ପ୍ରେମରେ ଧୋକା ଖାଇବା ପରେ କଣ କଲେ ରାନୀ ପଣ୍ଡା…

ଲଭ୍ ଷ୍ଟୋରୀରେ ରାଣୀ ପଣ୍ଡା ଲଭରେ ଧୋକା ଖାଇଲା ପରେ କେମିତି ଫାଷ୍ଟ୍ରେସନକୁ ଯାଉଛନ୍ତି? ତା ଲଭର୍ ତାକୁ କେମିତି ଗୋଇଁଠା ମାରି କାଢ଼ି ଦେଇଛି? ଶେଷରେ କହିଛି ଯେ, ତୋତେ ବାହା ହେଲେ ମୋ ଘରର ଇଜ୍ଜତ୍ ପଡ଼ିଯିବ। ମୋ ନାଁ ବଦନାମ୍ ହେଇଯିବ। ତୁ କଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ କି? ତୋତେ ବାହା ହେଲେ ମୋ ଇଜ୍ଜତ ରହିଯିବ। ସେ ସବୁ ମୋତେ ଏମିତି କହିଥିଲା। ମୁଁ ଯାତ୍ରା କରୁଛି, ମୁଁ କାଇଁ ଯିବି ଯାତ୍ରା ଦେଖିବାକୁ। ପୀୟୁଷ ସେମାନେ ଆସିଥିଲେ ତାଙ୍କ କାମ କରିବେ। ମୁଁ କାମ କରିଲା ବେଳେ ସେମାନେ ମୋ ପାଖକୁ ଆସିଥିଲେ କି। ମୁଁ ଭାବି ନଥିଲି ଏତେ ଲୋକ ହେବେ ବୋଲି।

ମୁଁ ବି ବହୁତ୍ ଡରି ଥିଲି। ବହୁତ୍ ଠାକୁର ଦେବା ଦେବୀ ପାଖକୁ ଦୌଡ଼ିଛି। କେମିତି ହାଉସ୍ ଫୁଲ୍ ହଉ, ଲୋକମାନେ ନାଟକ ଦେଖନ୍ତୁ। ସତ ସତ ଘଟଣା ଜାଣନ୍ତୁ, ଭଲ ପାଇବା ମିଳୁ। ସବୁ ଭାବୁଥିଲି। ଯାହା ହଉ ମାଆଙ୍କର ଆଶୀର୍ବାଦ, ଭଗବାନଙ୍କର ଆଶୀର୍ବାଦରୁ ଲୋକ ସବୁ ଆସିଥିଲେ। ଖଣ୍ଡଗିରିର ଲୋକଙ୍କ ଭଲ ପାଇବା ଅଛି। ଲୋକମାନେ ସମସ୍ତେ ଆସୁଛନ୍ତି ଏଇଟା ବଡ଼ କଥା। ଆଇଟମ କରିବିନି କାହିଁକି ଫିଲ୍ମରେ ବହୁତ୍ ସାରା କାମ ମିଳୁଛି

ମୋତେ ଏଇ ଯାତ୍ରାରେ ପଶିଲା ପରେ ମୋତେ ଟାଇମ୍ ହଉନି ବୋଲି ମୁଁ କରୁନି। ଏବେ ତ ମୁଁ ବମ୍ବେ ଯିବି। ବମ୍ବେରେ ତ ମୋର ରହିଲେ ବହୁତ୍ କିଛି ପ୍ଲାନିଂ ଅଛି। ସେଇଟା କହିବିନି ହଠାତ୍ ଲୋକ ଜାଣିବେ। ଏଇ ବର୍ଷଟା ଭଲ ଥିଲା। ଗଲା ବର୍ଷ ବି ଭଲ ଥିଲା। ଗଲା ବର୍ଷ ଭଲ ଥିଲା କିନ୍ତୁ ତାଠାରୁ ଏ ବର୍ଷଟା ଭଲ ଥିଲା। ଯାହା ହଉ ବହୁତ୍ ଲୋକ ଆସିଲେ ନାଟକ ଦେଖିଲେ। ଆଉ ବହୁତ୍ ଲୋକ ବି ଫେରିକି ଯାଇଛନ୍ତି।

ଆଉ ଯେଉଁମାନଙ୍କୁ ମୁଁ ସାହାଯ୍ୟ ସହୋଯୋଗର ହାତ ବଢ଼େଇଛି ସେ ଲୋକମାନେ ବି ଆସିଛନ୍ତି ସବୁ ଦେଖିବା ପାଇଁ ଟିକେଟ କାଟି। ଘଟଣା ହେଉଛି ବଡ଼ କଥା ସବୁଠାରୁ ସେଠି ଗୋଟାଏ କାଇଁ ଦେଖିବାକୁ ପାଇଲିନି ବି.ଏମ୍.ଡବ୍ଲ୍ୟୁ., ଓ.ଡି. ଗାଡ଼ି କେଉଁଠି ଗୋଟେ ଦେଖିବାକୁ ପାଇଲିନି। କେବଳ ଦେଖିବାକୁ ପାଇଲି ସାଇକେଲ, ବାଇକ୍ ଏବଂ ଅଟୋ। ତାମାନେ ସେମାନେ ହେଉଛନ୍ତି ଅତି ଗରିବ, ମଧ୍ୟବିତ୍ତ ଲୋକମାନେ ରାଣୀ ପଣ୍ଡାକୁ ଦେଖିବାକୁ ଆସିଛନ୍ତି।

ଏଇଟା ମୋ ପାଇଁ ବହୁତ୍ ବଡ଼ କଥା। ବଡ଼ ଲୋକମାନେ ମୋ ସାଥରେ ନ ରୁହନ୍ତୁ। ଗରିବ ଲୋକ ମୋ ପାଖରେ ରହିଲେ ମୋ ପାଇଁ ବହୁତ୍ ବଡ଼ କଥା। ଏଇଟା ସମୟର କଥା। ସମୟ କେତେବେଳେ କୁଆଡ଼େ ବୁଲେଇ ଦବ ଚକ ଜଣା ପଡ଼ିବନି। ତେଣୁ ଆଜି ମୁଁ କଣ ଭାବୁଛି,କାଲି ଭଗବାନ ମୋତେ ନେଇକି କେଉଁଠି ଥୋଇବେ ସେଇଟା ମୁଁ ଜାଣେନି। ଦେଖାଯାଉ ତଥାପି କଣ ଆଗକୁ ଘଟୁଛି। ଲେଖା ଆରମ୍ଭ ହେବ, ମୋର ଗୋଟେ ବାୟୋପିକ୍ ବହି ବାହାରିବ। ସେ ବହୁତ୍ କାର୍ଯ୍ୟକ୍ରମ ଅଛି। ନାଟକ ତ ଅଲଗା ପ୍ରକାର ହବ। ମାନେ ଓଡ଼ିଶା ଲୋକ କେବେ ଭାବି ନଥିବେ ଯେ ଏମିତି ବି ନାଟକ ହେଇ ପାରେ। ସିଏ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିବ।

ଏଇଟା ଗୋଟେ ଅଧ୍ୟାୟରେ ବନ୍ଦ୍ ହେଇଗଲା। ସେଇଟା ଆଉ ଗୋଟେ ଅଧ୍ୟାୟରେ ହେବ। ରାଣୀ ପଣ୍ଡା ଲାଇଫ ଷ୍ଟୋରୀ ଯେଉଁ ଶହେରୁ ସତୁରୀ ପର୍ସେଣ୍ଟ ଗଲା ଦୁଇଟା ନାଟକରେ। ଗୋଟେ ‘ଘୋଡ଼ା,ହାତୀ ଗଣ୍ଡାକୁ ଗଣ୍ଡା’ ଆଉ ଗୋଟେ ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’।ଆଉ ଯେଉଁ ତିରିଶ ପର୍ସେଣ୍ଟ ରହିଲା ସେଇଟା ଦେଖାଯିବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡାରେ। ସମସ୍ତ ଦର୍ଶକ ଦେଖିବେ ଅକ୍ଚୁଆଲି ରାଣୀ ପଣ୍ଡା କେମିତି ତା ଲାଇଫରେ କାମ କରୁଛି।ଅକ୍ଚୁଆଲି ମୋତେ ଜଣେ ଚାଲେଞ୍ଜ ଦେଇ କହିଥିଲା ତୁ କଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା। ତୋତେ ମୋ ଘରକୁ ନେଲେ ମୋ ଘର ଇଜ୍ଜତ ପଳେଇ ଯିବ। ଲୋକ ସିନେମା ଦେଖିବାକୁ ଗଲା ବେଳେ ଯାହା ଫିଲ୍ କରନ୍ତି ଯାତ୍ରାରେ ଆସି ସେଇୟା ଫିଲ୍ କରିବେ। କେବେ ଭାବିବେନି ଯେ ଆମେ ଯାଇଥିଲୁ ଯାତ୍ରା ଦେଖିବାକୁ ବୋଲି।

Leave a Reply

Your email address will not be published. Required fields are marked *