ତୁଳସୀ ଗଣନାଟ୍ୟ କାହିଁକି ଛାଡୁଛନ୍ତି ପିୟୂଷ ତ୍ରିପାଠୀ, ଖୋଲି କହିଦେଲେ ଅସଲ କାରଣ ।

ବନ୍ଧୁଗଣ ସେଶରେ ଅପେକ୍ଷା ସରିଛି ଏବଂ ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇଛି । ଲୋକମାନେ ଏତେ ଭିଡ଼ ଜମାଉଛନ୍ତି ଯେ ଟିକେଟ ଘର ମଧ୍ୟ ଫାଙ୍କା ପଡୁନାହିଁ । ଲୋକମାନଙ୍କର ଭିଡ଼ ଦେଖି ଲାଗୁଛି ଯେମିତି ଆର୍ଟିଷ୍ଟ ମାନେ ଲୋକ ମାନଙ୍କର ଭଲ ପାଇବା ଦେଖି ଏତେ ଖୁସି ହେଇ ଯାଉଥିବେ ଯେ ଯାତ୍ରାରେ ବୋଧହୁଏ ଡାଇରେକ୍ଟ ଦର୍ଶକମାନଙ୍କ ମଧ୍ୟ କଥାବାର୍ତା ହେଉଥିବେ । ବାକି ରହିଲା ଆର୍ଟିଷ୍ଟ୍ ମାନଙ୍କ କଥା । ତେବେ ଗୋଟାଏ ଫେଜ୍ ଯେତେବେଳେ ସରିଲା ରାଣୀ ପଣ୍ଡାଙ୍କର କ୍ରେଜ ସରିଲା ଏବେ ଆଉ ଗୋଟେ କ୍ରେଜ୍ ଆରମ୍ଭ ହେଉଛି ପିୟୂଷ ତ୍ରିପାଠୀଙ୍କର । ସକାଳୁ ସକାଳୁ ଲୋକଙ୍କର ଭିଡ଼ ଜମୁଛି ଟିକେଟ ଘରେ ଯେ ପିୟୂଷ ତ୍ରିପାଠୀଙ୍କ ଗୋଟାଏ ଝଲକ୍ ଦେଖିବା ପାଇଁ ।

“ଅଧା ରାତିର ସାଥୀ” ଯାତ୍ରା ଲୋକମାନଙ୍କୁ ଏତେ ଟାଣି ଆଣିଛି ଯେ ରାତି ୪ଟାରୁ ଉଠି ଲୋକମାନେ ଲମ୍ବା ଲାଇନ୍ ଲଗାଉଛନ୍ତି ପିୟୂଷ ତ୍ରିପାଠୀଙ୍କୁ ଦେଖିବା ପାଇଁ ।ତେବେ କଣ ରହିଛି ଯାତ୍ରା ଭିତରେ ଆଉ ପୀୟୁଷ ତ୍ରୀପାଠୀଙ୍କୁ ନେଇ ଉଠିଥିବା ଗୋଟାଏ ଜିନିଷ ଯେ ତୁଳସୀ ଗଣନାଟ୍ୟ ଛାଡ଼ିଲେ ପିୟୂଷ ତ୍ରିପାଠୀ । ଏବେ ତୁଳସୀର ଆଉ ପୀୟୁଷ ତ୍ରୀପାଠୀଙ୍କ କଣ ହେବ ସେନେଇ ଅନେକ ଲୋକ ମତ ଦେବାକୁ ଲାଗିଲେଣି ।

ଇତି ମଧ୍ୟରେ ଏହି ବିଷୟରେ ତାଙ୍କ ସହ ସିଧାସଳଖ କଥାବାର୍ତ୍ତା ସମୟରେ ପିୟୂଷ ତ୍ରିପାଠୀ କହିଛନ୍ତି ଯେ, ଲୋକମାନଙ୍କ ଏହି ଅଜସ୍ର ଭଲପାଇବାକୁ ନେଇ ସେ ବଞ୍ଚିଛନ୍ତି ଆଉ ଆଶା କରୁଛନ୍ତି ଏହି ଭଲ ପାଇବା ଏଇଭଳି ଭାବରେ ଅତୁଟ ରହିବା ଦରକାର । ଆଉ ସେ କହିଥିଲେ ତୁଳସୀ ଗଣନାଟ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପାରିବାରିକ ନାଟକ ଦେଇଆସିଛି ଓ ଲୋକମାନଙ୍କ ମନ କିଣି ପାରିଛି । ତେଣୁ ତୁଳସୀ ଆସିବା ପାଇଁ ଗୋଟେ ସ୍ଵତନ୍ତ୍ର କ୍ରେଜ୍ ଥିଲା ଖଣ୍ଡଗିରିରେ ।

ଗୌରୀ ଗଣନାଟ୍ୟ ସହ ପ୍ରତିଯୋଗିତା ଚାଲିଛି କି ବୋଲି ପ୍ରଶ୍ନରେ ପିୟୂଷ ଉତ୍ତର ଦେଇଛନ୍ତି କାହିଁକି ପ୍ରତିଯୋଗିତା ହେବ ସେ ପାର୍ଟି ତାଙ୍କ ଯାତ୍ରା କରୁଛି ତୁଳସୀ ଗଣନାଟ୍ୟ ତାର କରୁଛି । ହଁ ଗୌରୀ ଗଣନାଟ୍ୟ ଯଦି ଏତେ ଆଗକୁ ଯାଇଛି ତେବେ ତୁଳସୀ ପାର୍ଟି ମଧ୍ୟ ତାର ପାଖାପାଖି ଯିବା ପାଇଁ ଚେଷ୍ଟା କରିବ । ବାସ୍ ଏଇ ମନୋବୃତ୍ତି ରହିବା ଦରକାର ତାମାନେ ନୁହେଁ ଯେ ଗୋଡ଼ ଟାଣିନେବା । ତେବେ ଲୋକଙ୍କୁ ପଚରା ଯାଇଥିଲା ଯଦି ଗୋଟାଏ ପଡ଼ିଆରେ ଗୌରୀ ଆଉ ତୁଳସୀ ଦୁଇଟି ପାର୍ଟିର ଯାତ୍ରା ପଡ଼ିବ ତାହେଲେ ଲୋକ ଯିବେ କୁଆଡ଼େ ? ରାଣୀ ପଣ୍ଡା ପାଖକୁ ଯିବେ ନା ପିୟୂଷ ତ୍ରିପାଠୀଙ୍କ ପାଖକୁ ଯିବେ ? ଏହାର ଉତ୍ତରରେ ପୀୟୂଷ କହିଥିଲେ ସେ କଳାକାର ହିସାବରେ କାମ କରିବେ ଲୋକ କାହା ପାଖକୁ ଯିବେ ସେଇଟା ଦର୍ଶକ ହିଁ କହିପାରିବେ । ଶେଷରେ କହିଥିଲେ ନିଶ୍ଚିତ ଭାବରେ ରାଣୀ ପଣ୍ଡା ପାଖକୁ ଯିବେ କାହିଁକି ନା ସେ ଷ୍ଟାର୍

Leave a Reply

Your email address will not be published. Required fields are marked *