ସମ୍ପର୍କର ଡୋର ଭାଙ୍ଗିପାରିଲାନାହିଁ ନି-ଆଁର ତା-ଣ୍ଡବ, ବର ବେଶରେ ଆସି ଗୋଟିଏ ଶାଢୀରେ ହୀରାମଣୀକୁ ନେଇଯିବେ ଜୀବନସାଥୀ କରି।
ରାତି ପାହିଲେ ହେବ ବାହାଘର। ବଣ ରୋଶୋଣି କରି ଆସିବେ ଜୋଇଁ ନମ୍ବର-୧। ବିନା କୌଣସି ଯୌତୁ-କରେ ଝିଅକୁ ବୋହୂ କରି ନେଇ ଚାଲିଯିବେ। ଶ୍ୱଶୁରଙ୍କୁ ଦେଇଥିବା ପ୍ରତି-ଶୃତିକୁ ପୂରଣ କରିବେ। କହିଥିଲେ ବାପା ତୁମେ ବ୍ୟସ୍ତ ହୁଅନି ମୁଁ ତୁମ ଝିଅକୁ ଖଣ୍ଡିଏ ଶାଢ଼ୀ ପିନ୍ଧାଇ ବାହା ହୋଇ ନେଇଯିବି। ଆଉ ତାହା ବି ସତ ହେବାକୁ ଯାଉଛି। ହଁ ଆଜ୍ଞା ଏମିତି ଜୋଇଁ ବା କାହା ଭାଗ୍ୟରେ ଥାଏ। ଇଏ ତ ପୁରା ବିବାହ ଫିଲ୍ମ ପରି। ବିବାହ ଫିଲ୍ମରେ ଯେମିତି ଶାହୀଦ କପୁର ଅମ୍ରତା ରାଓଙ୍କୁ ବିବାହ କରି ବିନା କୌଣସି ଯୌତୁ-କରେ ବୋହୂ କରି ଆଣିଥିଲେ। ଠିକ ସେମିତି ଏହି ଯୁବକ ଜଣକ କୌଣସି ଯୌତୁ-କରେ ବାହା ହୋଇ ବୋହୂ କରି ନେଇଯିବେ। ସେଥିପାଇଁ ତ ଏଇ ଜୋଇଁ ପୁଅର ଚର୍ଚ୍ଚା ଏବେ ପୁରା ଓଡ଼ିଶାରେ ହେଉଛି।
ଜୋଇଁ ପୁଅର ଗୋଟିଏ କଥା ଆଜି ପୁରା ଓଡିଶାରେ ଗେଲ୍ହା ପୁଅ କରାଇଦେଇଛି। ହଁ ଆଜ୍ଞା ଝିଅର ବାହାଘର ହୋଇଥାନ୍ତା ହେଲେ ଲଗ୍ନ ପୂର୍ବରୁ ପୁରା ଘର ନି-ଆଁ ଲାଗିଗଲା। ସବୁକିଛି ଜଳି ପୋଡି ପାଉଁଶ ହୋଇଗଲା। ଯାହା ସବୁ କିଣା ହୋଇଥିଲା ସବୁକିଛି ଜଳି ଯାଇଥିଲା। ଟ୍ରଙ୍କ କଂସା ବାସନ ସୁନା ଗହଣା ସବୁକିଛି ଘରର ନି-ଆଁରେ ତରଳି ଯାଇଥିଲା। ଘରେ ଭୋଜି ପାଇଁ ରଖାଯାଇଥିବା ଚାଉଳ ମଧ୍ୟ ଜଳି ଯାଇଛି। ଆଉ ଏମିତି ସ୍ଥିତିରେ ବାହାଘର କେମିତି କରିବେ ଭାବିକି ଚିନ୍ତାରେ ରହିଥିଲେ ଶଶୁର ଘର ଲୋକ। ନାଁ ଖାଉଥିଲେ ନାଁ ପିଉଥିଲେ। ମୁଣ୍ଡରେ ଥିଲା ଗୋଟେ ବଡ଼ ବୋଝ।
ହେଲେ ଠିକ ସମୟରେ ଫୋନ କରିଥିଲେ ଏହି ଜୋଇଁ ପୁଅ ଜଣକ। ଆଉ କହିଥିଲେ କି ବାପା ତୁମେ ବ୍ୟସ୍ତ ହୁଅନି ମୋ ମୁଁ ତୁମ ଝିଅକୁ ହିଁ ବାହା ହେବି। ଖଣ୍ଡିଏ ଶାଢ଼ୀ ପିନ୍ଧାଇ ବୋହୂ କରି ଆଣିବି। ମୋର ଯାନୀ ଯୌ-ତୁକ କିଛି ଦରକାର ନାହିଁ। ଏହି କଥା ଶୁଣିବା ପରେ ଶଶୁରଙ୍କ ମୁଣ୍ଡରୁ ସବୁ ଚିନ୍ତା କୁଆଡେ ଦୂରେଇ ଯାଏ।
ଏମିତି କିଛି ଘ-ଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଉତୁଗୁଡ଼ାରେ। ଘର ସହ ସବୁ ସୁନା ଗହଣା ସିନା ପଡିଗଲା ହେଲେ ବାହାଘର ଭାଙ୍ଗି ପାରିଲା ନାହିଁ। ଭଗବାନ ଯେଉଁଠି ଯୋଡି କରିଥାନ୍ତି ସେଇ ଯୋଡିକୁ କେହି ଭାଙ୍ଗି ପାରିବେ ନାହିଁ। ଯେମିତି ଭଗବାନ ଏଇ ସୁନ୍ଦର ଯୋଡିକୁ ବନେଇଛନ୍ତି।
ତେବେ ରାତି ପାହିଲେ ବଧୂ ବେଶରେ ସଜେଇ ହେବେ ଏଇ ଯୁବତୀ ଜଣକ। ଜୋଇଁ ପୁଅ ରୋଶୋଣି କରି ଆସି ବାହା ବେଦିରେ ବସି ବାହାହେବେ ଏବଂ ନିଜେ ଦେଇଥିବା ସବୁ ପ୍ରତି-ଶୃତିକୁ ପୂରଣ କରିବେ ମଧ୍ୟ। ଏବେ ବାପା ମା’ ଝିଅ ସମସ୍ତେ କହୁଛନ୍ତି ଆମ ଭାଗ୍ୟ ଭଲ ଆମେ ଏଭଳିଆ ଜୋଇଁ ପାଇଛୁ। ତାଙ୍କ ଭଳି ପୁଅ ଏ ଦୁନିଆରେ ନାହାଁନ୍ତି। ଆଉ ଏଭଳି ଖବର ଏବେ ଓଡିଶାବାସୀଙ୍କ ମନକୁ ଛୁଇଁଛି।