“ତାଙ୍କ ଗାଁରେ ଯାତ୍ରା ପଡିଥିଲା, ଆଗ ସିଟରେ ବସି ସେ ୮ଦିନ ଯାକ ମୋ ନାଁ ଧରି ଡାକୁଥିଲେ ଆଉ ମୋ ଫୋଟୋ ଉଠାଉଥିଲେ” ।
ଅନେକ ବର୍ଷ ଧରି ଯାତ୍ରାରେ ସେ ଯେତେବେଳେ ନାଟକ କରିଥିଲେ ଲୋକମାନେ ତାଙ୍କର ନାଟକ ମଧ୍ୟ ଦେଖି ଅନେକ ପସନ୍ଦ କରନ୍ତି । ଆଉ ସବୁବେଳେ ଗୋଟିଏ କଥା କୁହନ୍ତି ଯେ ସେ ହେଉଛନ୍ତି ଯାତ୍ରା ଜଗତର ନମ୍ୱର୍ ୱାନ ହିରୋଇନ୍ । ନିକଟରେ ଅନେକ ପରିଶ୍ରମ ପରେ ତାଙ୍କ ସହିତ ଭେଟ ହୋଇ ପାରିଥିଲା ଏକ ସାକ୍ଷାତକାର ପାଇଁ । ତାଙ୍କ ଅଭିନୟକୁ ଲୋକମାନଙ୍କ ଭଲ ପାଇବା ଏତେ ମିଳେ ଯେ ଲୋକମାନେ ଅନେକ ଦୂରରୁ ତାଙ୍କ ଅଭିନୟ ଦେଖିବା ପାଇଁ ଆସନ୍ତି । ତେବେ ସେ ଆଉ କେହି ନୁହନ୍ତି ଯାତ୍ରା ଜଗତର ସୁନାମଧନ୍ୟ ଅଭିନେତ୍ରୀ କାବେରୀ ପାଢ଼ୀ ମଡ଼ାମ୍ ।
ଏହି ସାକ୍ଷାତକାର୍ ରେ କଥାବାର୍ତ୍ତା ସମୟରେ କାବେରୀ ନିଜ ବିଷୟରେ କିଛି ଜଣା ଅଜଣା କଥା ଖୋଲି ମିଡ଼ିଆ ସାମ୍ନାରେ କହିଛନ୍ତି । ତେବେ ସାଙ୍ଗରେ ଥିଲେ ତାଙ୍କ ସ୍ବାମୀ ସୁଶାନ୍ତ ଭାଇ । କାବେରୀଙ୍କ ଆଖିରେ ଡାର୍କ ସର୍କଲ ପଡ଼ିଯାଇଛି ଏହା ପଛର କାରଣ ରାତି ଅନିଦ୍ରା ବୋଲି ହଁସି କହିଥିଲେ କାବେରୀ । ତେବେ କାବେରୀଙ୍କୁ ୟୁ-ଟ୍ୟୁବ୍, ଫେସବୁକ୍, ଇନ୍ଷ୍ଟାଗ୍ରାମ ଆଉ ଯାତ୍ରା ପେଣ୍ଡାଲ ସବୁଆଡୁ ମିଳୁଛି ।
ତେବେ ଏହି ଭଲ ପାଇବା ସବୁକୁ ରଖୁଛନ୍ତି କେଉଁଠି ବୋଲି ପ୍ରଶ୍ନରେ କାବେରୀ ହଁସି କହିଥିଲେ ଯେ ସେ ବହୁତ୍ ଖୁସି ତାଙ୍କୁ ଏତେ ଭଲପାଇବା ମିଳୁଛି । ଏତେ ଭଲ ପାଇବା ରଖିବାକୁ ଆଉ ତାଙ୍କ ପାଖରେ ଜାଗା ନାହିଁ । ତାଙ୍କର ଗୋଟେ ଝିଅ ଅଛି ଆଉ ସେ ବହୁତ୍ ଭଲ ଅଛି । ହେଲେ ବେଳେ ବେଳେ ମନେ ପଡ଼ିଲେ କାନ୍ଦୁଛି । ସେ କାବେରୀଙ୍କ ଭଉଣୀ ପାଖରେ ରହୁଛି ଆଉ ବାଲେଶ୍ୱରରେ ପଢ଼ୁଛି । ଆଉ ସୁଶାନ୍ତ ଭାଇ କହିଥିଲେ ଯେ ଯେହେତୁ ସେ ଯାତ୍ରା ପରିଚାଳନାରେ କାମ କରୁଛନ୍ତି ତେଣୁ ସେ କାବେରୀଙ୍କୁ ଠିକ୍ ଭାବରେ ସମୟ ଦେଇ ପାରୁନାହାନ୍ତି । ଯେହେତୁ ସୁଶାନ୍ତ ମ୍ୟାନେଜମେଣ୍ଟ ଦାୟିତ୍ଵରେ ଏବଂ ସେ କଳାକାର ତେଣୁ ଦୁହିଁଙ୍କର ଟାଇମ୍ ଠିକ୍ ସେ ମ୍ୟାଚିଂ ହେଉନି ବୋଲି କହିଥିଲେ କାବେରୀ ।
ତେବେ କାବେରୀ ଓ ସୁଶାନ୍ତଙ୍କ ଲଭ ଷ୍ଟୋରୀ ସାରା ଓଡ଼ିଶା ଜାଣିଛି । ସେ ଜଣେ ଦର୍ଶକରୁ ସ୍ଵାମୀ ହୋଇଗଲେ। ଏହି ବିଷୟରେ କାବେରୀ କହିଛନ୍ତି ଯେ ସେ ଯେତେବେଳେ ଶିବାନୀ ପାର୍ଟିରେ ଥିଲେ “ରଙ୍ଗବତୀ ଋଷିଛି” ନାଟକ ପଡ଼ିଥିଲା ସୁଶାନ୍ତଙ୍କ ଗାଁରେ । ଆଉ ସେଠାରେ ଯାତ୍ରା ୮ଦିନ ହେଲା ସୁଶାନ୍ତ ଆଗର ପର୍ଟିକୁଲାର ଗୋଟିଏ ସିଟରେ ବସି ସେ ୮ଦିନ ଯାକ ତାଙ୍କ ନାଁ ଧରି ଡାକୁଥିଲେ ଆଉ ମୋ ଫୋଟୋ ଉଠାଉଥିଲେ ବୋଲି କହିଥିଲେ କାବେରୀ।