ମାଟ୍ରିକ ଓ ଦ୍ଵାଦଶ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ଖୁସି ଖବର…ବହି ଖାତା ଦେଖି ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ମାଟ୍ରିକ ଓ ଦ୍ଵାଦଶ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏଥର ବହି ଦେଖି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ବଦଳି ପାରେ ନବମରୁ ଦ୍ଵାଦଶ ଯାଏଁ ପରୀକ୍ଷା ଧାର୍ଯ୍ୟ। ହଁ ଆଜ୍ଞା ନବମରୁ ଦ୍ଵାଦଶ ଯାଏଁ ପରୀକ୍ଷାରେ ସିବିଏସି ପରୀକ୍ଷା ଧାର୍ଯ୍ୟ ବଦଳାଇପାରେ। ନବମରୁ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଓପନ ବୁକ ଏକଞ୍ଜାମିନେସନ ବା ଓବି ଲାଗୁ କରିବାକୁ ଚିନ୍ତା କରୁଛନ୍ତି ସିବିଏସି। ଲାଗୁ ହୋଇପାରେ ଓପନ ବୁକ ଏକଞ୍ଜାମିନେସନ। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ତେବେ ଓପନ ବୁକ ପରୀକ୍ଷା ବା ଓବି ବ୍ୟବସ୍ଥା ହେଉଛି ପରୀକ୍ଷା ବେଳେ ବହି ଖାତା ଓ ଅନ୍ୟ ରେଫରେନ୍ସ ମ୍ୟାଟେରୀୟଲ ଦେଖି ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ପ୍ରଥମେ ଅଳ୍ପ କିଛି ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜି ଗଣିତ ଓ ବିଜ୍ଞାନରେ ଏହିଭଳି ଭାବେ ପରୀକ୍ଷା ଦେଇପାରିବେ। ଏବଂ ଏକାଦଶ ପରୀକ୍ଷାର୍ଥୀମାନେ ଇଂରାଜୀ ଗଣିତ ଓ ବାୟଲୋଜି ବା ଯୁବ ବିଜ୍ଞାନରେ ଏଭଳି ଢାଞ୍ଚାରେ ପରୀକ୍ଷା ଦେଇପାରିବେ।

ଏହାର ଫଳାଫଳକୁ ସବୁ ଦିଗରୁ ତର୍ଜମା କରାଯିବ। ସେହି ଅନୁସାରେ ଆଗାମୀ ନିଷ୍ପତ୍ତି ଗ୍ରହଣ କରାଯିବ। ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବରରେ ପାଇଲଟ ପରୀକ୍ଷା ଆରମ୍ଭ ହୋଇପାରେ। ଏହି ପଦ୍ଧତିରେ ପରୀକ୍ଷା ହେଲେ ପିଲାଙ୍କ ଉପରେ ଟିକନିକ ବିଷୟ ମନେ ରଖିବାର ଚାପ ନଥିବ ଏବଂ ପରୀକ୍ଷାର୍ଥୀ ମାନେ ପାଠ ଘଷିବା ପଦ୍ଧତିରୁ ନିବୃତ ରହିପାରିବେ। ସେମାନଙ୍କ ମଧ୍ୟରେ ଗଭୀର ଚିନ୍ତାଶକ୍ତି ଓ ଅଧ୍ୟୟନ ଓ ବିଷୟବସ୍ତୁକୁ ନେଇ ଦକ୍ଷତା ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *