡ଼ ବଡ଼ ତାରକା। ବୋଲିଉଡ଼ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ହୋଲିଉଡ଼ ତାରକା ଓ ବିଶିଷ୍ଟ ବ୍ୟକ୍ତିମାନେ ଏହି ସମାରୋହରେ ସାମିଲ ହୋଇ ମଚାଇ ଥିଲେ ଧୁମ। ଏହାର ଆୟୋଜନ ଏମିତି ହୋଇଥିଲା ଯେ ଯାହାର ଆଲୋଚନା ଦେଶ ସମେତ ବିଦେଶରେ ବି ହେଉଛି।

ତେବେ ସମାରୋହ ଭିତରେ ଖାସ ମୋମେଣ୍ଟ ମଧ୍ୟ ଆସିଥିଲା। ଆଉ ତାହା ହେଲା ଷ୍ଟେଜ ଉପରେ ଏକାଠି ନଜର ଆସିଥିଲେ ୩ ଖାଁ। ଆଜ୍ଞା ହଁ ବନ୍ଧୁଗଣ ସଲମନ ଖାଁ ଶାହାରୁଖ ଖାଁ ଅମୀର ଖାଁ ଏକାଠି ଷ୍ଟେଜ ଉପରେ ନାଚିବା ଦେଖି ସମସ୍ତେ ପୁରା ତାଜୁବ ହୋଇକି ରହିଯାଇଥିଲେ। ଏହା ପରେ ଭିନ୍ନ ଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସିବାକୁ ଲାଗିଲା। ଏବେ ମଧ୍ୟ ଏହାକୁ ନେଇ ଆସିଛି ତାଜା ଅପଡେଡ଼।

ଜାମୁନଗରରେ ୩ ଦିନ ଧରି ୩ ଖାଁଙ୍କର ଜଳବା ଦେଖିଥିଲେ ସେଠାରେ ଉପସ୍ଥିତି ରହିଥିବା ଅତିଥିଗଣ। ଇଣ୍ଡଷ୍ଟ୍ରିଜର ଏହି ୩ ଜଣ ଖାସ ଏହି ଇଭେଣ୍ଟରେ ସତେ ଯେମିତି ଚାର ଚାନ୍ଦ ଲଗାଇଦେଇଥିଲେ। ସଲମନ ଖାଁ ଶାହାରୁଖ ଖାଁ ଅମୀର ଖାଁଙ୍କୁ ଏକାଠି ଦେଖିବା ସମସ୍ତଙ୍କ ପାଇଁ ଏକ ଟ୍ରିଟ ହେଲା। ୩ ଜଣ ଯାକ ଏକାସାଙ୍ଗରେ ଷ୍ଟେଜ ଉପରକୁ ଆସି ଆରରରଫ ନାଟ ନାଟରେ କରିଥିଲେ ଜବରଦସ୍ତ ଡ୍ୟାନ୍ସ। ରାମଚରଣ ମଧ୍ୟ ସେଥିରେ ସେମାନଙ୍କର ସାଥ ଦେଇଥିଲେ।

ଏହା ପରେ ଅନେକ ମିଡ଼ିଆ ରିପୋର୍ଟ ଦାବି କରିଥିଲେ କି ଆମ୍ବାନୀଙ୍କର ପାର୍ଟିର ସଦସ୍ୟ ହେବା ପାଇଁ ୩ ଜଣଙ୍କୁ ଭାରି ଭାରି ରକମର ଆମାଉଣ୍ଟ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଏହି ଇଭେଣ୍ଟରେ ପରଫାମାନ୍ସ କରିବା ପାଇଁ ସେମାନେ କିଛି ବି ଫିସ ନେଇ ନାହାନ୍ତି। ଆଉ ଏମିତି ଖବର ଭୁଲ। କିନ୍ତୁ ଇନସାଇଟର କହିବା ମୁତାବକ ୩ ଜଣ ଖାନଙ୍କୁ ଏକା ସାଙ୍ଗରେ ଷ୍ଟେଜକୁ ଡାକିବା ପ୍ରି ପ୍ଲାନ ନଥିଲା। ଏମିତି ଅଚାନକ ହୋଇଥିଲା। ଆଉ ଏଭଳି ଗ୍ରାଣ୍ଡ ଇଭେଣ୍ଟରେ ଗୋଟିଏ ପାର୍ଟ ହେବା ପାଇଁ ଏମାନେ କିଛି ବି ଟଙ୍କା ଚାର୍ଜ ନେଇନଥିବା କଥା ଜଣା ପଡ଼ିଛି। ଖାଲି ଏମାନେ ନୁହଁନ୍ତି ବରଂ ରାମଚନ୍ଦନ ମଧ୍ୟ ଅନନ୍ତ ରାଧିକାଙ୍କର ପ୍ରି-ୱେଣ୍ଡିଂ ପାର୍ଟିରେ ସାମିଲ ହେବା ପାଇଁ କିଛି ବି ଫିସ ନେଇନଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *