କେଉଁ ପ୍ରଶ୍ନରେ ରା-ଗିଗଲେ ଅଭିନେତ୍ରୀ ରାଣୀ ପଣ୍ଡା ଆଉ କାହଁକି ? କହିଲେ “ମୋତେ ଗୁ-ଳି କରିଦିଅ” ।

ବନ୍ଧୁଗଣ ଆପଣମାନେ ସମସ୍ତେ ଯାତ୍ରା ଜଗତର ମହାନ୍ କଳାକାର ତଥା ବିବା-ଦୀୟ ରାନୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ସେ ଜଣେ ମହାନ୍ କଳାକାର ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ସାରା ଓଡ଼ିଶାରେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କର ଭଲ କାମ ହେଉ କି ଖରାପ କାମ ସବୁବେଳେ ଆଲୋଚନାର ବିଷୟ ପାଲଟିଥାଏ । ଆଉ ବର୍ତ୍ତମାନ ସମୟରେ ଗୌରୀ ଗଣନାଟ୍ୟର ସୁପରହିଟ୍ ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” ପ୍ରଦର୍ଶିତ ହେଉଛି । ଯାହାକି ଖଣ୍ଡଗିରି ପଡ଼ିଆରେ ଚହଳ ସୃଷ୍ଟି କରିଛି । କାରଣ ଏହି ବହିଟି ଖୋଦ୍ ରାଣୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ।

ଇତି ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ଏକ ସାକ୍ଷାତକାର ଦେଇ ରାଣୀ ପଣ୍ଡା କହିଛନ୍ତି ନିହାତି ଭାବରେ ଓଡ଼ିଶାବାସୀଙ୍କର ଅଗାଢ଼ ବିଶ୍ୱାସ ଓ ଭଲପାଇବା ତାଙ୍କ ପ୍ରତି ଯେଉଁ ସ୍ନେହ ଶ୍ରଦ୍ଧା ଅଛି ତାକୁ ସେ ବଜାୟ ରଖିବେ । ଆଗକୁ ଭଲ ଅଭିନୟ କରି ଓଡ଼ିଶାର ଭାଇ ଭଉଣୀ ଜନସାଧାରଣ ମାନେ ଅଛନ୍ତି, କଳାପ୍ରେମୀ, ଯତ୍ରାପ୍ରେମୀ ଅଛନ୍ତି ସେମାନଙ୍କ ମନ କିଣିବା ପାଇଁ ଚେଷ୍ଠା କରିବେ । ଏବେ ଭାଇରାଲ୍ ହେଉଛି ଯେ ଖଣ୍ଡଗିରି ମେଳାରେ ପ୍ରଦର୍ଶିତ ହେଉଥିବା ରାଣୀଙ୍କ ନାଟକରେ ଚେୟାର ଖାଲି ପଡୁଛି ଏହା ପଛରେ କେତେ ସତ୍ୟତା ଅଛି?

ତେବେ ଏ ସମ୍ପ-ର୍କରେ ରାଣୀ କହିଛନ୍ତି ଏହାର ଉତ୍ତର ଯେଉଁ ଦର୍ଶକ ଭାଇ ଭଉଣୀ ମାନେ ଦେଖିବାକୁ ଆସିଛନ୍ତି ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ, ସେମାନେ ଦେବେ । ଚେୟାର ଖାଲିଥିଲା ବୋଲି ଅନ୍ନଛତ୍ର ଖୋଲିଥିଲେ କି ପ୍ରଶ୍ନରେ ରାଣୀ ଉତ୍ତର ଦେଇଥିଲେ ଯେ ତାଙ୍କର ୩ ଦିନ ଧରି ଲଗାତାର ହାଉସ୍ ଫୁଲ୍ ଥିଲା । ଯେଉଁଥି ପାଇଁ ତାଙ୍କ ହୃଦୟ କା-ନ୍ଦିଲା । ରାଣୀ ଗୋଟାଏ ଦିନ ଅନ୍ନଛତ୍ର ଖୋଲିଥିଲେ ଆଉ ବାକି ଦିନ ଦେଇନଥିଲେ ।

ରାଣୀ ପଣ୍ଡାଙ୍କ ଗୋଟାଏ ମାନବୃତି ଓଡ଼ିଶା ଲୋକଙ୍କ ପେଟ ଚିହ୍ନିବା । ସେ କିଛି ନିଜର ସ୍ୱାର୍ଥ ପାଇଁ କରିନାହାନ୍ତି ଲୋକଙ୍କ ଭଲ ପାଇବା ପାଇଁ କରିଛନ୍ତି । ଯାହା ରୋଜଗାର କରିଛନ୍ତି ସେ ସେଇଠି ବାଣ୍ଟି ଦେଇଛନ୍ତି । ତାଙ୍କୁ ବିରୋଧ କାହିଁକି କରାଯାଉଅଛି ବୋଲି ମିଡ଼ିଆଙ୍କ ପ୍ରଶ୍ନରେ ରାଣୀ କହିଛନ୍ତି ଲାଇଫ୍ ରେ ବି-ରୋଧୀ ତୋ ନିହାତି ରହିବେ । ବି-ରୋଧୀ ନ ରହିଲେ ମଣିଷ ଆଗକୁ ଯାଇ ପାରିବ ନାହିଁ । ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସେ ବାଧ୍ୟ ନୁହେଁ ସେ ଉତ୍ତର ସମୟ ଦେବ । ଆଉ ପ୍ରଶ୍ନର ଉତ୍ତର ସାରା ଓଡ଼ିଶାବାସୀ ଦେବେ, ଉପରବାଲା ଦେବେ ବୋଲି ରାଣୀ କହିଛନ୍ତି ।

Leave a Reply

Your email address will not be published. Required fields are marked *