ମୋ’ ଦୁଇ ଝିଅଙ୍କୁ ମଣିଷ କରିବାକୁ ଘରୁ ଗୋଡ କାଢିଛି.. ରାସ୍ତା କଡରେ ଠିଆ ହୋଇ ଦହିବରା ବିକୁଛି ।

ବନ୍ଧୁଗଣ ଖରାଦିନ ଯେତେବେଳେ ଆସେ ଲୋକମାନେ କଟକର ଦହିବରା ହେଉ, କିମ୍ଵା ଭୁବନେଶ୍ୱରର ଦହିବରା ହେଉ କିନ୍ତୁ ଦହିବରା ଖାଇବା ପାଇଁ ସବୁବେଳେ ରେଡି ଥାଆନ୍ତି । କାହିଁକି ନା ଭୋକକୁ ଶୋଷ ସବୁବେଳେ ମେଣ୍ଟାଇ ଦିଏ ଦହିବରା । ଆଉ ଯେତେବେଳେ ଦହିବରା କଥା ଆସିଲା ଆମେ ଆଜି ଆପଣମାନଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ପରିସ୍ଥିତିରେ ପଡ଼ି ଦହିବରା ବିକୁଛନ୍ତି ବିଗତ ୨ବର୍ଷ ହୋଇଗଲାଣି । ତେବେ ସେ କାହିଁକି ଏପରି ରାସ୍ତା କଡ଼ରେ ଆସି ଦହିବରା ବିକ୍ରି କରୁଛନ୍ତି, କାହା ପାଇଁ ବିକ୍ରି କରୁଛନ୍ତି ଆଉ କଣ ଅସୁବିଧା ରହିଛି ତାଙ୍କ ଜୀବନରେ ଆମେ ଜାଣିବା ।

ଲୋକମାନଙ୍କର ଖାଇବାର ଭିଡ଼ ସେଇଠି ଅନେକ ଜମେ କାହିଁକି ନା ସେ କୌଣସି କେମିକାଲ ବ୍ୟବହାର କରନ୍ତି ନାହିଁ କିମ୍ଵା କୌଣସି ରଙ୍ଗ ମଧ୍ୟ ବ୍ୟବହାର କରନ୍ତି ନାହିଁ ଭୁଗୁନିରେ । ଆଜ୍ଞା ହଁ ନିକଟରେ ତାଙ୍କ ସହ ସାକ୍ଷାତକାର କରାଯାଇଥିଲା ଆଉ ସେହି ମହିଳାଙ୍କ ନାଁଟି ହେଉଛି ସୋନାଲି ବେହେରା । ଆଉ ତାଙ୍କ ଘର ହେଉଛି ଯାଜପୁର ଟାଉନ୍ ବିଚିତ୍ରାପୁରରେ ।

ତେବେ ଏହି କଥାବାର୍ତ୍ତା ସମୟରେ ସୋନାଲି କହିଛନ୍ତି ଯେ ସେ ତାଙ୍କର ଦୁଇଟି ଛୁଆଙ୍କ ଭବିଷ୍ୟତ ଗଢିବା ପାଇଁ ସୁଦୂର ଭୁବନେଶ୍ୱରରେ ଆସି ଦୋକାନ ଖୋଲିଛନ୍ତି । ଆଉ ସେ ଏଇଠି ରହିଗଲେଣି ୨ବର୍ଷ ହୋଇଯିବ । ସେ ସେଇ ପାଖରେ ରହୁଛନ୍ତି ତେଣୁ ଭାବିଲେ ଦହିବରା ଟା ସେ ନିଜେ ଘରେ ବନେଇକି ଆଣିକି ବିକ୍ରି କରିପାରିବେ । ତାଙ୍କର ଦୁଇ ଛୁଆଙ୍କ ମଧ୍ୟରୁ ଗୋଟିଏ ମାମୁଁ ଘରେ ଅଛି ଆଉ ଛୋଟ ଛୁଆଟା ତାଙ୍କ ପାଖରେ ଅଛି । ଦୋକାନ ଯେତେ ସମୟ ଖୋଲା ରୁହେ ତାଙ୍କ ଛୁଆ ତାଙ୍କ ପାଖରେ ରୁହେ ଛୁଆକୁ ମୋବାଇଲ୍ ଧରେଇ ଦିଅନ୍ତି ସେ ବସିକି ଦେଖେ । ରାସ୍ତା କଡ଼ରେ ଛୋଟ ଛୁଆକୁ ଧରି ଦହିବରା ବିକ୍ରି କରିବା କଷ୍ଟ ହେଉଛି କି ନାହିଁ ବୋଲି ତାଙ୍କୁ ପଚରା ଯାଇଥିଲା ।

ଏହାର ଉତ୍ତରରେ ସୋନାଲି ଦେଇଥିଲେ ଯେ ଯେତେ କଷ୍ଟ ହେଲେ ମଧ୍ୟ ଦୁଇ ଛୁଆଙ୍କୁ ମଣିଷ କରିବାକୁ ପଡ଼ିବ । ଛୁଆ ମାନେ ପାଠ ପଢି ଯାହା ହେବା ପାଇଁ ଇଚ୍ଛା କରିବେ ସେହି ଅନୁସାରେ ପଢ଼େଇବେ ତଥାପି ସେ ଗୋଟିଏ ଛୁଆକୁ ଡାକ୍ତର ବନେଇବାକୁ ଚାହାଁନ୍ତି ଆଉ ଗୋଟିଏ ଛୁଆ ଯାହା ପଢ଼ିକି ଚାକିରି କଣ କରିବ ଆଉ । ତାଙ୍କର ଦୁଇଟି ଯାକ ଝିଅ ଆଉ ତାଙ୍କ ସ୍ବାମୀ ଯାଜପୁର ଟାଉନ୍ ରେ ଅଛନ୍ତି କିନ୍ତୁ କୌଣସି ସାହାର୍ଯ୍ୟ କରନ୍ତି ନାହିଁ । ସୋନାଲି ଏକା ରୁହନ୍ତି ଏକା ରୋଜଗାର କରି ନିଜର ଆଉ ନିଜ ପିଲା ଦୁଇଟିଙ୍କର ପେଟ ପୋଷନ୍ତି ।

Leave a Reply

Your email address will not be published. Required fields are marked *