ବଦଳିଯିବ ପାଗ, ମାଡି ଆସୁଛି ବଡ଼ ବର୍ଷା ! ୬ ଦିନ ଯାଏଁ ଘରୁ ବାହାରନ୍ତୁନି।
ସାବଧାନ ଆଉ କିଛି ସମୟ ପରେ ବଦଳିଯିବ ପାଗ। ମାଡି ଆସିବ ବର୍ଷା। ବିଜୁଳୀ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ କେହି ବାହାରକୁ ନବାହାରିବା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଆଉ କିଛି ସମୟ ପରେ ହଠାତ ଆସିବ ପାଗର ପରିବର୍ତ୍ତନ। ଆଉ ଏ ଖରା ଉଭେଇ ଯାଇ ମାଡି ଆସିବ ତୁହାକୁ ତୁହା ବର୍ଷା।
ଆଜ୍ଞା ହଁ ବନ୍ଧୁଗଣ ହଠାତ ବଦଳିଯିବ ପାଗ। କମିବ ଦିନର ତାପମାତ୍ରା। ଖରା ତାତିରୁ ଆସ୍ୱସ୍ତି ଆଣିଦେବ ବର୍ଷା। ଆଜିଠୁ ଆକାଶ ମେଘାଛନ୍ନ ରହିବା ସହ ୬ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମାଝଡ଼ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିଯିବ। ଗୁରୁଚାପ ବଳୟ ଯୋଗୁ ଜଲୀୟବାଷ୍ପ ଏହା ପଶ୍ଚିମ ସାଇଟରୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସିବ ଆଉ ବର୍ଷା କରେଇବାର ସମ୍ଭାବନା ରହିଛି।
କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଉପକୂଳ ଓଡିଶା ସହ ମୟୁରଭଞ୍ଜ ବାଲେଶ୍ଵର କେନ୍ଦୁଝର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର ଓ କଟକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ୟଲଉୱାଲର୍ନିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତା କାଲି ଉପର ଉପକୂଳ ସମେତ କେନ୍ଦୁଝର ମୟୁରଭଞ୍ଜ ଅନୁଗୁଳ ଢେଙ୍କାନାଳ କନ୍ଧମାଳ ବୋଉଧ ସନପୁର କଳାହାଣ୍ଡିରେ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି।
୨୮ ତାରିଖ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଦିନର ତାପମାତ୍ରା କମିବ। କିନ୍ତୁ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ।ଗତ କିଛି ଦିନ ହେବ ଖରା ତାତିରେ କଲବଳ ହେଉଛି ଅଧା ଓଡିଶା। ଅଧିକାଂଶ ସ୍ଥାନରେ ଦିନର ପାରଦ ଛୁଉଁଛି ୩୫℃ ସେଲସିୟସ। ମାତ୍ର ଆଜି ପାଗରେ ପରିବର୍ତ୍ତନ ଆସିବ। ଆଉ ବର୍ଷା ହେବା ଯୋଗୁ ତାତିରୁ ଆସ୍ୱସ୍ତି ପାଇବେ ରାଜ୍ୟବାସୀ।