କେବଳ ୟାଙ୍କର ୱାଇଫ୍ କ୍ୟାରେକ୍ଟର ମିଳିଲେ କରିବି.. ଆଉ କାହା ସହିତ କମ୍ଫର୍ଟେବୁଲ ହୋଇପାରିବିନି ।
ବନ୍ଧୁଗଣ ଯଦି କିଛି ବର୍ଷ ତଳ କଥା କହିବା ଯେତେବେଳେ ଟିଭିକୁ ଖୋଲୁଥିଲେ ଆମକୁ ଗୋଟେ ସିରିଏଲ ଦେଖିବାକୁ ମିଳୁଥିଲା ଆଉ ସେହି ସିରିଏଲ୍ କୁ ମଧ୍ୟ ଆମେମାନେ ଅନେକ ଭଲ ପାଇବା ଦେଉଥିଲେ । ଧୀରେ ଧୀରେ ସିରିଏଲ୍ ରେ ତାଙ୍କର ରିୟଲ ନାଁ ବଦଳି ଯାଇ ଆୟୁଷ ହୋଇଗଲା । ଲୋକମାନେ ତାଙ୍କୁ ସନ୍ତୋଷରୁ ଆୟୁଷ ବନେଇଦେଲେ ଆଉ ଗୋଟାଏ କଥା ଯଦି କୁହାଯିବ ତାହେଲେ ସିରିଏଲ, ମେଗା-ସିରିଏଲ୍ ପରେ ପରେ ସେ ଅନେକ ଫିଲ୍ମରେ ମଧ୍ୟ ନଜର ଆସିଲେ ଆଉ ହଠାତ୍ ଗୋଟେ କିଛିଦିନ ହେବ ସେହି ଆୟୁଷଙ୍କର ଫ୍ୟାନ୍ ବେସ ବୋଧହୁଏ ଆମେ ଆଉ ଧୀରେ ଧୀରେ ଦେଖିବାକୁ ପାଉ ନାହାଁନ୍ତି । କାହିଁକି ନା ସେ ଅନେକ ସିରିଏଲ୍ ତୋ କଲେ କିନ୍ତୁ ବୋଧହୁଏ ନିଜର ଫ୍ୟାନ୍ସ ମାନଙ୍କ ଠାରୁ ଟିକିଏ ଦୂରେଇ ଗଲେ ।
ତେବେ କିଛିବର୍ଷ ତଳେ ତାଙ୍କର ବାହାଘର ମଧ୍ୟ ହୋଇଛି ଆଉ ଯାହାକୁ ସେ ବାହା ହେଇଛନ୍ତି ସେ ତାଙ୍କର କୋ-ଆକ୍ଟ୍ରେସ ମଧ୍ୟ ଥିଲେ । ତେବେ ସେ ଦୁହେଁ ହେଉଛନ୍ତି କ୍ୟୁଟ୍ କପଲ୍ ସନ୍ତୋଷ ଏବଂ ରାଜଲକ୍ଷ୍ମୀ । ନିକଟରେ ଦୁହିଁଙ୍କ ସହିତ ଏକ ସାକ୍ଷାତକାର କରାଯାଇଥିଲା ଯେଉଁଠି ସେ ଦୁହେଁ ବିବାହ ପରେ ସେମାନଙ୍କ ଲାଇଫ କେମିତି ଚାଲିଛି ସେ ସମସ୍ତ ବିଷୟରେ କଥାବାର୍ତ୍ତା କରିଛନ୍ତି ।
ସନ୍ତୋଷ ଏବଂ ରାଜଲକ୍ଷ୍ମୀ ଉଭୟଙ୍କୁ ପଚରା ଯାଇଥିଲା ଦୁହିଁଙ୍କ ମଧ୍ୟରେ ସେଭଳି ଫିଲ୍ମି ଭଳିଆ କିଛି ରିଲେସନସିପ୍ ଥିଲା କି ନାହିଁ ବୋଲି । ଏହାର ଉତ୍ତରରେ ରାଜଲକ୍ଷ୍ମୀ କହିଛନ୍ତି ନାହିଁ ସେମିତି କିଛି ନଥିଲା । ଆଉ ସନ୍ତୋଷ କହିଛନ୍ତି ଯେ ସେ ପ୍ରକୃତରେ ଶୋ’ରେ ଦେଖିବା ପାଇଁ ଲୋକ କହିବେ ତାଙ୍କୁ କେତେ ଫିଲ୍ମି ବୋଲି କିନ୍ତୁ ସାଧାରଣ ଜୀବନରେ ସେ ବହୁତ୍ ସିମ୍ପଲ୍ ଓ ନର୍ମାଲ ଲୋକ । ଏବଂ ପତ୍ନୀ ରାଜଲକ୍ଷ୍ମୀ କହିଛନ୍ତି ଘରେ ସନ୍ତୋଷ ଏକଦମ୍ ପୂରା ଛୋଟ ଛୁଆ ଭଳିଆ । ଆଉ ଦୁହିଁଙ୍କର ପୂରା କ୍ୟାରେକ୍ଟର ହିଁ ଓଲଟା । ରାଜଲକ୍ଷ୍ମୀ ପୂରା ଝଲି ପାଗଲି ଟାଇପ୍ ଏବଂ ସନ୍ତୋଷ ପୂରା ଚୁପ୍ ଚାପ୍ । ସନ୍ତୋଷ କହିଥିଲେ ସେଇଟା ହିଁ ଭଲ ଯେ ସେ ଶାନ୍ତ ଏବଂ ରାଜଲକ୍ଷ୍ମୀ ଉତପାତିଆ କିନ୍ତୁ ସ୍ଵିଟ ୱେରେ ନାକେଦମ୍ କଲା ଭଳିଆ ନୁହେଁ । ଦୁହିଁଙ୍କ ବାହାଘରକୁ ବର୍ଷେ ହୋଇଗଲାଣି ଆଉ ଏମିତି ଥଟ୍ଟା ମଜା ଖୁସିରେ ଲାଇଫ ଚାଲିଛି ହେଲେ ଝଗଡ଼ା ଭି ହୁଏ ।
ସନ୍ତୋଷ କହିଛନ୍ତି ଯେ ସବୁଠି କପଲ୍ ମାନଙ୍କ ମଧ୍ୟରେ ଝଗଡ଼ା ତୋ ହୁଏ ଆଉ ସେ ଯଦି କହିବେ ଝଗଡ଼ା ହୁଏନି ବୋଲି ସମସ୍ତେ ମିଛ ଭାବିବେ । ଝଗଡ଼ା ହୁଏ କିନ୍ତୁ ଛୋଟ ଛୋଟ ସେମିତି ବଡ଼ ଝଗଡ଼ା ହୁଏନି । ତେବେ ସିରିଏଲକୁ ପୁଣି କେବେ ଫେରିବେ ବୋଲି ପ୍ରଶ୍ନରେ ରାଜଲକ୍ଷ୍ମୀ କହିଛନ୍ତି ଯେ କେବଳ ସନ୍ତୋଷଙ୍କର ୱାଇଫ୍ କ୍ୟାରେକ୍ଟର ମିଳିଲେ ହିଁ ସେ କରିବେ ନହେଲେ କରିବେନି କାରଣ ସେ ଆଉ କାହା ସହିତ କମ୍ଫର୍ଟେବୁଲ ହୋଇପାରିବେନି ।