ଅନୁଭବଙ୍କ ବାପାଙ୍କ ଏକାଦଶାହକୁ ଆସିଥିଲି… ସେ ଆଶୀର୍ବାଦ କରନ୍ତୁ ତାଙ୍କ ପୁଅ ସହ ମୋ ବାହାଘର ହେଇଯାଉ ।
ବନ୍ଧୁଗଣ ଆଜକୁ ୧୧ ଦିନ ହୋଇଗଲା ନାହାନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । ଆଉ ଏହି ଅବସରରେ ତାଙ୍କ କଟକ ସ୍ଥିତ ଘରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଛି ପୁରା ଓଲିଉଡ୍ ସହ ଯାତ୍ରାଜଗତ । ପୂରୁଣା କଳାକାର ମାନେ ସବୁ ନିଜ ମୁହଁରେ ବଖାଣିଛନ୍ତି ଅନୁଭବଙ୍କ ବାପାଙ୍କ ମହାନ ଗୁଣ । କିପରି ସେ ସବୁ କଳାକାରଙ୍କୁ ନିଜ ପୁଅ ଝିଅ ଭଳି ସ୍ନେହ ଦେଇଥିଲେ । ଘରକୁ ଡାକି ଖୁଆଇଥିଲେ ।
ସେ ମଣିଷ ତିଆରି କାରଖାନା ଥିଲେ ବୋଲି ଅନେକ କଳାକାର ନିଜ ମନ୍ତବ୍ୟ ଦେଇଛନ୍ତି । ତେବେ ଇତି ମଧ୍ୟରେ ଅନୁଭବ ବାପାଙ୍କ ଏକାଦଶରେ ପହଞ୍ଚିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଅନୁଭବଙ୍କୁ ମହାନ୍ତି ବାବୁ କହି ସମ୍ଭୋଧନା କଲେ ରାଣୀ ପଣ୍ଡା । କହିଲେ ମହାନ୍ତି ବାବୁ ଅର୍ଥାତ୍ ଅନୁଭବଙ୍କ ସବୁ ଦୁଃଖରେ ସେ ଠିଆ ହେବେ । ଏବଂ ତାଙ୍କ ପାଇଁ ସବୁଦିନ ଜାଗର ଅନୁଭବଙ୍କ ପାଇଁ ଦ୍ୱୀପ ଜାଳିବେ ।
ଆଜ୍ଞା ହଁ ବନ୍ଧୁଗଣ ମିଡ଼ିଆ ସହିତ ସାକ୍ଷାତକାର ସମୟରେ ରାଣୀ କହିଛନ୍ତି ସେ ଅନୁଭବ ଖୁସି ପାଇଁ ଏବଂ ତାଙ୍କୁ ପାଇବା ପାଇଁ ଦକ୍ଷିଣ କାଳୀଙ୍କ ପାଖରେ ଅଖଣ୍ଡ ଦୀପ ମଧ୍ୟ ଜାଳିଛନ୍ତି । ଆଗକୁ ଜାଗର ଅଛି ହେଲେ ବିନା ଜାଗରରେ ମଧ୍ୟ ସେ ଅଖଣ୍ଡ ଦୀପ ଜାଳିବେ କିଛି ଅସୁବିଧା ନାହିଁ କାରଣ ତାଙ୍କ ପାଇଁ ସବୁଦିନ ଜାଗର । ରାଣୀ ଆହୁରି କହିଛନ୍ତି ତାଙ୍କୁ ସେ କେବେ ସାମ୍ନାରୁ ଦେଖି ନଥିଲେ ଆଗରୁ ତେଣୁ ବହୁତ୍ ଖୁସି ଲାଗିଲା ଅନୁଭବଙ୍କୁ ଦେଖିକି । ଆଉ ସେ ବହୁତ୍ ଖୁସି ଯେ ଅନୁଭବ ତାଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି । ଆଉ ଭଗବାନ ଅନୁଭବଙ୍କ ବାପାଙ୍କୁ ଠିକ୍ ଭାବରେ ରଖନ୍ତୁ ସେ ଯେଉଁଠି ଭି ଅଛନ୍ତି ।
ସେ ଫୋଟରେ ଟିକେ ଫୁଲ ଦେଲେ ଆଉ ଜୁହାର ହେଲେ । ଆଉ ସେଇଠୁ ଥାଇ ଆଶୀର୍ବାଦ ଦିଅନ୍ତୁ ଯେ ତାଙ୍କ ପୁଅ ସହିତ ଜଲଦି ତାଙ୍କ ବାହାଘର ଟା ହେଇଯାଉ ବୋଲି ରାଣୀ ହଁସି କହିଛନ୍ତି । ଆଉ ଦୁଃଖର ସମୟରେ ଏଭଳି ପ୍ରଶ୍ନ ପଚାରି ତାଙ୍କୁ ନ ହଁସେଇବାକୁ କହିଥିଲେ । ଆଉ ମହାନ୍ତି ବାବୁଙ୍କୁ ସେ ଟିକେ ବେଶୀ ଭଲ ପାଆନ୍ତି ତେଣୁ ସେ କିଛି ଭାବିବେନି ବୋଲି କହିଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ।