ରାଣୀ ପଣ୍ଡାକୁ ଦେଖବାକୁ ଆମେ ଖଣ୍ଡଗିରି ଆସିଥିଲୁ । ୫୦୦୦ ଟଙ୍କାର ମଦ ପିଇ ଉଡେଇ ଦେଇ ସାରିଲୁଣି” ।

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପୁଣି ମଞ୍ଚ ଦୁଲକେଇଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କ ଅଭିନୟରେ ପୁଣି ଝୁମିଛନ୍ତି ଦର୍ଶକ । ହେଲେ ମେଲୋଡିରେ ନୁହେଁ ନାଟକରେ ରାଣୀ ପଣ୍ଡା ଦର୍ଶକଙ୍କ ହୃଦୟ ଜିତିଛନ୍ତି । ରାଣୀ ପଣ୍ଡାଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” ଲୋକଙ୍କ ମନକୁ ଛୁଇଁଛି । ଆଉ ଏହି ନାଟକରେ ନିଜେ ରାଣୀ ପଣ୍ଡା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ଯେଉଁ ଦର୍ଶକ ରାଣୀ ପଣ୍ଡାଙ୍କ ନାଚରେ ସିଟି ମାରୁଥିଲେ, ଏବେ ସେହି ଦର୍ଶକ ରାଣୀ ପଣ୍ଡାଙ୍କ ଚମତ୍କାର ଅଭିନୟ ଦେଖି ତାଳି ମାରି ପ୍ରଶଂସା ମଧ୍ୟ କରିଛନ୍ତି । କଥା କଥାକେ ଦାମ୍ଭିକ ଠାଣି । ଚମତ୍କାର ଶୈଳୀରେ ସଂଳାପ ଆବୃତି କରି ଦର୍ଶକଙ୍କ କରତାଳି ଆଦାୟ କରୁଛନ୍ତି ରାଣୀ ପଣ୍ଡା ।

ତେବେ ନାଟକର ଦୃଶ୍ୟ ସବୁ ଏତେ ସୁନ୍ଦର ହୋଇଛି ଯେଉଁ ଦୃଶ୍ୟକୁ ଦେଖିବା ପାଇଁ ଖଣ୍ଡଗିରିରେ ଲାଗିଛି ଲୋକଙ୍କ ଗହଳି । କହି ରଖିବୁ ଯେ ଅତୀତରେ ଖଣ୍ଡଗିରି ଯାତ୍ରାରେ ରାଣୀ ପଣ୍ଡାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ବଡ ବିବାଦ ଦେଖା ଦେଇଥିଲା । ତେଣୁ ଏଥର ଆଇଟମ ଡ୍ୟାନ୍ସ ନୁହେଁ ବଂର ନିଜର ଅଭିନୟର ଯାଦୁଗରୀ ଦେଖାଇବା ପାଇଁ ଚିନ୍ତା କରିଥିଲେ ରାଣୀ ପଣ୍ଡା ।

ଆଉ ତାଙ୍କ ନିଜ ଜୀବନୀକୁ ନେଇ ପ୍ରସ୍ତୁତ ନାଟକ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀ ପଣ୍ଡାଙ୍କ ପ୍ରଶଂସକଙ୍କ ପ୍ରବଳ ଗହଳି ଜମିଛି ଖଣ୍ଡଗିରିରେ । ଏପରିକି କିଛି ଯତ୍ରାପ୍ରେମୀ ଦୂର ଦୂରାନ୍ତରରୁ ଆସି ଟିକେଟ ନପାଇ ଫେରି ଯାଇଛନ୍ତି । ଯାହାକୁ ନେଇ ଜଣେ ଦର୍ଶକ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ପାଖରେ ଟଙ୍କା ଅଛି ହେଲେ ଟିକେଟ ନାଇ । ସୂଦୁର ଦଶପଲ୍ଲାରୁ ୧୦ ଜଣ ସନ୍ଧ୍ୟା ୪ରୁ ଆସି ଅପେକ୍ଷା କରିଥିଲେ ରାଣୀଙ୍କୁ ଦେଖିବା ପାଇଁ ହେଲେ ଟିକେଟ ସରିଯାଇଛି ।

୫୦୦୦ ଟଙ୍କାର ନିଶା ଖାଇକି ସେ ଉଡ଼େଇ ସାରିଲେଣି । ଗାଡ଼ି ଭଡା କରି ଆସିଛନ୍ତି, ଭଡ଼ା ଟଙ୍କା ଦେଲେ ନିଶା ଖାଇଲେ ହେଲେ ଟିକେଟ ନାହିଁ । ଏତେ ଦୂରରୁ ଆସି ଲାଭ କଣ ହେଲା ବୋଲି ଜଣେ ଦର୍ଶକ କ୍ଷୋଭ ପ୍ରକାଶ କରି କହିଛନ୍ତି । ତେବେ ରାଣୀଙ୍କୁ ଦେଖି ନପାରି ଶେଷରେ ଟଙ୍କା ଫେରେଇକି ନେଇକି ପଇସା ଖର୍ଚ୍ଚ କରି ଘରକୁ ଯାଉଛନ୍ତି । ଦର୍ଶକ ୧୦୦ କିଲୋମିଟର ଦୂର ଦଶପଲ୍ଲାରୁ ଆସିଥିଲେ କେବଳ ରାଣୀ ପଣ୍ଡାଙ୍କୁ ଦେଖିବାକୁ । ଆଉ ଆଜି ଶେଷ ଆସନ୍ତା କାଲିକୁ ଯାତ୍ରା ହେଉନାହିଁ ବୋଲି ମଧ୍ୟ ଦୁଃଖ କରିଥିଲେ ଦର୍ଶକ ।

Leave a Reply

Your email address will not be published. Required fields are marked *